fbpx

ରାଜଘାଟ ପରିଦର୍ଶନ କରୁଛନ୍ତି ବିଶ୍ୱ ନେତା, ସମସ୍ତଙ୍କୁ ସ୍ୱାଗତ ଜଣାଇ ପରିଦର୍ଶନ କରାଉଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ

ଓଡିଶା ଭାସ୍କର; ଜି-୨୦ ଶିଖର ସମ୍ମିଳନୀକୁ ନେଇ ଆଜି ରାଜଘାଟରେ ରହିଛି ସ୍ୱତନ୍ତ୍ର କାର୍ଯ୍ୟକ୍ରମ । ଏଠାରେ ଥିବା ଶାନ୍ତି ଦ୍ୱାରରେ ସ୍ଵାକ୍ଷର କରିବେ ବିଭିନ୍ନ ଦେଶର ମୁଖ୍ୟ ଓ ପ୍ରତିନିଧି ମଣ୍ଡଳି । ପୂର୍ବାହ୍ନ ୯ଟାରୁ ୯ଟା ୨୦ ମଧ୍ୟରେ ମହାତ୍ମା ଗାନ୍ଧୀଙ୍କ ସମାଧିରେ ପୁଷ୍ପମାଲ୍ୟ ଅର୍ପଣର କାର୍ଯ୍ୟକ୍ରମ ରହିଛି । ତେବେ ଏହା ପୂର୍ବରୁ ରାଜଘାଟ ପରିଦର୍ଶନ କରୁଛନ୍ତି ଅତିଥି ଭାବେ ଆସିଥିବା ବିଶ୍ୱ ନେତା । ସମସ୍ତଙ୍କୁ ସ୍ୱାଗତ ଜଣାଇ ପରିଦର୍ଶନ କରାଉଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ।

ସୂଚନା ଥାଉକି, ଶନିବାର ଠାରୁ ଦିଲ୍ଲୀର ପ୍ରଗତି ମୈଦାନରେ ଆରମ୍ଭ ହୋଇଛି ଏହି ଜି-୨୦ ସମ୍ମିଳନୀ । ସମ୍ମିଳନୀରେ ଯୋଗ ଦେବା ପାଇଁ ଦିଲ୍ଲୀରେ ଏକାଠି ହୋଇଛନ୍ତି ବିଶ୍ୱର ବଡ ବଡ଼ ନେତା । ଗତକାଲି ଦ୍ୱିତୀୟ ପର୍ଯ୍ୟାୟ ଅଧିବେଶନ ଶେଷ ହୋଇଥିବା ବେଳେ ଆଜି ୧୦.୩୦ରୁ ଆରମ୍ଭ ହେବ ତୃତୀୟ ପର୍ଯ୍ୟାୟ ଅଧିବେଶନ । ଯାହାର ଥିମ୍‌ ରହିଛି ଆମର ଭବିଷ୍ୟତ । ଏହି କାର୍ଯ୍ୟକ୍ରମ ସମୟରେ ଭାରତ ମଣ୍ଡପମ୍‌ ର ସାଉଥ ପ୍ଲାଜାରେ ବୃକ୍ଷ ରୋପଣ କାର୍ୟ୍ୟକ୍ରମ ମଧ୍ୟ ରହିଛି । ଏହି ସମ୍ମିଳନୀ ଆୟୋଜନ କରି ପୂରା ଦୁନିଆକୁ ବସୁଧୈବ କୁଟୁମ୍ବକମ୍‌ ର ବାର୍ତ୍ତା ଦେଉଛି ଭାରତ । ଦୁନିଆ ଦେଖୁଛି ଭାରତର ସାମର୍ଥ୍ୟ । ଦ୍ୱିତୀୟ ପର୍ଯ୍ୟାୟ ଅଧିବେଶନରେ ଭାରତକୁ ଏକ ବଡଧରଣର ସଫଳତା ମିଳିଛି । ନୂଆଦିଲ୍ଲୀରେ ପ୍ରସ୍ତୁତ ଜି୨୦ରେ ଘୋଷଣାପତ୍ରକୁ ଅନୁମୋଦନ ପ୍ରଦାନ କରାଯାଇଛି ।

Get real time updates directly on you device, subscribe now.