fbpx

ପୃଥିବୀର ତିନ ସବୁଠୁ ଦାମୀ ଫୁଲ: ଯାହାର ସୁଗନ୍ଧ ସମସ୍ତଙ୍କୁ ପାଗ କରିଦିଏ, ଆଉ ଦାମ୍ ବି ଆଶ୍ଚର୍ଯ୍ୟ କରିଦିଏ…

Advertisement

ନୂଆଦିଲ୍ଲୀ : ଠାକୁର ପୂଜାଠୁ ଆରମ୍ଭ କରି ଉପହାର ଦେବା ଯାଏ, ପ୍ରେମ ନିବେଦନ ଠୁ ବିବାହ ଯାଏ, ସବୁଠି ଫୁଲର ଆଦର ରହିଛି । ସମସ୍ତେ ନିଜ ବାଡ଼ି ବଗିଚାରେ କିମ୍ୱା ଘରେ ବିଭିନ୍ନ ପ୍ରକାର ଫୁଲ ଗଛ ଲଗାଇବାକୁ ପସନ୍ଦ କରିଥାନ୍ତି । ତେଣୁ ସମସ୍ତଙ୍କ ବାଡ଼ି ବଗିଚାରେ ଅନେକ ଫୁଲ ମିଳୁଥିବା ବେଳେ ଆଉ କିଛି ଫୁଲର ଆବଶ୍ୟକତା ପାଇଁ ବଜାରରୁ କିଣିବାକୁ ପଡ଼େ । ହେଲେ କିଛି ଫୁଲ ଏମିତି ବି ରହିଛି ଯାହାର ଦାମ୍‌ ଶୁଣିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ ।

କଦୁପୁଲ ଫୁଲ: ଏହି ଫୁଲର ସୁଗନ୍ଧ ସମସ୍ତଙ୍କୁ ପାଗଳ କରିଦିଏ । କଦୁପୁଲ ଫୁଲ ଶ୍ରୀଲଙ୍କାରେ ମିଳିଥାଏ । ଏହାର ବିଶେଷତ୍ୱ ହେଉଛି କିଛି ଘଣ୍ଟା ଫୁଟିବା ପରେ ଏହା ମୌଳି ଯାଏ । ଆଜି ପର୍ଯ୍ୟନ୍ତ ଏହି ଅନନ୍ୟ ଫୁଲର ମୂଲ୍ୟ ଅନୁମାନ କରିବାରେ କେହି ସକ୍ଷମ ହୋଇ ନାହାଁନ୍ତି ।

ଜୁଲିଏଟ୍‌ ରୋଜ: ଏହି ଫୁଲର ଦାମ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ଫାଇନାନ୍ସ ଅନଲାଇନ୍‌ ଡଟ୍‌ କମ୍‌ ଅନୁଯାୟୀ ଜୁଲିଏଟ୍‌ ରୋଜର ମୂଲ୍ୟ ପ୍ରାୟ ୧୧୨ କୋଟି (୧୫.୮ ମିଲିୟନ ଡ଼ଲାର) । ଯଦିଓ କେତେକ ୱେବସାଇଟ୍‌ରେ ଏହାର ମୂଲ୍ୟ ୫ ମିଲିୟନ୍‌ ଡଲାର ରହିଛି । ଶେନଜେନ୍‌

ନୋଙ୍ଗକେ ଓର୍କିଡ୍‌: ଏହି ଫୁଲକୁ ଅନେକ କିଛି ବୈଜ୍ଞାନିକ ମିଳିତ ଭାବରେ ପ୍ରସ୍ତୁତ କରିଛନ୍ତି । ଶେନଜେନ୍‌ ନୋଙ୍ଗକେ ବିଶ୍ୱବିଦ୍ୟାଳୟରେ କୃଷି ବୈଜ୍ଞାନିକମାନେ ୮ ବର୍ଷର କଠିନ ପରିଶ୍ରମ ପରେ ଏହାକୁ ସୃଷ୍ଟି କରିଥିଲେ । ଏହାର ବିଶେଷତ୍ୱ ହେଉଛି ଏହି ଫୁଲ ୪ ରୁ ୫ ବର୍ଷରେ ଥରେ ଫୁଟି ଥାଏ ଏବଂ ସେହି ସମୟରେ ଏହାକୁ ନିଲାମ କରାଯାଏ । ଗୋଟିଏ ଫୁଲର ମୂଲ୍ୟ ପ୍ରାୟ ୧.୪୦ କୋଟି ଟଙ୍କା ।

Get real time updates directly on you device, subscribe now.