fbpx

ନଦୀକୁ ଖସିଲା ଭାରତୀୟ ଯାତ୍ରୀ ବସ୍‌ , ୧୪ ମୃତ -୧୬ ଗୁରୁତର, ନେପାଳ ଅଭିମୁଖେ ଯାଉଥିଲା ବସ୍‌, ଥିଲେ ୪୦ ଭାରତୀୟ ଯାତ୍ରୀ

ଓଡିଶା ଭାସ୍କର: ଭାରତୀୟ ଯାତ୍ରୀବାହୀ ବସ୍ ଦୁର୍ଘଟଣାଗ୍ରସ୍ତ ହୋଇଛି । ନେପାଳ ଅଭିମୁଖେ ଯାଉଥିବା ଏକ ଭାରତୀୟ ବସ ନଦୀକୁ ଖସି ପଡିଛି । ଏଥିରେ ପ୍ରାୟ ୪୦ ଜଣ ଭାରତୀୟ ଯାତ୍ରୀ ଯାତ୍ରା କରୁଥିଲେ । ସୂଚନାଯୋଗ୍ୟ ଯେ, ନେପାଳର ତନହୁନ ଜିଲ୍ଲାରେ ଏଭଳି ଘଟଣା ସାମ୍ନାକୁ ଆସିଛି । ବସଟି ସେଠାକାର ମାର୍ସିୟାଗଣ୍ଡି ନଦୀକୁ ଖସି ପଡିଛି । ଏହି ଘଟଣାରେ ପ୍ରାୟ ୧୪ ଜଣ ଯାତ୍ରୀ ପ୍ରାଣ ହରାଇଛନ୍ତି ଓ ୧୬ ଜଣ ଗୁରୁତର ହୋଇ ଚିକିତ୍ସାଧୀନ ରହିଛନ୍ତି ।

ତନହୁନ ଜିଲ୍ଲା ପୁଲିସ କାର୍ଯ୍ୟାଳୟର ଡିଏସପି ଦୀପକ କୁମାର ରାୟା କହିଛନ୍ତି ଯେ, ବସଟି ନଦୀକୁ ଖସି ପଡିଛି ଓ ଘଟଣା ସମ୍ପର୍କରେ ସେମାନେ ଆହୁରି ତଦନ୍ତ ଜାରି ରଖିଛନ୍ତି । ନଦୀକୁ ଖସିଥିବା ବସ ନମ୍ବର ହେଉଛି- ୟୁପି ଏଫଟି ୭୬୨୩ । ବସଟି ପୋଖରାଠୁ କାଠମାଣ୍ଡୁ ଅଭିମୁଖେ ଯାତ୍ରା କରୁଥିଲା ।

Get real time updates directly on you device, subscribe now.