fbpx

ବିଶ୍ୱର ଜନସଂଖ୍ୟା ୮୦୦ କୋଟି;୨୦୨୩ ସୁଦ୍ଧା ଚୀନ କୁ ପଛରେ ପକାଇବ ଭାରତ

Advertisement

ନୂଆଦିଲ୍ଲୀ: ଦେଶ ତଥା ବିଶ୍ୱରେ ପ୍ରତ୍ୟେକ ଦିନ ଶହ ଶହ ଲୋକଙ୍କର ମୃତ୍ୟୁ ହେଉଥିବା ବେଳେ ହଜାର ହଜାର ଶିଶୁ ଜନ୍ମଗ୍ରହଣ କରୁଛନ୍ତି । ଫଳରେ ବିଶ୍ୱରେ ଲଗାତର ଜନସଂଖ୍ୟା ବୃଦ୍ଧି ହେବାର ଲାଗିଛି । ଯହାକି ବର୍ତ୍ତମାନ ସ୍ଥିତିରେ ଏକ ପ୍ରମୁଖ ସମସ୍ୟା ପାଲଟିଛି । ତେବେ ମିଳିତ ଜାତିସଂଘର ସଦ୍ୟତମ ରିପୋର୍ଟ ଅନୁଯାୟୀ ଆଜି ବିଶ୍ୱର ଜନସଂଖ୍ୟା ୮ ବିଲିୟନ ବା ୮୦୦ କୋଟି ଟପିବ । ଏହାକୁ ନେଇ ଜାତିସଂଘ ମହାସିଚବ ଆଂଟୋନିଓ ଗୁଟେରସ ସୂଚନା ଦେଇଛନ୍ତି ।

ବିଶ୍ୱ ଜନସଂଖ୍ୟା ଦିବସ ଅବସରରେ ସୋମବାର ଦିନ ବାର୍ଷିକ ବିଶ୍ୱ ଜନସଂଖ୍ୟା ସମ୍ଭାବନା ରିପୋର୍ଟ ପ୍ରକାଶ ପାଇଛି । ଯେଉଁଥିରେ  କୁହାଯାଇଛି ଯେ, ୧୯୫୦ ମସିହା ପରଠାରୁ ବିଶ୍ୱର ଜନସଂଖ୍ୟା ଧିରେ ଧିରେ ବୃଦ୍ଧି ପାଇବାର ଲାଗିଛି । ଫଳରେ ଆଜି ବଶ୍ୱର ଜନସଂଖ୍ୟା ୮୦୦ କୋଟି ଟବିପ ବୋଲି ଆକଳନ କରାଯାଇଛି । ତେବେ ଏହି ଜନସଂଖ୍ୟା ବୃଦ୍ଧିରେ ଭାରତ ଏବଂ ଚୀନ ଆଗରେ ରହିଛନ୍ତି । ରିପୋର୍ଟ ଅନୁଯାୟୀ ଆସନ୍ତା ୨୦୨୩ ସୁଦ୍ଧା ଭାରତ ସର୍ବାଧିକ ଜନବହୁଳ ରାଷ୍ଟ୍ର ଭାବେ ପରିଗଣିତ ହେବ । ସେ ଜନସଂଖ୍ୟା ବୃଦ୍ଧିରେ ଚୀନକୁ ଟପିଯିବ । ଏହାର କାରଣ ହେଉଛି ଚୀନର ଏକ ସନ୍ତାନ ନୀତି । ଯାହାକି ୧୯୮୦ମସିହାରୁ ସେଠାରେ ଲାଗୁ ହୋଇ ୨୦୧୫ ମସିହାରେ ଶେଷ ହୋଇଥିଲା । କିନ୍ତୁ ଏଠାରେ ଆଜି ମଧ୍ୟ ଦମ୍ପତି ଗୋଟିଏ ସନ୍ତାନ ଜନ୍ମ ଦେବାକୁ ଚାହୁଁଥିବା ବେଳେ ଚୀନ ସରକାର ସେମାନଙ୍କଠାରୁ ୩ ସନ୍ତାନ ଚାହୁଁଛନ୍ତି ।

ତେବେ ଜାତିସଂଘର ଆକଳନ ଅନୁଯାୟୀ ୨୦୩୦ ସୁଦ୍ଧା ବିଶ୍ୱର ଜନସଂଖ୍ୟା ପ୍ରାୟ ୮୫୦ କୋଟି ବଢିବ । ସେହିପରି ୨୦୫୦ ସୁଦ୍ଧା ୯୭୦ କୋଟି ଏବଂ ୨୦୮୦ ସୁଦ୍ଧା ୧୦୪୦ କୋଟି ବୃଦ୍ଧି ପାଇପାରେ ବୋଲି କୁହାଯାଉଥିବା ବେଳେ,ଏହାପରେ ଜନସଂଖ୍ୟାରେ ସ୍ଥିରତା ଆସିପାରେ । ଯାହାକି୨୧ ଶହ ମସିହା ଯାଏ ଏହି ସଂଖ୍ୟା ସ୍ଥିର ରହିବ ବୋଲି ଆଶା କରାଯାଉଛି । ତେବେ ଏହି ସମୟ ମଧ୍ୟରେ ଅଧାରୁ ଅଧିକ ଜନସଂଖ୍ୟା ବୃଦ୍ଧି ବିଶ୍ୱର ୮ଟି ଦେଶରେ ଦେଖିବାକୁ ମିଳିବ । ଏହି ଦେଶ ମଧ୍ୟରେ ଭାରତ, କଙ୍ଗୋ, ମିଶର, ଇଥିଓପିଆ, ନାଇଜେରିଆ, ପାକିସ୍ତାନ, ଫିଲିପାଇନ୍ସ ଓ ତାଞ୍ଜାନିଆ ନାଁ ସାମିଲ ରହିଛି ।

Get real time updates directly on you device, subscribe now.