fbpx

ସାତ୍ତ୍ୱିକସାଇରାଜ ରଙ୍କିରେଡ୍ଡିଙ୍କ ବିଶ୍ୱ ରେକର୍ଡ, ଆଜିର ଦିନରେ ବ୍ୟାଡମିଣ୍ଟନରେ ମାରିଥିଲେ ସବୁଠୁ ଦ୍ରୁତତମ ସ୍ମାସ….

ଓଡିଶା ଭାସ୍କର: ଭାରତୀୟ ଖେଳାଳି ସାତ୍ତ୍ୱିକସାଇରାଜ ରଙ୍କିରେଡ୍ଡି ଆଜିର ଦିନରେ ବିଶ୍ୱର ସବୁଠୁ ଦ୍ରୁତତମ ସ୍ମାସ ମାରିଥିଲେ । ସାତ୍ତ୍ୱିକ ୫୬୫ କିଲୋମିଟର/ ଘଣ୍ଟାର ଦ୍ରୁତତମ ସ୍ମାସ ମାରି ଗିନିଜ ବୁକରେ ନିଜ ନାମକୁ ଲିପିବଦ୍ଧ କରିଛନ୍ତି । ଏହା ପୁରୁଷ ବ୍ୟାଡମିଣ୍ଟନ ଖେଳାଳିଙ୍କ ଦ୍ୱାରା ମରାଯାଇଥିବା ସବୁଠୁ ଦ୍ରୁତତମ ସ୍ମାସ ଅଟେ । ତାହାସହ ବ୍ୟାଡମିଣ୍ଟନରେ ମୋଟ ଉପରେ ମଧ୍ୟ ମାନେ ମହିଳା ଓ ପୁରୁଷ ବର୍ଗରେ ବି ଏହା ସର୍ବଶ୍ରେଷ୍ଠ ସ୍ମାସ ।

ଏହା ପୂର୍ବରୁ ଏହି ରେକର୍ଡ ମାଲେସିଆ ବ୍ୟାଡମିଣ୍ଟନ ଖେଳାଳି ଟୈନ ବୁନ ହିୟୋଙ୍ଗ ନାମରେ ରହିଥିଲା । ଯାହାର ବେଗ ଥିଲା ୪୯୩ କିଲୋମିଟର/ ଘଣ୍ଟା । ଏହା ୨୦୧୩ ମସିହାରେ ଆସିଥିଲା । ସାତ୍ତ୍ୱିକଙ୍କ ଏହି ରେକର୍ଡ ଫର୍ମୁଲା -୧ ଦ୍ୱାରା କରାଯାଇଥିବା ସବୁଠୁ ବେଶୀ ଗତି ୩୯୭.୪୮ କିଲୋମିଟର/ ଘଣ୍ଟାକୁ ବି ମାତ ଦେଇଛି । ସେପଟେ ସବୁଠୁ ଦ୍ରୁତତମ ଟେନିସ ସର୍ବର ବେଗ ରହିଛି ୨୬୩ ୪୮ କିଲୋମିଟର/ ଘଣ୍ଟା ।

Get real time updates directly on you device, subscribe now.