fbpx

ଆତ୍ମହତ୍ୟା ମାନସିକତା ରଖୁଥିବା ଲୋକଙ୍କୁ କୁହନ୍ତୁନି ଏପରି କଥା, ସମସ୍ୟା ଅଧିକ ଗମ୍ଭୀର ହୋଇଯାଇପାରେ

ନୂଆଦିଲ୍ଲୀ: ଏବେ ସମାଜରେ ଦିନକୁ ଦିନ ଆତ୍ମହତ୍ୟା ଘଟଣା ବଢିବାରେ ଲାଗିଛି । ଆତ୍ମହତ୍ୟା ପରି ପରି ଏକ ଅପରାଧିକ ମାନସିକତା ବିରୁଦ୍ଧରେ ସଚେତନତା ସୃଷ୍ଟି କରିବା ଲାଗି ପ୍ରତିବର୍ଷ ବିଶ୍ୱ ଆତ୍ମହତ୍ୟା ନିରୋଧୀ ଦିବସ ପାଳନ କରାଯାଉଛି । ଯାହାଫଳରେ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରି ସେମାନଙ୍କୁ ମରଣ ମୁହଁରୁ ରକ୍ଷା କରାଯାଇପାରିବ ।

ସମସ୍ତଙ୍କ ଜୀବନରେ ସୁଖ ଦୁଃଖ, ଅନ୍ଧାର ଆଲୋକ ଏହିପରି ଦୁଇଟି ଦିଗ ରହିଛି । ବହୁ ଲୋକ ଜବନରେ ଆସୁଥିବା ସମସ୍ୟାମୂଳକ ପରିସ୍ଥିତିକୁ ସହଜରେ ସାମ୍ନା କରିପାରନ୍ତି ତ ଆଉ କିଛି ଲୋକ ସମସ୍ୟାକୁ ସାମ୍ନା କରି ନ ପାରି ଆତ୍ମହତ୍ୟା କରିବାକୁ ନିଷ୍ପତ୍ତି ନେଇଥାନ୍ତି । ସେମାନେ ଭାବନ୍ତି ମରିଯିବା ଦ୍ୱାରା ସବୁ ସମସ୍ୟାର ସମାଧାନ ହୋଇଯିବ ।

ନ୍ୟାସନାଲ ସେଣ୍ଟର ଫର ବାୟୋଟେକ୍ନୋଲଜି ଇନଫର୍ମେସନ ଅନୁଯାୟୀ ବର୍ଷ ୨୦୨୧ରେସାରା ଦେଶରେ ୧ ଲକ୍ଷରୁ ଅଧିକ ଲୋକଙ୍କ ମୃତ୍ୟୁ ଆତ୍ମହତ୍ୟା କାରଣରୁ ହୋଇଛି । ଆପଣଙ୍କ ଆଖପାଖରେ ଯଦି ଏପରି କିଛି ଲୋକ ଅଛନ୍ତି ଯେଉଁମାନେ କି ଆପଣଙ୍କ ସହ ଆତ୍ମହତ୍ୟା ସମ୍ବନ୍ଧିତ କିଛି କଥା ସେୟାର କରୁଛନ୍ତି ତେବେ ସେଭଳି ବ୍ୟକ୍ତିଙ୍କ ସହ ବୁଝି ବିଚାରି କଥା ହୁଅନ୍ତୁ ।
ଯେଉଁମାନଙ୍କ ମନ ମଧ୍ୟକୁ ଆତ୍ମହତ୍ୟା ପରି ଅପରାଧିକ ଚିନ୍ତା ଆସୁଛି ସେମାନଙ୍କୁ ଭୁଲ୍‌ରେ ବି ଏପରି କିଛି କଥା କୁହନ୍ତୁ ନାହିଁ ।
୧-ତୁମ ପାଖରେ ଜୀବନ ଜୀଇଁବାକୁ ସବୁ କିଛି ରହିଛି । ଏହିପରି କଥା ଆତ୍ମହତ୍ୟା ମାନସିକତା ରଖୁଥିବା ଲୋକଙ୍କୁ କେବେ ବି କୁହନ୍ତୁ ନାହିଁ ।
୨-ଜୀବନର ମୂଲ୍ୟ ବୁଝାଇବା କିମ୍ବା ଜୀବନ ସହ ଜଡିତ ଫିଲୋସଫି ବୁଝାଇବାକୁ ଚେଷ୍ଟା କରନ୍ତୁନି । ଏହିପରି କଥା ବ୍ୟକ୍ତିକୁ ଆହୁରି ଦ୍ୱନ୍ଦ୍ୱରେ ପକାଇ ଦେଇଥାଏ ।
୩-ଏପରି ବ୍ୟକ୍ତିଙ୍କ ବିଷୟରେ ତାଙ୍କୁ ଶୁଣାଇବାକୁ ଚେଷ୍ଟା କରନ୍ତୁ ନାହିଁ ଯିଏ ଆତ୍ମହତ୍ୟା କିମ୍ବା ଡିପ୍ରେସନ ପରି ସ୍ଥିତିର ସାମ୍ନା କରିସାରିଛନ୍ତିି । ଏହିପରି କଥା ସମସ୍ୟାକୁ ଆହୁରି ବଢାଇ ଦେଇଥାଏ ।
୪-ଯଦି ଆପଣଙ୍କୁ କେହି ଆତ୍ମହତ୍ୟାର ଯୋଜନା ବିଷୟରେ କହୁଛି ତେବେ ତାକୁ ଲୁଚାଇବା ପରିବର୍ତ୍ତେ ମେଡିକାଲ ଏକ୍ସପର୍ଟଙ୍କ ସହାୟତା ନିଅନ୍ତୁ । ଯଦ୍ଦ୍ୱାରା ତାଙ୍କ ଜୀବନ ରକ୍ଷା ହୋଇପାରିବ ।

ଯଦି କେହି ବ୍ୟକ୍ତି ତାଙ୍କ ମନର କଥା ଆପଣଙ୍କୁ କହୁଛନ୍ତି ଓ ଆତ୍ମହତ୍ୟା ପରି ଧାରଣା ତାଙ୍କ ମନ ମଧ୍ୟକୁ ବାରମ୍ବାର ଆସୁଛି ବୋଲି କହୁଛନ୍ତି ତେବେ ତାଙ୍କ ସହ ବୁଝି ବିଚାରି କଥା ହୁଅନ୍ତୁ । ପ୍ରଥମେ ତାଙ୍କ କଥାକୁ ଭଲଭାବେ ଶୁଣନ୍ତୁ । ତାଙ୍କ ସହ କଠୋର ଭାଷାରେ ଆଦୌ କଥା ହୁଅନ୍ତୁ ନାହିଁ । ଏହିପରି ବ୍ୟକ୍ତିଙ୍କୁ ବିଶେଷଜ୍ଞଙ୍କ ସାହଯ୍ୟ ନେବାକୁ ପରାମର୍ଶ ଦିଅନ୍ତୁ ।

Get real time updates directly on you device, subscribe now.