fbpx

ରେଳ ଷ୍ଟେସନ ନିକଟରେ ଚାଲିଥିଲା ନିର୍ମାଣ କାର୍ଯ୍ୟ, ହଠାତ ଫୁଟିଲା ଦ୍ଵିତୀୟ ବିଶ୍ୱଯୁଦ୍ଧ ବେଳର ବୋମା; ୪ ଆହତ

ନୂଆଦିଲ୍ଲୀ: ମ୍ୟୁନିକ୍‌ର ମୁଖ୍ୟ ରେଳ ଷ୍ଟେସନ୍‌ ନିକଟରେ ବୁଧବାର ଦିନ ଗୋଟାଏ ପୁରାତନ ବୋମା ବିସ୍ଫୋରଣ ଘଟିଛି । ଯାହା ଫଳରେ ୪ଜଣ ବ୍ୟକ୍ତି ଆହତ ‌ହୋଇଥିବା ଜଣାପଡିଛି । ଏନେଇ ଟୁଇଟ୍‌ କରି ପୁଲିସ ସୂଚନା ଦେଇଛି । ଆହତମାନଙ୍କ ମଧ୍ୟରୁ ଜଣଙ୍କର ଅବସ୍ଥା ସଙ୍କଟାପନ୍ନ ଥିବା କଥା ମ୍ୟୁନିକ୍‌ ଫାୟାର୍‌ ବ୍ରିଗେଡ୍‌ କହିଛନ୍ତି।

ସୂଚନା ଯେ, ରେଳ ଷ୍ଟେସନ୍‌ ନିକଟରେ ସୁଡ଼ଙ୍ଗ ନିର୍ମାଣ ନିମନ୍ତେ ‘ଡ୍ରିଲ୍‌’ କରାଯାଉଥିବା ବେଳେ ଘଟଣାସ୍ଥଳରେ ବିସ୍ଫୋରଣ ଘଟିଥିଲା । ବିସ୍ଫୋରଣ ପରେ ସମ୍ପୃକ୍ତ ଅଞ୍ଚଳକୁ ‘କର୍ଡନ୍‌ ଅଫ୍‌’ କରାଯାଇଛି। ସମ୍ପୃକ୍ତ ଅଞ୍ଚଳ ବାହାରେ କୌଣସି ବିପଦ ନ ଥିବା କଥା ମଧ୍ୟ ପୁଲିସ କହିଛି। ଘଟଣାସ୍ଥଳରେ ଆଉ ବୋମା ଅଛି କି, ନାହିଁ ପରୀକ୍ଷା କରିବା ଲାଗି ବିସ୍ଫୋରକ ବିଶେଷଜ୍ଞମାନଙ୍କୁ ଘଟଣାସ୍ଥଳକୁ ଡକାଇଯାଇଥିଲା ବୋଲି ଫାୟାର୍‌ ବ୍ରିଗେଡ୍‌।

ତେବେ ଦ୍ବିତୀୟ ବିଶ୍ବଯୁଦ୍ଧ ସମାପ୍ତ ହେବାର ୭୦ ବର୍ଷ ଅତିବାହିତ ହୋଇଯାଇଥିଲେ ମଧ୍ୟ ଜର୍ମାନିରୁ ପ୍ରତିବର୍ଷ ୨୦୦୦ ଟନ୍‌ର ସକ୍ରିୟ ବୋମା ଏବଂ ଆଗ୍ନେୟାସ୍ତ୍ର ଆବିଷ୍କାର କରାଯାଉଛି।
ଦ୍ବିତୀୟ ବିଶ୍ବଯୁଦ୍ଧ ବେଳେ ବ୍ରିଟିସ୍‌ ଏବଂ ଆମେରିକୀୟ ଲଢୁଆ ବିମାନ ଜର୍ମାନି ଉପରେ ନିକ୍ଷେପ କରିଥିବା ୧.୫ ନିୟୁତ ଟନ୍‌ ବୋମା ମାଡ଼ରେ ୬ ଲକ୍ଷ ବ୍ୟକ୍ତି ନିହତ ହୋଇଥିଲେ। ସରକାରୀ ଅଧିକାରୀମାନଙ୍କ ଆକଳନ ଅନୁସାରେ, ସେଥିରୁ ବିସ୍ଫୋରିତ ହୋଇ ନ ଥିବା ୧୫% ବୋମା ଭୂଗର୍ଭର ୨୦ ଫୁଟ୍‌ ଗଭୀରରେ ପୋତି ହୋଇ ରହି ଛି ।

Get real time updates directly on you device, subscribe now.