fbpx

ଭାରତରେ ନିର୍ମାଣ ହେବାକୁ ଯାଉଛି ବିଶ୍ୱର ସର୍ବବୃହତ ଚିଡ଼ିଆଖାନା

Advertisement

ଅହମ୍ମଦାବାଦ, ୨୧ା୧୨: ଗୁଜରାଟର ଜାମନଗରରେ ରିଲାଏନ୍ସ ବିଶ୍ୱର ସର୍ବବୃହତ ଚିଡ଼ିଆଖାନା ନିର୍ମାଣ କରିବାକୁ ଯୋଜନା କରୁଛି । ସୂଚନା ଅନୁଯାୟୀ ଏହି ଚିଡ଼ିଆଖାନା ୨୮୦ ଏକର ପରିମିତ ଅଞ୍ଚଳରେ ନିର୍ମିତ ହେବ । ଏଥିପାଇଁ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ଅନୁମତି ଦେଇସାରିଲେଣି । ଏହାର ନାମ ରଖାଯାଇଛି ‘ଗ୍ରୀନସ ଜୁଲୋଜିକାଲ, ରେସକ୍ୟୁ ଆଣ୍ଡ ରିହାବିଲିଟେସନ କିଙ୍ଗଡମ’ ।

କରୋନା ଯୋଗୁଁ ଏହାର ନିର୍ମାଣ କାର୍ଯ୍ୟରେ ସାମାନ୍ୟ ବିଳମ୍ବ ଘଟିଛି । ଆସନ୍ତା ଦୁଇ ବର୍ଷ ବର୍ଷରେ ଏହାର ନିର୍ମାଣ କାର୍ଯ୍ୟ ଶେଷ କରାଯିବ ବୋଲି ଜଣାପଡ଼ିଛି । ଏଠାରେ ୧୦୦ରୁ ଅଧିକ ପ୍ରଜାତିର ଜୀବଜନ୍ତୁ ସ୍ଥାନ ପାଇବେ । ଭାରତ ଓ ବିଶ୍ୱର ଅନ୍ୟ ଭାଗରେ ଦେଖାଯାଉଥିବା ଜୀବଜନ୍ତୁଙ୍କୁ ମଧ୍ୟ ଏଠାରେ ରଖାଯିବ । ମୁକେଶ ଅମ୍ବାନୀଙ୍କ ଜ୍ୟେଷ୍ଠ ପୁତ୍ର ଅନନ୍ତ ଅମ୍ବାନୀଙ୍କ ସ୍ୱପ୍ନକୁ ସାକାର କରିବା ପାଇଁ ଏହି ଚିଡ଼ିଆଖାନା ନିର୍ମାଣ କରାଯାଉଛି ।

କେନ୍ଦ୍ର ସରକାରଙ୍କ ଜଣେ ଅଧିକାରୀ କହିଛନ୍ତି ଯେ, ଏହି ଚିଡ଼ିଆଖାନା ନିର୍ମାଣ ନିମନ୍ତେ ରିଲାଏନ୍ସ ଗ୍ରୁପର ଆଗ୍ରହ ରହିଛି । ଏଭଳି ପ୍ରକଳ୍ପ ଫଳରେ ଘରୋଇ ଉଦ୍ୟମକୁ ଏ କ୍ଷେତ୍ରରେ ପ୍ରେତ୍ସାହନ ମିଳିବ । ଆଗାମୀ ଦିନରେ କମ୍ପାନୀମାନଙ୍କର ବନ୍ୟପ୍ରାଣୀଙ୍କ ପ୍ରତି ଆଗ୍ରହ ବୃଦ୍ଧି ପାଇବ ।

Get real time updates directly on you device, subscribe now.