fbpx

ଦୁନିଆର ସବୁଠାରୁ ଶସ୍ତା ଇଲେକ୍ଟ୍ରିକ୍ କାର୍, ମାତ୍ର ୧୦ ହଜାରରେ ହେଉଛି ବୁକିଂ

Advertisement

ନୂଆଦିଲ୍ଲୀ: ଲଗାତାର ପେଟ୍ରୋଲ-ଡିଜେଲ ଦର ବଢ଼ିଚାଲିଥିବା ବେଳେ ଇଲେକ୍ଟ୍ରିକ୍ ବାହନ କିଣିବାକୁ ଲୋକମାନଙ୍କ ମନରେ ଉତ୍ସାହ ଦେଖିବାକୁ ମିଳିଛି । ଯଦି ଆପଣ ଇଲେକ୍ଟ୍ରିକ୍ କାର କିଣିବାକୁ ଯୋଜନା କରୁଛନ୍ତି, ତେବେ ଆପଣଙ୍କ ପାଇଁ ରହିଛି ଏହି ଖବର । ଆସନ୍ତୁ ଜାଣିବା ଦୁନିଆର ସବୁଠାରୁ ଶସ୍ତା କାର ବିଷୟରେ…

ତେବେ ମୁମ୍ବାଇର ଷ୍ଟାର୍ଟଅପ୍ କମ୍ପାନୀ Strom Motors ଏହି କାରକୁ ତିଆରି କରିଛି । ଏଥିରେ ୩ଟି ଚକ ରହିଛି,କିନ୍ତୁ ଏଡା ୩ ଚକିଆ ଯାନଠାରୁ ଟିକେ ଅଲଗା । କମ୍ପାନୀ ଦାବି କରିଛି ଯେ, ଏହି କାର ଦୁନିଆର ସବୁଠାରୁ ଶସ୍ତା ଇଲେକ୍ଟ୍ରିକ୍ କାର୍ ।

Strom Motors ଏହି କାରର ନାଁ Strom R3 ରହିଛି । ଆପଣ ଏହି କାରର ବୁକ୍ ବି କରିପାରିବେ । ଏହାକୁ ବୁକ୍ କରିବା ପାଇଁ ଆପଣଙ୍କୁ ୧୦,୦୦୦ ଟଙ୍କା ଦେବାକୁ ପଡିବ । କମ୍ପାନୀ ଏହି ଇଲେକ୍ଟ୍ରିକକ କାରକୁ ମୁମ୍ବାଇ ଓ ଦିଲ୍ଲୀ-ଏନସିଆରେ ଗଡ଼ାଇବାକୁ ଚାହୁଁଛି । କମ୍ପାନୀର ସୂଚନା ମୁତାବକ, ଏହି ଇଲେକ୍ଟ୍ରିକ କାର ଆଗାମୀ ବର୍ଷ ଅର୍ଥାତ୍ ୨୦୨୨ ପର୍ଯ୍ୟନ୍ତ ଡେଲିଭରୀ ହେବ । ଥରେ ଚାର୍ଜ ହେଲେ ଏହି କାରଟି ୨୦୦ କିଲୋମିଟର ଚାଲିବ । ଏହି କାରର ଦାମ୍ ୪.୫ ଲକ୍ଷ ଟଙ୍କା ରହିଛି । ଏହା ବ୍ୟତୀତ କାରଟି ସର୍ବାଧିକ ଘଣ୍ଟାପିଛା ୮୦ କିଲୋମିଟର ଯାଇପାରିବ । ଏହାକୁ କିଣିବାକୁ ଚାହୁଁଥିଲେ Strom Motorsର ଅଫିସିଆଲ ୱେସାଇଟ୍ https://www.strommotors.com/ କୁ ଯାଇ ବୁକ୍ କରିପାରିବେ ।

Get real time updates directly on you device, subscribe now.