fbpx

(Video) ଆସୁଛି ପ୍ରଳୟ! ଗରମ ହେଉଛି ପୃଥିବୀ, ସେପଟେ ୨୮୨ ଫୁଟ ତଳକୁ ଦବିଲାଣି ବଟାଗାଇକା ଆଗ୍ନେୟଗିରି

Advertisement

ନୂଆଦିଲ୍ଲୀ: ଗ୍ଲୋବାଲ ୱାର୍ମିଂ ଦିନକୁ ଦିନ ଖୁବ ବୃଦ୍ଧି ପାଇବାରେ ଲାଗିଛି । ଯାହା ଫଳରେ ସାରା ପୃଥିବୀ ଏବେ ଉତ୍ତପ୍ତ ଅବସ୍ଥାରେ ରହୁଛଇ । ଏହାର ଏକ ପ୍ରମାଣ ଏବେ ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି । ପୃଥିବୀ ଉତ୍ତପ୍ତ ହେବାରୁ ଋଷିଆର ସାଇବେରିଆ ଅଞ୍ଚଳରେ ଥିବା ବଟାଗାଇକା ଆଗ୍ନେୟଗିରି ବର୍ତ୍ତମାନ ଧିରେ ଧିରେ ତରଳିବା ଆରମ୍ଭ କରିଛି । ଏହାର ଏକ ଭିଡିଓ ଏବେ ସୋସିଆଲ ମିଡିଆ ପ୍ଲାଟଫର୍ମ ଟ୍ୱିଟରେ ଅପଲୋଡ ହୋଇଛି । ଯାହାକୁ ଦେଖି ପ୍ରଳୟର ପୂର୍ବ ରୂପ ଅନୁମାନ କରାଯାଇପାରେ ।

ଋଷିଆ ସାଇବେରିଆର ବଟାଗାଇକା କ୍ରାଟର ପର୍ମାଫ୍ରୋଷ୍ଟ, ଯାହାକୁ ନର୍କର ମୁହଁ ବୋଲି ମଧ୍ୟ କୁହାଯାଏ । ତେବେ ବର୍ତ୍ତମାନ ଏହା ପୃଥିବୀର ଉତ୍ତପ୍ତ ଯୋଗୁଁ ତରଳିବାରେ ଲାଗିଛି । ଏହି ଆଗ୍ନେୟଗିରି ପୃଥିବୀ ପୃଷ୍ଠରୁ ୨୮୨ ଫୁଟ ଗଭୀରରେ ଥିବା ଏକ ଗ୍ୟାପିଙ୍ଗ ହୋଲ୍ । ତେଣୁ ସ୍ଥାନୀୟ ଲୋକେ ଏହାକୁ ଅଣ୍ଡରୱାର୍ଲଡପାଇଁ ରାସ୍ତା ବୋଲି ବିଶ୍ୱାସ କରୁଛନ୍ତି । ଏହି ବଟାଗାଇକା କ୍ରାଟରର ଡ୍ରୋନ୍ ମାଧ୍ୟମରେ ରେକର୍ଡ କରାଯାଇଥିବା ଏକ ଭିଜୁଆଲ ଏବେ ଦେଖିବାକୁ ମିଳିଛି । ଯେଉଁଥିରେ ଦୁଇ ଜଣ ପର୍ବତାରୋହୀ ଅସମତଳ ରାସ୍ତା ଦେଇ ଉପରକୁ ଚଢୁଥିବା ଦେଖାଯାଇଛି । ଏହାପରେ ପର୍ମାଫ୍ରୋଷ୍ଟ ଅଣ୍ଡରଗ୍ରାଉଣ୍ଡ ତରଳିଥିବା ଅଞ୍ଚଳ ମଧ୍ୟ ଦେଖାଯାଇଛି । ମିଳିଥିବା ରିପୋର୍ଟ ଅନୁସାରେ, ୧୯୬୦ ମସିହାରେ ପ୍ରଥମେ ଏହି କ୍ରାଟର ଦେଖାଯାଇଥିଲା । ଜଙ୍ଗଲ କ୍ଷୟ ଯୋଗୁଁ ସୃଷ୍ଟି ହୋଇଥିଲା ଏହି ବଟାଗାଇକା ଆଗ୍ନେୟଗିରି । ତେବେ ଏହାର ବୈଜ୍ଞାନିକ ନାମ ହେଉଛି, ‘ମେଗା ସ୍ଲମ୍ପ’ ।

ତେବେ ସାଇବେରିଆରେ ସୃଷ୍ଟି ହୋଇଥିବା ପରିସ୍ଥିତି ଆଗାମୀ ଭବିଷ୍ୟତ ପାଇଁ ଏକ ବଡ଼ ବିପଦର ସଂକେତ ବୋଲି ଚେତାବନୀ ଦେଇଛନ୍ତି ବୈଜ୍ଞାନିକ । ଉତ୍ତର ଏବଂ ଉତ୍ତର-ପୂର୍ବ ଋଷିଆ ସହର ପାଇଁ ଏହା ଏକ ମହାନ ବିପଦ ଡାକି ଆଣିଥିବା ବେଳେ ବିଭିନ୍ନ ସ୍ଥାନରେ ଏହାର ପ୍ରଭାବ ମଧ୍ୟ ଦେଖିବାକୁ ମିଳିଛି । ୧୯୭୦ ମସିହାରେ ଏକ ଉପତ୍ୟକା ଭାବରେ ଚିହ୍ନଟ ହୋଇଥିବା ବେଳେ ଗ୍ରୀଷ୍ମ ଋତୁରେ ଅତ୍ୟଧିକ ତାପ ଯୋଗୁଁ ଏହା ବୃଦ୍ଧି ପାଇଛି । ବର୍ତ୍ତମାନ ଏହାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାକରେ ଲାଗିଛି ।

Get real time updates directly on you device, subscribe now.