fbpx

ଦୁବାଇରେ ଖୋଲିଲା ବିଶ୍ୱର ସବୁଠୁ ସୁନ୍ଦର ବିଲ୍ଡିଂ: ଭିଡିଓ ଦେଖିଲେ ଆପଣଙ୍କର ବି ଆଖି ଲାଖିଯିବ

ନୂଆଦିଲ୍ଳୀ: ଦୁବାଇରେ ଅବସ୍ଥାପିତ ବିଶ୍ୱର ସବୁଠାୁ ସୁଉଚ୍ଚ ବିଲ୍ଡିଂ ବୁର୍ଜ ଖଲିଫା । ତେବେ ପୁନର୍ବାର ନିଜର ଚମକ୍ରାର ଭାସ୍କର୍ଯ୍ୟରେ ବିଶ୍ୱ ବାସୀଙ୍କ ଧ୍ୟାନ ଆକର୍ଷଣ କରିଛି ଦୁବାଇର ଆଉ ଏକ ସ୍ଥାପତ୍ୟ । ଦୁବାଇର ସ୍କାଇଲାଇନରେ ମ୍ୟୁଜିୟମ ଅଫ୍ ଦ ଫ୍ୟୁଚର ନାମରେ ନାମିତ ଏହି ବିଲ୍ଡିଂକୁ ବିଶ୍ୱର ସବୁଠାରୁ ସୁନ୍ଦର ବିଲ୍ଡିଂର ମାନ୍ୟତା ପ୍ରଦାନ କରାଯାଇଛି । ୭ ମହଲାର ଏହି ବୃତ୍ତାକାର ବିଲ୍ଡିଂଟିର ଉଚ୍ଚତା ୭୭ ମିଟର ରହିଥିବା ବେଳେ ଏହା ୩୦ ହଜାର ବର୍ଗ ମିଟର ଅଞ୍ଚଳରେ ପରିବ୍ୟାପ୍ତ ।

ଏହି ମ୍ୟୁଜିୟମକୁ ଆଗାମୀ ପିଢିର ମ୍ୟୁଜିୟମ ଭାବରେ ବର୍ଣ୍ଣନା କରାଯାଇଛି । ନିୟମିତ ବ୍ୟବଧାନରେ ଆବିଷ୍କାର ଏବଂ ମାନବ ସତ୍ତାର ବିକାଶ ଏହି ମ୍ୟୁଜିୟମର ପ୍ରଥମ ଲକ୍ଷ୍ୟ । ମଙ୍ଗଳବାର ଉଦଘାଟନୀ ଉତ୍ସବରେ ୟୁଏଇର କ୍ୟାବିନେଟ ମନ୍ତ୍ରୀ ତଥା ଦୁବାଇ ଫ୍ୟୁଚର ଫାଉଣ୍ଡେସନ ମୁଖ୍ୟ ମହମ୍ମଦ ଅଲ ଗେର୍ଗୋଇ ଏହାକୁ ବେଶ ପ୍ରଶଂସା କରିଛନ୍ତି ।

କିଲ୍ଲା ଡିଜାଇନର ଆର୍କିଟେକ୍ଟ ଶନ୍ କିଲା ଏହାର ଡିଜାଇନ ପ୍ରସ୍ତୁତ କରିଛନ୍ତି । ଆର୍କିଟେକ୍ଚରରେ ଏହାକୁ ଏକ ଆଇକନ୍ ଭାବରେ ଗ୍ରହଣ କରାଯାଇଛି । ଷ୍ଟେଲନେସ ଷ୍ଟିଲରେ ନିର୍ମିତ ଏହି ବିଲ୍ଡିଂରେ ୧୦୨୪ଟି ପ୍ୟାନେଲ ରୋବୋଟ ବ୍ୟବହାର କରାଯାଇଛି । ଏହାର ଫସାଡ ନିର୍ମାଣ ପାଇଁ କେବଳ ୧୬ ମାସ ସମୟ ଲାଗିଥିଲା । ୧୬ଟି ଜଟିଳ ପ୍ରକ୍ରିୟାରେ ଏହି ବିଲ୍ଡିଂଟି ନିର୍ମାଣ କରାଯାଇଛି । ୧୪ ହଜାର ମିଟରର ଲାଇଟ୍ ଦ୍ୱାରା ଏହି ବିଲ୍ଡିଂଟି ଆଲୋକିତ ବୋଲି ୟୁଏଇ ପ୍ରଧାନମନ୍ତ୍ରୀ ତଥା ଶାସକ ଶେଖ ମହମ୍ମଦ ବିନ ରଶିଦ ଅଲ ମକତୌମ କହିଛନ୍ତି ।

୧୦୨୪ ପ୍ୟାନେଲ ଏକ କିଲୋବାଇଟ ପାଇଁ ଉଦ୍ଦିଷ୍ଟ ବୋଲି ଏକ ମିଡିଆ ସର୍କୁଲାରରେ କୁହାଯାଇଛି । ଏକ ସୌର ପ୍ରକଳ୍ପ ଦ୍ୱାରା ଏହି ବିଲ୍ଡିଂକୁ ପ୍ରତି ଘଣ୍ଟାରେ ୪ ହଜାର ମେଗାୱାଟର ବିଦ୍ୟୁତ ଶକ୍ତି ମିଳିଥାଏ । ଭବିଷ୍ୟତର ବିଭିନ୍ନ ଆବଶ୍ୟକତାକୁ ଦୃଷ୍ଟିରେ ରଖି ଏହି ଅଟ୍ଟାଳିକା ନିର୍ମାଣ କରାଯାଇଛି । ଏହି ବିଲ୍ଡିଂରେ ୧୦୦୦ରୁ ଅଧିକ ଲୋକ ଲୋକଙ୍କୁ ରଖିହେବ ଏହା ସହିତ ୩୪୫ରୁ ଅଧିକ ସେମିନାର କରିହେବ ।

Get real time updates directly on you device, subscribe now.