fbpx

ରାଜ୍ୟର ୧ କୋଟି ୬୮ ଲକ୍ଷ ପିଲାଙ୍କୁ ଦିଆଯିବ କୃମିନାଶକ ମେଡିସିନ୍, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ନିର୍ଦ୍ଦେଶକଙ୍କ ସୂଚନା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆସନ୍ତା ୧୨ ତାରିଖରେ ରାଜ୍ୟ ପରିବାର ନିର୍ଦ୍ଦେଶାଳୟ ଦ୍ୱାରା ପାଳନ କରାଯିବ ଜାତୀୟ କୃମିନାଶକ ଦିବସ । ଏହି ଅବସରରେ ୧ ବର୍ଷରୁ ୧୯ ବର୍ଷ ବୟସର ପିଲାମାନଙ୍କୁ କୃମି ନାଶକ ଔଷଧ ପ୍ରଦାନ କରାଯିବ । ଯେଉଁମାନେ କୌଣସି କାରଣରୁ ୧୨ ତାରିଖରେ ଏହି ମେଡିସିନ୍ ଖାଇ ନ ଥିବେ, ସେମାନେ ୧୯ ତାରିଖରେ ଖାଇପାରିବେ । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ ସୂଚନା ଦେଇଛନ୍ତି ।

ରାଜ୍ୟ ମହିଳା ଓ ଶିଶୁ ବିକାଶ ବିଭାଗ, ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗରେ ଜାତୀୟ କୃମିନାଶକ ଦିବସ ପାଳନ କରାଯିବ । ରାଜ୍ୟର ୧ କୋଟି ୬୮ ଲକ୍ଷ ୩୧ ହଜାର ୬୭୯ ପିଲାଙ୍କୁ ଏହି ଔଷଧ ଖାଇବାକୁ ଦିଆଯିବ । ସମସ୍ତ କୋଭିଡ୍ କଟକଣା ସହ ସ୍କୁଲ ଓ ଅଙ୍ଗନୱାଡ଼ି କେନ୍ଦ୍ରରେ ପିଲାମାନଙ୍କୁ ଔଷଧ ଦିଆଯିବ ।
କୃମିନାଶକ ଔଷଧ ବଣ୍ଟନ ପାଇଁ ରାଜ୍ୟର ୫୫ ହଜାର ୫ ସ୍କୁଲକୁ ସାମିଲ କରାଯାଇଛି । ସେଥିପାଇଁ ୬୯ ହଜାର ଶିକ୍ଷକ, ୭୨ ହଜାର ଅଙ୍ଗନୱାଡ଼ି କର୍ମୀ, ୪୮ ହଜାର ଆଶାକର୍ମୀ, ୭ ହଜାର ୮ ଶହ ଏଏନଏମ କର୍ମୀ ସାମିଲ ହେବେ । ଏହି ଔଷଧ ଖାଇବା ଦ୍ୱାରା ପିଲାମାନଙ୍କର ରକ୍ତହୀନତା ନିୟନ୍ତ୍ରଣ, ଶିକ୍ଷା ଦକ୍ଷତା ବୃଦ୍ଧି, ଜୀବିକା ସୁଯୋଗ ସୃଷ୍ଟି, ପୁଷ୍ଟିହୀନତାରୁ ରକ୍ଷା ଆଦିରେ ସହାୟକ ହେବ ।

Get real time updates directly on you device, subscribe now.