fbpx

ଯଦି ଗୋଟିଏ ଝିଅ ଗୋଟିଏ ପୁଅକୁ ସେକ୍ସ କରିବାକୁ କହିବ, ସେ ଝିଅ ନୁହେଁ, ଧନ୍ଦା କରୁଛି: ବିବାଦୀୟ ବୟାନ ଦେଇ ଫସିଲେ ଶକ୍ତିମାନ

ନୂଆଦିଲ୍ଲୀ: ବିବାଦରେ ଫସିଛନ୍ତି ଶକ୍ତିମାନ । ଜଣେ ମହିଳାଙ୍କ ବିରୋଧରେ ଅପମାନଜନକ ତଥା ବିବାଦୀୟ ମନ୍ତବ୍ୟ ଦେବା ଅଭିନେତା ମୁକେଶ ଖାନ୍ନାଙ୍କୁ ମହଙ୍ଗା ପଡ଼ିଛି । ଏନେଇ ଦିଲ୍ଲୀ ମହିଳା କମିଶନ (ଡିସିଡବ୍ଲ୍ୟୁ) ଅଧ୍ୟକ୍ଷା ସ୍ୱାତୀ ମାଲିୱାଲ ଦିଲ୍ଲୀ ପୋଲିସକୁ ଏକ ନୋଟିସ୍ ପଠାଇଛନ୍ତି । ଅଭିନେତାଙ୍କ ବିରୋଧରେ ଏଫଆଇଆର ଦାୟର କରିବାକୁ ନୋଟିସରେ କୁହାଯାଇଛି ।

ସୂଚନା ମୁତାବକ, ମୁକେଶ ନିଜର ୟୁଟ୍ୟୁବ ଚାନେଲରେ ମହିଳା ଓ ଯୁବତୀଙ୍କୁ ନେଇ କିଛି ବିବାଦୀୟ କମେଣ୍ଟ କରିଥିଲେ । ଏହାପରେ ଅଭିନେତାଙ୍କ ମୁସ୍କିଲ ବଢ଼ିଯାଇଛି ଓ ଲୋକମାନେ ତାଙ୍କୁ ଟ୍ରୋଲ କରିବା ଆରମ୍ଭ କରିଦେଇଛନ୍ତି । ତାଙ୍କ ବିରୋଧରେ ଖୁବଶୀଘ୍ର ଏଫଆଇଆର ଦାୟର ହେବାକୁ ଯାଉଛି ।

ଭିଡିଓରେ ମୁକେଶ କହିଥିଲେ, ଯଦି କୌଣସି ଝିଅ ଗୋଟିଏ ପୁଅକୁ ସେକ୍ସ କରିବାକୁ କହିବ, ତେବେ ସେ ଝିଅ, ଝିଅ ନୁହେଁ । ସେ ଧନ୍ଦା କରୁଛି, କାରଣ ଏଭଳି ନିର୍ଲଜ କଥା ସଭ୍ୟ ସମାଜର ଜଣେ ଝିଅ କେବେ କହିବ ନାହିଁ । ଯଦି ସେ ଏପରି କରେ ତେବେ ସେ ସଭ୍ୟ ସମାଜର ନୁହେଁ । ସେଇଟା ତା’ର ଧନ୍ଦା । ଆପଣ ସେଥିରେ ଭାଗିଦାରୀ ରୁହନ୍ତୁ ନାହିଁ । ସେଥିପାଇଁ ମୁଁ କହୁଛି ଏପରି ଝିଅମାନଙ୍କଠାରୁ ଦୂରେଇ ରୁହନ୍ତୁ ।

Get real time updates directly on you device, subscribe now.