fbpx

ଗୃହ ମନ୍ତ୍ରଣାଳୟର ବଡ ନିଷ୍ପତ୍ତି, ଶିଳ୍ପପତି ଗୌତମ ଆଦାନୀଙ୍କୁ ମିଳିବ Z ବର୍ଗର ସୁରକ୍ଷା

ନୂଆଦିଲ୍ଲୀ: ଏସିଆର ସବୁଠୁ ଧନୀ ବ୍ୟକ୍ତି ଗୌତମ ଅଦାନୀଙ୍କୁ ସରକାର Z ବର୍ଗର ସୁରକ୍ଷା ପ୍ରଦାନ କରିଛନ୍ତି। ଗୃହ ମନ୍ତ୍ରଳାୟ ସୁତ୍ରରୁ କୁହାଯାଇଛି ଯେ, ଗୌତମ ଅଦାନୀଙ୍କୁ ଯେଉଁ ସୁରକ୍ଷା ଦିଆଯାଇଛି ତାହାର ଖର୍ଚ୍ଚ ସେ ନିଜେ ଭରଣା କରିବେ। ଗୌତମ ଅଦାନୀଙ୍କ ପ୍ରତି ବିପଦ ଥିବା ଆଇବିର ରିପୋର୍ଟ ଆଧାରରେ ଗୃହମନ୍ତ୍ରଳାୟ ଅଦାନୀ ସମୁହର ସଭାପତିଙ୍କୁ ସୁରକ୍ଷା ଦେବାକୁ ନିଷ୍ପତ୍ତି ନେଇଛନ୍ତି।

ଏହି Z ବର୍ଗର ସୁରକ୍ଷା ଅଧୀନରେ ସମୁଦାୟ ୩୩ ସୁରକ୍ଷାକର୍ମୀ ନିୟୋଜିତ ହେବେ। ଆଦାନୀଙ୍କ ସୁରକ୍ଷା ସଶସ୍ତ୍ର ବାହିନୀ ହାତରେ ରହିବ। ଗୃହ ମନ୍ତ୍ରଣାଳୟ ସୂତ୍ର ଅନୁସାରେ ଗୌତମ ଆଦାନୀଙ୍କ ଘରେ ୧୦ ସଶସ୍ତ୍ର ଷ୍ଟାଟିକ୍ ଗାର୍ଡ ଉପସ୍ଥିତ ରହିବେ। ଏହା ବ୍ୟତୀତ, ତିନୋଟି ସିଫ୍ଟରେ ୧୨ ଟି ସଶସ୍ତ୍ର ସ୍କଟ୍ କମାଣ୍ଡୋ, ସିଫ୍ଟରେ ୨ ୱାଚର ଏବଂ ୩ ଘଣ୍ଟା ତାଲିମପ୍ରାପ୍ତ ଡ୍ରାଇଭର ସେମାନଙ୍କ ସୁରକ୍ଷା କ୍ଷେତ୍ରରେ ନିୟୋଜିତ ହେବେ।

ଉଲ୍ଲେଖନୀୟ କଥା ହେଉଛି, ଗତ କିଛି ବର୍ଷ ମଧ୍ୟରେ ଶିଳ୍ପପତି ଗୌତମ ଆଦାନୀଙ୍କ ବ୍ୟବସାୟ ଦ୍ରୁତ ଗତିରେ ବୃଦ୍ଧି ପାଇଛି। ଯେଉଁଥିପାଇଁ ସେ ଏସିଆର ସବୁଠାରୁ ଧନୀ ବ୍ୟକ୍ତି ହୋଇପାରିଛନ୍ତି। ଗୌତମ ଆଦାନୀଙ୍କ ଧନ ବୃଦ୍ଧି ହେବାର କାରଣ ହେଉଛି କମ୍ପାନୀଗୁଡିକର ଉତ୍କୃଷ୍ଟ ପ୍ରଦର୍ଶନ। ଆଦାନୀଙ୍କ ମୋଟ ୭ ଟି କମ୍ପାନୀ ଷ୍ଟକ୍ ମାର୍କେଟରେ ତାଲିକାଭୁକ୍ତ ହୋଇଛି।

ଏସିଆର ସବୁଠାରୁ ଧନୀ ବ୍ୟକ୍ତି ହେବା ବ୍ୟତୀତ ଗୌତମ ଆଦାନୀ ମଧ୍ୟ ବିଶ୍ୱର ଚତୁର୍ଥ ଧନୀ ବ୍ୟକ୍ତି। ଟପ୍ -୧୦ ବିଲିୟନେୟାର ତାଲିକାରେ ଗୌତମ ଆଦାନୀଙ୍କ ନାମ ଏଲୋନ୍ ମସ୍କ, ବର୍ଣ୍ଣାଡ ଆର୍ନାଲ୍ଟ ଏବଂ ଜେଫ ବେଜୋସଙ୍କ ପରେ ରହିଛି। ଫୋର୍ବସର ସଦ୍ୟତମ ରିପୋର୍ଟ ଅନୁଯାୟୀ ଗୌତମ ଆଦାନୀଙ୍କ ନିଟ୍ ମୂଲ୍ୟ ହେଉଛି ୧୨୯.୧ ବିଲିୟନ ଡ଼ଲାର୍।

 

Get real time updates directly on you device, subscribe now.