fbpx

ଆଖିର ଶୁଷ୍କତାକୁ ନେଇ ଚିନ୍ତିତ କି ? ଜାଣନ୍ତୁ ଏହାର କାରଣ ଏବଂ ନିରାକରଣ

Advertisement

ଓଡ଼ିଶା ଭାସ୍କର: ଆଖି ହେଉଛି ଏକ କୋମଳ ଏବଂ ଗୁରୁତ୍ୱପୁର୍ଣ୍ଣ ଅଙ୍ଗ । କୌଣସି ପ୍ରକାର ଅବହେଳା ଦୃଷ୍ଟିଶକ୍ତିକୁ ପ୍ରଭାବିତ କରିପାରେ । ତେଣୁ ଆଖିର ଯତ୍ନ ନେବା ଜରୁରୀ ଅଟେ । ବିଶେଷ କରି ଗ୍ରୀଷ୍ମ ଦିନେ ଖରା ଓ ପ୍ରଦୂଷଣ କାରଣରୁ ଆଖିର ଶୁଷ୍କତା ଦୃଷ୍ଟିଶକ୍ତି ଅସ୍ପଷ୍ଟ ହେବା ଭଳି ସମସ୍ୟା ଦେଖାଦେଇଥାଏ । ତେଣୁ ସବୁବେଳେ ଖରାରେ ବାହାରକୁ ଯିବା ପୂର୍ବରୁ ଛତା, ଟୋପି, ପାଣି ବୋତଲ, ସନ୍‌ଗ୍ଲାସ୍ ନେବାକୁ ଭୁଲନ୍ତୁ ନାହିଁ । ଏହା ବ୍ୟତୀତ ଅନ୍ୟ କାରଣ ମଧ୍ୟ ରହିଛି ଯାହା ଆଖିର ଶୁଷ୍କତା ବୃଦ୍ଧି କରିବାରେ ସହାୟକ ହୋଇଥାଏ ।

୧. ଏସି: ଅଧିକାଂଶ ଲୋକମାନେ ଖରା ଦିନେ ଏସି ବ୍ୟବହାର କରିଥାନ୍ତି । ଘର ହେଉ କିମ୍ବା ଅଫିସ, ଏସି ଚଲାଇବା ଦ୍ୱାରା କକ୍ଷର ଆଦ୍ରତା ସ୍ତର ହ୍ରାସ ପାଇଥାଏ । ଫଳରେ ଆଖି ଶୁଷ୍ମ ହୋଇପାରେ ଏବଂ କୁଣ୍ଡେଇ ହୋଇପାରେ । ଏଥିରୁ ରକ୍ଷା ପାଇବା ପାଇଁ କକ୍ଷରେ ହ୍ୟୁମିଡିଫାୟାର ବ୍ୟବହାର କରିପାରିବେ । ଆବଶ୍ୟକ ହେଲେ ଏସି କକ୍ଷରୁ ବାହାରି ପ୍ରକୃତିକ ବାତାବରଣରେ କିଛି ସମୟ ବିତାଇ ପାରିବେ । ଏହା ବ୍ୟତୀତ ଡାକ୍ତରଙ୍କ ପରାମର୍ଶ ଅନୁଯାୟୀ ଲୁବ୍ରିକେଟିଂ ଆଇ ଡ୍ରପର ବ୍ୟବହାର କରିପାରିବେ ।

୨. ସନସ୍କ୍ରିନ୍‌: ଅଧିକାଂଶ ସମୟରେ ସୂର୍ଯ୍ୟର କ୍ଷତିକାରକ ଅତିବାଇଗିଣି କିରଣରୁ ରକ୍ଷା ପାଇବା ପାଇଁ ସନସ୍କ୍ରିନ୍ ବ୍ୟବହାର କରିବା ଉଚିତ । ଏହା ଆମ ଆଖିର ଆଦ୍ରତାକୁ ବଜାୟ ରଖିବାରେ ସହାୟକ ହୋଇଥାଏ । ଏହା ବ୍ୟତୀତ ୧୦୦% ୟୁଭି ପ୍ରୋଟେକସନ୍ ସନଗ୍ଲାସ୍ ପିନ୍ଧବା ମଧ୍ୟ ଏକ ଉତ୍ତମ ବିକଳ୍ପ ।

୩. ଡିହାଇଡ୍ରେସନ୍‌: ଖରା ଦିନେ ଶରୀରରେ ଜଳର ମାତ୍ରା କମି ଗଲେ ଡିହାଇଡ୍ରେସନ୍ ସମସ୍ୟା ଦେଖାଦେଇଥାଏ । ତେଣୁ ପର୍ଯ୍ୟାପ୍ତ ମାତ୍ରାରେ ପାଣି, ଜୁସ୍‌, ଫଳ, ଦହି ଇତ୍ୟାଦି ସେବନ କରିବା ଉଚିତ । ଏହା ଆଖିର ଆଦ୍ରତା ଏବଂ କୋମଳତା ବଜାୟ ରଖିଥାଏ ।

୪. ଡିଜିଟାଲ ଉପକରଣ: ଅଧିକ ସମୟ ପର୍ଯ୍ୟନ୍ତ କମ୍ପ୍ୟୁଟର, ଲାପଟପ୍ ଏବଂ ମୋବାଇଲ ଭଳି ଡିଜିଟାଲ ଉପକରଣ ସାମ୍ନାରେ ବସିବା ଠାରୁ ଦୂରେଇ ରୁହନ୍ତୁ । ଏହା ଆଖି ଉପରେ ପ୍ରଭାବ ପକାଇଥାଏ ଏବଂ ପଲକ ପକାଇବା(blink rate) ହ୍ରାସ ହୋଇଥାଏ । ଜଣେ ବ୍ୟକ୍ତି ଗୋଟିଏ ମିନିଟରେ ହାରାହାରି ୧୫ରୁ ୨୦ ଥର ପଲକ ପକାଇଥାଏ । ତେଣୁ କାମ ମଝିରେ ଆଖିକୁ କିଛି ସମୟ ପାଇଁ ବ୍ରେକ୍ ଦେଇପାରିବେ । ଦିନରେ କିଛି ସମୟ ପାଇଁ ନିଜକୁ ଡିଜିଟାଲ ବ୍ରେକ୍ ଦେବା ପାଇଁ ଚେଷ୍ଟା କରନ୍ତୁ ।

Get real time updates directly on you device, subscribe now.