fbpx

ଦୂର କରିବାକୁ ଚାହୁଁଛନ୍ତି ଅକାଳ ମୃତ୍ୟୁ ଦୋଷ! ଏହି ଉପାୟରେ କରନ୍ତୁ ତୁଳସୀ ପୂଜା, ମିଳିବ ଅନେକ ଦୋଷରୁ ମୁକ୍ତି

Advertisement

ହିନ୍ଦୁ ଧର୍ମ ଏବଂ ଶାସ୍ତ୍ରରେ ତୁଳସୀକୁ ସବୁଠାରୁ ପବିତ୍ର ଭାବରେ ବିବେଚନା କରାଯାଇଥାଏ । ଘର ଅଗଣାରେ ତୁଳସୀ ଗଛ ପ୍ରତ୍ୟେକ ହିନ୍ଦୁ ଘରେ ଦେଖିବାକୁ ମିିଳିଥିାଏ । ଏହି କାରଣରୁ ତୁଳସୀ ପତ୍ର କେବେ ବାସି ହୋଇନଥାଏ । ଏହାକୁ ବାରମ୍ବାର ବ୍ୟବହାର କରାଯାଇଥାଏ । ତେବେ ଶାସ୍ତ୍ର ଅନୁଯାୟୀ କେବଳ ରବିବାର ଦିନ ତୁଳସୀ ଗଛରେ ପାଣି ଦେବା ଉଚିତ ନୁହେଁ । କିନ୍ତୁ ଏହା ଛଡ଼ା ପ୍ରତ୍ୟେକ ଦିନ ଏହାର ପୂଜା କରିବା ଉଚିତ । ତେବେ ଏହି ଗୋଟିଏ ଗଛରୁ ଅନେକ ଉପକାର ଏବଂ ଅନେକ ଭଲ ଫଳ ମଧ୍ୟ ପ୍ରାପ୍ତ ହୋଇଥାଏ ।

ସନାତନ ଧର୍ମରେ ମଧ୍ୟ ତୁଳସୀ ଗଛର ବିଶେଷ ମହତ୍ତ୍ୱ ରହିଛି । ଏହା ଦ୍ୱାରା ସୁଖ ଶାନ୍ତି ଏବଂ ସମୃଦ୍ଧି ପ୍ରାପ୍ତ ହୋଇଥାଏ । ତେବେ ତୁଳସୀ ପୂଜା କରିବା ନେଇ ମଧ୍ୟ ଶାସ୍ତ୍ରରେ କିଛି ନିୟକ ରହିଛି । ତେବେ ଆସନ୍ତୁ ଜାଣିବା କ’ଣ ରହିଛି ଏହି ନିୟମ ଯାହା ପ୍ରୟୋଗ କରି ତୁଳସୀ ପୂଜା କରିବା ଦ୍ୱାରା ଆପଣଙ୍କୁ ଶୁଭ ଫଳ ପ୍ରାପ୍ତ ହେବ ।

ତୁଳସୀରେ ତେଲ, ସିନ୍ଦୁର ଏବଂ ଜଳ ଲାଗି କରନ୍ତୁ- ସନାତନ ଧର୍ମରେ ପ୍ରତ୍ୟେକ ଶୁଭ କାର୍ଯ୍ୟ ତୁଳସୀ ପତ୍ର ବିନା ସମ୍ଭବ ହୋଇନଥାଏ । ପ୍ରତି ପୂଜା କାର୍ଯ୍ୟରେ ଏହା ଦେବତାଙ୍କୁ ଏବଂ ଭଗବାନଙ୍କୁ ଚଢ଼ାଯାଇଥାଏ । ତେବେ ଏହା ଏତେ ପବିତ୍ର ହୋଇଥାଏ ଯେ ଏହା କେବେ ବାସି ମଧ୍ୟ ହୋଇନଥାଏ । ତେବେ ଏହାର ପୂଜା ବିଧି ପୁରାଣ ଏବଂ ଶାସ୍ତ୍ରରେ ବର୍ଣ୍ଣନା କରାଯାଇଛି । ଏଥିରେ ସ୍ପଷ୍ଟ ଭାବରେ ଲେଖାଯାଇଛି ଯେ ରବିବାର ଦିନ ତୁଳସୀ ଗଛକୁ ଜଳ ଦାନ କରାଯିବା ଉଚିତ ନୁହେଁ । କିନ୍ତୁ ରବିବାର ଛଡ଼ା ଅନ୍ୟ ଦିନମାନଙ୍କରେ ତୁଳସୀକୁ ସିନ୍ଦୁର ଏବଂ ଜଳ ଅର୍ପଣ କରିବା ଦ୍ୱାରା ବିଶେଷ ଲାଭ ମିଳିଥାଏ ।

ଦୂରରେ ରହିବ ଅକାଳ ମୃତ୍ୟୁ- ତୁଳସୀ ପୂଜନ ଦ୍ୱାରା ଅକାଳ ମୃତ୍ୟୁର ଦୋଷ ଆପଣଙ୍କ ଉପରୁ କଟିଯିବ । ବର୍ତ୍ତମାନ ସମୟରେ ଅନେକ ଲୋକ ଏହାର ଶିକାର ହେଉଥିବା ଦୈନନ୍ଦିନ ଜୀବନରେ ଦେଖିବାକୁ ମିଳୁଛି । ତେବେ ଅକାଳ ମୃତ୍ୟ ଉପରେ ନିୟନ୍ତ୍ରଣ ପାଇବାକୁ ଚାହୁଁଥିଲେ ତୁଳସୀ ଗଛରେ ପ୍ରତିଦିନ ଜଳ ଅର୍ପଣ କରନ୍ତୁ ।

ଏହା ଛଡ଼ା ଧନ ପ୍ରାପ୍ତି ପାଇଁ ତୁଳସୀ ପୂଜା କରିବାକୁ ଚାହୁଁଥିଲେ, ଗାଈ କ୍ଷୀରରେ ଗୁଡ଼ ମିଶାଇ ତୁଳସୀ ବୃକ୍ଷରେ ଅର୍ପଣ କରନ୍ତୁ । ଏହା ଦ୍ୱାରା ଧନ ପ୍ରାପ୍ତି ହେବା ସହିତ ପରିବାରରେ ସୁଖ ଶାନ୍ତି ମଧ୍ୟ ବଜାୟ ରହିବ ।

Get real time updates directly on you device, subscribe now.