fbpx

(Video) ଶ୍ରୀମନ୍ଦିର ନୀଳଚକ୍ର ପର୍ଯ୍ୟନ୍ତ ଚଢ଼ିଗଲେ ପୂଜକ: ଅଟକ ରଖିଲା ପୋଲିସ

ପୁରୀ: ଶ୍ରୀମନ୍ଦିର ନୀଳଚକ୍ର ନିକଟକୁ ଚଢିବା ପାଇଁ ଉଦ୍ୟମ କରୁଥିବା ବେଳେ ଜଣେ ଅଟକ ଥିବା ସୂଚନା ମିଳିଛି । ଉପରକୁ ଚଢିବା ପାଇଁ ଉଦ୍ୟମ କରୁଥିବା ବ୍ୟକ୍ତି ଜଣଙ୍କ ଶ୍ରୀମନ୍ଦିର ପାର୍ଶ୍ୱଦେବାଦ୍ୱେୀ ମନ୍ଦିରର ଜଣେ ପୂଜକ ବୋଲି ଜଣାପଡିଛି । ନୀଳଚକ୍ର ପର୍ଯ୍ୟନ୍ତ ଚଢ଼ିଥିବା ବ୍ୟକ୍ତି ଜଣକ ହେଲେ ଅଗ୍ନିଶ୍ବର ମହାଦେବଙ୍କ ପୂଜକ ଚନ୍ଦ୍ରଶେଖର ପଣ୍ଡା। ଶ୍ରୀମନ୍ଦିର ଜେ.ଟି.ପି,ପୋଲିସ ଓ ଚୁନାରା ସେବକଙ୍କ ସହାୟତାରେ ବ୍ୟକ୍ତି ଜଣଙ୍କୁ ଉଦ୍ଧାର କରାଯାଇଥିଲା । ପରେ ସିଂହଦ୍ୱାର ଥାନାରେ ତାଙ୍କୁ ଅଟକ ରଖାଯାଇଛି ।

ତେବେ ବ୍ୟକ୍ତି ଜଣଙ୍କ ଶ୍ରୀମନ୍ଦିର ନୀଳଚକ୍ର ନିକଟ ଶିଙ୍କୁଳି ପାଖରୁ ଉଦ୍ଧାର ହୋଇଥିଲେ । ସୁରକ୍ଷା ବ୍ୟବସ୍ଥା ଢିଲା ଯୋଗୁଁ ଏଭଳି ଘଟିଥିବା ଅନୁମାନ କରାଯାଉଛି । ଘଟଣାକୁ ନେଇ ପୁଣି ଶ୍ରୀମନ୍ଦିର ସୁରକ୍ଷା ବ୍ୟବସ୍ଥାକୁ ନେଇ ପ୍ରଶ୍ନ ଉଠିଛି । ସୂଚନା ଅନୁସାରେ ଅପରାହ୍ନରେ ଅଗ୍ନିଶ୍ବର ମହାଦେବଙ୍କ ପୂଜକ ଚନ୍ଦ୍ରଶେଖର ପଣ୍ଡା ଶ୍ରୀମନ୍ଦିରର ନୀଳଚକ୍ର ବାନା ଲାଗୁଥିବା ସ୍ଥାନ ପର୍ଯ୍ୟନ୍ତ ଚଢି ଯାଇଥିଲେ। ସେଠାରେ ସେ ବୁଲାବୁଲି କରୁଥିବା ଅନ୍ୟ ‌ସେବାୟତମାନେ ଦେଖିବାକୁ ପାଇଥିଲେ।

ଏବାବଦରେ ପୋଲିସକୁ ସୂଚନା ଦିଆଯାଇଥିଲା। ପୂଜକଙ୍କୁ ଓହ୍ଲାଇବା ପାଇଁ ପୁଲିସ ଓ ଜେଟିପି ବାରମ୍ଵାର କହିଥିଲେ। କିନ୍ତୁ ଚନ୍ଦ୍ରଶେଖର ପ୍ରଥମେ କାହାରି କଥା ଶୁଣି ନ ଥିଲେ। ଶେଷରେ ସେ ନୀଳଚକ୍ର ଠାରୁ ଓହ୍ଲାଇଥିଲେ। ପ୍ରତକ୍ଷ୍ୟଦର୍ଶୀଙ୍କ କହିବା ଅନୁସାରେ ଚନ୍ଦ୍ରଶେଖର ଦକ୍ଷିଣଘର ଛାତ ଦେଇ ମୁକ୍ତିମଣ୍ଡପ ସାମ୍ନାରେ ଓହ୍ଲାଇଥିଲେ। ତେବେ ସେ କେଉଁ ଉଦ୍ଦେଶ୍ୟ ନେଇ ନୀଳଚକ୍ର ପର୍ଯ୍ୟନ୍ତ ଚଢ଼ି ଯାଇଥିଲେ, ସେ ବାବଦରେ ଜଣାପଡ଼ି ନାହିଁ।

 

Get real time updates directly on you device, subscribe now.