ନୂଆଦିଲ୍ଲୀ: ଦୁର୍ଘଟଣା ଜନିତ ମୃତ୍ୟୁ ରୋକିବାକୁ ସିଟ ବେଲ୍ଟକୁ ନେଇ ଆସୁଛି ନୂଆ ନିୟମ । ଟାଟା ସନ୍ସର ପୂର୍ବତନ ଚେୟାରମ୍ୟାନ ସାଇରସ ମିସ୍ତ୍ରୀଙ୍କ ଦେହାନ୍ତ ପରେ ଏ ନେଇ ନୂଆ ନିଷ୍ପତ୍ତି ନେଇଛନ୍ତି କେନ୍ଦ୍ର ସରକାର । ଏହାପରେ ଦୁର୍ଘଟଣା ମାମଲାରେ ବୀମା ଦାବିକୁ ନେଇ ଅନେକ ପ୍ରକାର ପ୍ରଶ୍ନ ଉଠିଛି । ଅନେକ ସମୟରେ ନିଜର କିଛି ଭୁଲ ଯୋଗୁଁ କିଛି ଲୋକଙ୍କର ମୃତ୍ୟୁ ହୋଇଥାଏ । ତେବେ ଏହି ପରିସ୍ଥିତିରେ ଇନ୍ସୁରାନ୍ସ କ୍ଲେମ କରାଯାଇ ପାରିବ କି ନାହିଁ, ଏହା ଏକ ବଡ ପ୍ରଶ୍ନ ହୋଇ ଠିଆ ହୋଇଛି । ତେବେ ଆସନ୍ତୁ ଜାଣିବା ଏ ନେଇ କ’ଣ ରାୟ ଦେଉଛନ୍ତି ଏକ୍ସପର୍ଟ ।
ବିଭିନ୍ନ ବିପଦରୁ ରକ୍ଷା କରିବା ପାଇଁ ବୀମା ବ୍ୟବସ୍ଥା କରାଯାଇଛି ବୋଲି କହିଛନ୍ତି ବିଭିନ୍ନ କମ୍ପାନୀ । ତେବେ ଏହି ବିପଦ ମାନବକୃତ କିମ୍ବା ପ୍ରାକୃତିକ ହୋଇପାରେ । ଏଭଳି ପରିସ୍ଥିତିରେ ମଧ୍ୟ ବୀମା ଯୋଜନା ଲାଗୁ କରାଯାଇ ପାରିବ । ତେବେ ଅସାଧାରଣ କ୍ଷେତ୍ରରେ କ୍ଷତିପୂରଣର ରାଶି କମ୍ ହୋଇପାରେ । ଅଧିକାଂଶ ଦୁର୍ଘଟଣା ମଣିଷର ଅବହେଳା ଯୋଗୁଁ ହିଁ ଘଟୁତିବା କହିଛନ୍ତି ଆଇସିଆଇସିଆଇ ଲୋମ୍ବାର୍ଡ ଜେନେରାଲ ଇନ୍ସୁରାନ୍ସ କମ୍ପାନୀର ପ୍ରମୁଖ ସଞ୍ଜୟ ଦତ୍ତା । ତେବେ ପଲିସି କିଣିବା ଦ୍ୱାରା ଏଥିପାଇଁ ହେଉଥିବା ଦୁର୍ଘଟଣା ମଧ୍ୟ ଏହାର ଅନ୍ତର୍ଭୁକ୍ତ ହୋଇଥାଏ ।
ବଜାଜ ଆଲିୟାନ୍ସ ଜେନେରାଲ ଇନ୍ସୁରାନ୍ସର ପ୍ରବନ୍ଧ ନିର୍ଦ୍ଦେଶକ ତପନ ସିଂଘଲା ମଧ୍ୟ ସମାନ ପ୍ରତିକ୍ରିୟା ରଖିଛନ୍ତି । ବୀମା ନେଉଥିବା ବ୍ୟକ୍ତିଙ୍କ ନିକଟରେ ମୋଟର ବୀମା ପଲିସି ଥିଲେ ଏହା ସର୍ତ୍ତ ଅନୁସାରେ ଗାଡିର କ୍ଷତି ଅନୁସାରେ କ୍ଷତିପୂରଣ ଦିଆଯିବ ବୋଲି ସେ କହିଛନ୍ତି । ଏହା ବ୍ୟତୀତ ଆଉ ଏକ କମ୍ପାନୀ ମଧ୍ୟ ଏ ନେଇ ସୂଚନା ଦେଇଛି । ଦୁର୍ଘଟଣା ଜନିତ ମୃତ୍ୟୁରେ ବୀମାକୁ କୌଣସି କମ୍ପାନୀ ଖାରଜ କରିପାରିବ ନାହିଁ । କାରଣ ଏହା ମଧ୍ୟ ଏକ ଦୁର୍ଭଗ୍ୟଜନିତ ମୃତ୍ୟୁ ହୋଇଥାଏ ।