fbpx

(Video) ବାଃ! ଚମତ୍କାର Acting… ଷ୍ଟେଜ ଉପରେ ଚଢ଼ି ଭିଲିଆନକୁ ପିଟିଲେ ଦର୍ଶକ: ଜୀବନ୍ତ ଅଭିନୟରେ ରାଗିଗଲେ ଦେଖଣାହାରୀ

ଓଡ଼ିଶା ଭାସ୍କର: ଅଭିନୟ ଏକ କଳା, ଆଉ ଏହି କଳାକୁ ନିଖୁଣ ଭାବରେ ମଞ୍ଚ ଉପରେ ପରିବେଷଣ କରିପାରନ୍ତି କଳାକାର । ଅନେକ କଳାକାର ମଞ୍ଚ ଉପରେ ନିଜ ଚରିତ୍ରକୁ ଜୀବନ୍ତ ରୂପ ଦେଇଥାନ୍ତି । ସେମାନଙ୍କ ଅଭିନୟରେ ଭରି ରହିଥାଏ ସତ୍ୟତା ଏବଂ ନିପୁଣତା । ଯାହା ଦର୍ଶକଙ୍କୁ ଘଣ୍ଟା ଘଣ୍ଟା ପର୍ଯ୍ୟନ୍ତ ବାନ୍ଧି ରଖିଥାଏ ।  କିନ୍ତୁ ଜଣେ ଅଭିନେତାଙ୍କ ଏହି ନିପୁଣ ଅଭିନୟର ପରିରାମରେ ତାଙ୍କୁ ତାଳି ମିଳିବା ବଦଳରେ ମିଳିଛି ମାଡ଼ । ଯାତ୍ରାରେ ଖଳାନାୟକ ଚରିତ୍ରରେ ଅଭିନୟ କରୁଥିବା କଳାକାରଙ୍କୁ ନିର୍ଦ୍ଧୁମ ମାଡ଼ ମାରିଛନ୍ତି ଦର୍ଶକ । ଅଭିନୟରେ ଥିବା ସତ୍ୟତା ଦର୍ଶକଙ୍କ ମନରେ କ୍ରୋଧ ଭରି ଦେଇଥିଲା । ତେଣୁ ସେମାନେ ମଞ୍ଚକୁ ଚଢି ଅଭିନେତାଙ୍କୁ ଖୁବ ମାଡ଼ ମାରିଥିବା ଦେଖାଯାଇଛି ।

ଷ୍ଟେଜ ଉପରେ ଚଢ଼ିଲେ ପିଠିକୁ ଗୋଇଠା ମାରିଲେ ମୁହଁକୁ ଚାପୁଡ଼ା । ଏମିତି ଗୋଇଠା ମାରିଲେ ଯେ ଖଳନାୟକ ପୁରା ଛିଟିକି ପଡ଼ିଲେ । ହେଲେ ଖଳନାୟକ କିଛି ବି କହିଲେ ନାହିଁ । ଯାତ୍ରାରେ ଅନେକ କେହି ପୁରା ହଜି ଯାଆନ୍ତି । ଅଭିନୟକ ସତ ବୋଲି ମାନି ନିଅନ୍ତି । ଦିନେ ପିୟୁଷଙ୍କୁ ଷ୍ଟେଜ ଉପରେ ଚେୟାର ମାଡ଼ ହୋଇଥିଲା । ହେଲେ ଆଜି ଜଣେ ଭିଲିଆନ ଅଭିନୟ କରୁଥିବା ଅଭିନେତାଙ୍କ ଉପରେ ହୋଇଛି ଗୋଟଠା ବିଧା ମାଡ଼ । ଅଭିନୟକୁ ଉକ୍ତ ଯୁବକ ପୁରା ସତ ବୋଲି ଭାବି ମାଡ଼ ମାରିଛନ୍ତି । ଯାହା ପରେ ପୁରା ମଞ୍ଚରେ ସୃଷ୍ଟି ହୋଇଥିଲା ଆଶ୍ଚର୍ଯ୍ୟ କରିଦେଲା ଭଳି ଘଟଣା । ଏମିତି କିଛି ଦୃଶ୍ୟ ଦେଖିବାକୁ ମିଳିଛି ସମ୍ବୁଲପୁର ରେ ।

ସ୍ୱର୍ଣ୍ଣ ମହଲର ନାଟକର ନାଁ ହେଉଛି ସ୍ୱାମୀ ପାଇଁ ପଛେ ନର୍କକୁ ଯିବି । ଆଉ ଏଥିରେ ଥିବା ଜଣେ ଖଳନାୟକ ମଞ୍ଚ ଉପରେ ଦେଖାଇଥିଲେ ତାଙ୍କର ଜୀବନ୍ତ ଅଭିନୟ । ସେ ଅଭିନୟ କରିବାରେ ପୁରା ମସଗୁଲ ଥିଲେ । ଦର୍ଶକ ମାନେ ତାଳିମାଡ଼ କରୁଥାନ୍ତି । ଆଉ ଏତିକି ବେଳେ ଜଣେ ଦର୍ଶକ ରାଗିଯାଇ ଖଳନାୟକଙ୍କ ଉପରେ ଅତର୍କିତ ଆକ୍ରମଣ କରିଥିଲେ । ଅଭିନୟକୁ ସତ ମାନି ନେଇଥିଲେ ଦର୍ଶକ ଜଣକ । ଉତ୍ୟକ୍ତ ହୋଇ ମଞ୍ଚ ପରେ ଚଢ଼ି ପ୍ରଥମେ ପିଠିକୁ ଗୋଇଠା ମାରି ମୁହଁକୁ ମୁହଁକୁ ଚାପୁଡ଼ା ମାରିଥିଲେ । ଏହା ପରେ ତାଙ୍କୁ ସମସ୍ତେ ଛଡ଼ାଇଥିଲେ । ଏଥିରେ ଖଳନାୟକ ଭୁମିକାରେ ଅଭିନୟକ କରିଥିବା କଳାକାର ଆଘାତ ପାଇ ନାହାଁନ୍ତି । ସେ ଉକ୍ତ ଯୁବକଙ୍କ ଉପରେ କୌଣସି ଆଇନ ଗତ କାର୍ଯ୍ୟାନୁଷ୍ଠାନ ମଧ୍ୟ ନେଇ ନାହାଁନ୍ତି ।

 

Get real time updates directly on you device, subscribe now.