fbpx

୮ ବର୍ଷରେ ସର୍ବନିମ୍ନ ସ୍ତରରେ ହୋଲ୍‌ସେଲ୍ ମହଙ୍ଗା ଦରଦାମ୍‌

Advertisement

ନୂଆଦିଲ୍ଲୀ: ଜୁନ୍ ମାସରେ ହୋଲସେଲ୍ ମୂଲ୍ୟ ଆଠ ବର୍ଷରେ ସର୍ବନିମ୍ନ ସ୍‌ତରକୁ ଖସି ଆସିଛି । ଗତ ମାସରେ ହୋଲ୍‌ସେଲ୍ ମହଙ୍ଗା ହାର -୪.୧୨ ପ୍ରତିଶତ ରହିଥିଲା । ଏହା ପୁର୍ବରୁ ମେ ମାସରେ ହୋଲସେଲ୍ ମହଙ୍ଗା ହାର -୩.୮ ପ୍ରତିଶତ ଥିଲା । ଲଗାତାର ତୃତୀୟ ମାସ ପାଇଁ ହୋଲସେଲ୍ ମହଙ୍ଗା ହାର ନେଗେଟିଭ୍ ରହିଛି । ୮ବର୍ଷରେ ହୋଲସେଲ ମହଙ୍ଗା ହାର ସର୍ବନିମ୍ନ ସ୍ତରକୁ ଖସିବା ପରେ ବିଭୀନ୍ନ ଦରଦାମ୍‌ରେ କିଛି ମାତ୍ରାରେ ଆଶ୍ୱସ୍ତି ଦେଖିବାକୁ ମିଳିପାରେ ।

ବାଣିଜ୍ୟ ମନ୍ତ୍ରଳାୟ ପ୍ରକାଶ କରିଥିବା ଏହି ରିପୋର୍ଟରେ କହିଛି ଯେ, କେଉଁ କ୍ଷେତ୍ରରେ ମହଙ୍ଗା ହ୍ରାସ ପାଇଛି । ଏଥିରେ ମୁଖ୍ୟତଃ ଖାଇବା ତେଲ, ଖାଦ୍ୟ ପଦାର୍ଥ, ସାଧାରଣ ମେଟାଲ, ଅଶୋଧିତ ତୈଳ, ଏବଂ ପ୍ରାକୃତିକ ଗ୍ୟାସ୍ ଦାମ୍‌ରେ ହ୍ରାସ ପାଇଛି । ଏହାବାଦ ଟେକ୍ସଟାଇଲ୍ ଦାମ୍ ମଧ୍ୟ ହ୍ରାସ ପାଇଛି । ଯାହାର ପ୍ରଭାବରେ ମହଙ୍ଗା ହାର କମ୍ ଥିବା ଦେଖିବାକୁ ମିଳିଛି ।

ତେବେ ପ୍ରାଇମେରୀ ଆର୍ଟିକିଲ୍ଲସରେ ଦେଖିଲେ ମହଙ୍ଗା ହାର ହ୍ରାସ ପାଇ ୨.୮୭% ରହିଥିଲା । ଏହା ସହିତ ମାନ୍ୟୁଫାକ୍‌ଚରିଂ ଦ୍ରବ୍ୟର ମହଙ୍ଗା ହାର ଜୁନ୍ ମାସରେ ହ୍ରାସ ପାଇ -୨.୭୧ ପ୍ରତିଶତ ରହିଥିଲା, ଯାହା ମେ ମାସରେ -୨.୯୭% ଥିଲା ।

ଦେଶରେ ଖାଦ୍ୟ ପଦାର୍ଥର ଦାମ୍ ଜୁନ୍ ମାସରେ ହ୍ରାସ ପାଇ ୧.୨୪ %ରେ ପହଞ୍ଚିଛି । ଯେତେବେଳେ ଏହା ମେ ମାସରେ ୧.୫୯% ଥିଲା । ସେହିଭଳି ତୈଳ ଏବଂ ବିଦ୍ୟୁତ୍ ଦରରେ ମଧ୍ୟ ହ୍ରାସ ଦେଖିବାକୁ ମିଳିଥିଲା ।

ଫଳରେ ଲଗାତାର ତୃତୀୟ ମାସ ପାଇଁ ହୋଲ୍‌ସେଲ୍ ମହଙ୍ଗା ହାର ନେଗେଟିଭ୍ ରହିଛି । ଏପ୍ରିଲ ମାସରେ ଏହା -୦.୯୨ ପ୍ରତିଶତ ରହିଥିଲା, ଯେତେବେଳେ ଏହା ମେ ମାସରେ -୩.୮ ପ୍ରତିଶତ ରହିଥିଲା ।

 

Get real time updates directly on you device, subscribe now.