fbpx
BSKY SKY
BSKY SKY

ମହିଳା ପ୍ରିମିୟର ଲିଗ୍‌: ହର୍ମନପ୍ରୀତଙ୍କ ବିସ୍ପୋରକ ଅର୍ଦ୍ଧଶତକ, ଗୁଜରାଟ ଆଗରେ ବିଜୟ ଲକ୍ଷ୍ୟ ୨୦୮

BSKY

ମୁମ୍ବାଇ: ମହିଳା ପ୍ରିମିୟର ଲିଗ୍‌ର ଓପନିଂ ମ୍ୟାଚ୍‌ର ପ୍ରଥମ ମ୍ୟାଚ୍‌ରେ ଗୁଜରାଟ ଜିଆଣ୍ଟସ୍ ଏବଂ ମୁମ୍ବାଇ ଇଣ୍ଡିଆନସ୍ ମଧ୍ୟରେ ମ୍ୟାଚ୍ ଚାଲିଛି । ପ୍ରଥମେ ବ୍ୟାଟିଂ କରି ମୁମ୍ବାଇ ଇଣ୍ଡିଆନ୍ସ ୨୦ ଓଭରରେ ୨୦୭/୫ ରନ୍‌ର ବିଶାଳ ସ୍କୋର ଛିଡ଼ା କରିଛି । ବର୍ତ୍ତମାନ ବିଜୟ ପାଇଁ ଗୁଜୁରାଟ ଜିଆଣ୍ଟସ୍‌କୁ ୨୦୮ ରନ୍ ଆବଶ୍ୟକ । କ୍ୟାପଟେନ ହରମାନପ୍ରୀତ କୌର ମୁମ୍ବାଇ ପାଇଁ ୩୦ ବଲରେ ୬୫ ରନ୍‌ର ବିସ୍ପୋରକ ଇନିଂସ ଖେଳିଛନ୍ତି । ତାଙ୍କ ପଛକୁ ଆମେଲିଆ କେର୍ ୪୫ ରନ୍ କରି ଅପରାଜିତ ରହିଥିଲେ ।

ଗୁଜୁରାଟ ପାଇଁ ସ୍ନେହା ରାଣା ଦୁଇଟି ୱିକେଟ୍ ନେଇଥିଲେ । ଏହାପୂର୍ବରୁ ଗୁଜରାଟର ଅଧିନାୟକ ବେଥ ମୌନି ଟସ୍ ଜିତି ମୁମ୍ବାଇ ଦଳକୁ ପ୍ରଥମେ ବ୍ୟାଟିଂ କରିବାକୁ ଆମନ୍ତ୍ରଣ କରିଥିଲେ । ମହିଳା ପ୍ରିମିୟର ଲିଗ୍ ମୁମ୍ବାଇର ଊଣ ପାଟିଲ ଷ୍ଟାଡିୟମରେ ଏକ ଚମତ୍କାର ଉଦଘାଟନୀ ସମାରୋହରୁ ଆରମ୍ଭ ହୋଇଛି । ଉଦ୍ଘାଟନୀ ସମାରୋହରେ ବଲିଉଡର କଳାକାରମାନେ ଚମତ୍କାର ପ୍ରଦର୍ଶନ କରିଥିଲେ । କିର୍ତ୍ତୀ ସାନନ୍‌, କିଆରା ଆଡଭାନି ଏବଂ ଗାୟକ ଏପି ଧିଲନ୍‌ଙ୍କ ପରି ତାରକା ଅଭିନେତାମାନେ ସେମାନଙ୍କର ଚମତ୍କାର ପ୍ରଦର୍ଶନ ଦ୍ୱାରା ଦର୍ଶକଙ୍କ ହୃଦୟ ଜିତିଥିଲେ ।

Get real time updates directly on you device, subscribe now.