fbpx

ପ୍ଲାଷ୍ଟିକ ବୋତଲ ପାଣିରେ ବିଷ! ପ୍ଲାଷ୍ଟିକର କ୍ଷୁଦ୍ର ପାର୍ଟିକଲ ଆଖିକୁ ଦେଖାଯାଉନି, ଗର୍ଭବତୀ ମହିଳାଙ୍କ ପାଇଁ ବଢ଼ିଲା ବିପଦ, ରିସର୍ଚ୍ଚରୁ ମିଳିଲା ଭୟଙ୍କର ତଥ୍ୟ

ନୂଆଦିଲ୍ଲୀ: ଆଜିକାଲି ଅଧିକାଂଶ ଲୋକ ପ୍ଲାଷ୍ଟିକ୍ ବୋତଲରେ ପାଣି ପିଉଛନ୍ତି । ତେବେ ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ପ୍ଲାଷ୍ଟିକ୍ ବୋତଲରେ ପାଣି ନ ପିଇବାକୁ ପରାମର୍ଶ ଦେଇଛନ୍ତି । ଗର୍ଭବତୀ ମହିଳାଙ୍କ କ୍ଷେତ୍ରରେ ଏହାର ବିପଦ ଅଧିକ ରହିଥିବା କୁହାଯାଉଛି । ପ୍ଲାଷ୍ଟିକର ଛୋଟ ଛୋଟ ପାର୍ଲିକଲ ବା କଣ ଆମର ଶରୀର ପାଇଁ କ୍ଷତିକାରକ ହୋଇପାରେ । ସେଥିପାଇଁ ବିଶେଷଜ୍ଞମାନେ କାଚ କିମ୍ବା ଧାତୁରେ ନିର୍ମିତ ବୋତଲରେ ପାଣି ନ ପିଇବାକୁ ପରାମର୍ଶ ଦେଇଛନ୍ତି ।

ଇଟାଲିର ରୋମ ଟୋର ବର୍ଗାଟା ବିଶ୍ୱବିଦ୍ୟାଳୟର ହିଷ୍ଟୋଲୋଜି ଓ ଭୂବିଜ୍ଞାନ ବିଶେଷଜ୍ଞ ଡା. ଲୁଇସା କ୍ୟାମ୍ପଗନୋଲୋ ଏନେଇ ଚେତାବନୀ ଦେଇଛନ୍ତି । ଲୁଇସା କହିଛନ୍ତି, ପ୍ଲାଷ୍ଟିକର ଛୋଟ ଛୋଟ କଣ କାରଣରୁ ମଣିଷର ଟିସୁ ବିପଦରେ । ପ୍ଲାଷ୍ଟିକର ମାଇକ୍ରୋ ପାର୍ଟିକଲ ମଣିଷର ବ୍ଲଡ ଷ୍ଟ୍ରିମ ଓ ଗର୍ଭନାଳୀରେ ପହଞ୍ଚିପାରେ ବୋଲି ପୂର୍ବ ରିସର୍ଚ୍ଚରୁ ଜଣାପଡ଼ିଥିଲା । ଆମେରିକାର ଆସୋସିଏସନ ଫର ଦି ଆଡଭାନ୍ସମେଣ୍ଟ ଅଫ ସାଇନ୍ସର ବାର୍ଷିକ ସମ୍ମିଳନୀରେ ମୂଷା ଉପରେ ହୋଇଥିବା ଏକ ନୂଆ ଅଧ୍ୟୟନରେ ଏହି ବିଷୟରେ କୁହାଯାଇଥିଲା ।

ମାତ୍ର ନୂଆ ରିସର୍ଚ୍ଚ ମୁତାବକ, ପ୍ଲାଷ୍ଟିକର ଛୋଟ ଛୋଟ କଣ ଗର୍ଭବତୀ ମହିଳାଙ୍କ ଭ୍ରୁଣକୁ ସମାପ୍ତ କରିଦେଇପାରେ । ଭ୍ରୁଣ ପ୍ଲାଷ୍ଟିକର କଣର ଟାର୍ଗେଟ ହୋଇପାରେ ବୋଲି ଏଭଳି କିଛି ସଙ୍କେତ ମିଳିଛି । ଏହି ମାଇକ୍ରୋ ପ୍ଲାଷ୍ଟିକର ବ୍ୟାସ ୦.୨ ଇଞ୍ଚ ଅର୍ଥାତ ୫ ମିଲିମିଟରରୁ ବି କମ୍ ହୋଇଥାଏ । ଏହା ଏତେ ଛୋଟ ହୋଇଥାଏ ଯେ ତାହାକୁ ଖାଲି ଆଖିରେ ଦେଖିବା ସମ୍ଭବ ହୋଇନଥାଏ । ବିଶେଷଜ୍ଞଙ୍କ ମତରେ, ବିଶେଷ କରି ଯେତେବେଳେ ପ୍ଲାଷ୍ଟିକ ସୂର୍ଯ୍ୟ କିରଣ ସମ୍ପର୍କରେ ଆସେ ସେତେବେଳେ ଡିସ୍ପୋଜ ହେଉଥିବା ପ୍ଲାଷ୍ଟିକ ବୋତଲ ନିଜର ଡେବ୍ରିସକୁ ଛାଡ଼ି ପାରେ । ତେଣୁ ପ୍ଲାଷ୍ଟିକ ବୋତଲରେ ପାଣି ନ ପିଇବା ଆମ ପାଇଁ ଠିକ୍ ହେବ ।

Get real time updates directly on you device, subscribe now.