ମୁମ୍ବାଇ: ବ୍ରାବୋର୍ଣ୍ଣ ଷ୍ଟାଡିୟମରେ ମହିଳା ପ୍ରିମିୟର ଲିଗ 2025 ର ଫାଇନାଲ ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସ ଅଧିନାୟିକା ମେଗ୍ ଲାନିଂ ଟସ୍ ଜିତି ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଦୁଇଥର WPL ଟାଇଟଲ ହାତଛଡ଼ା କରିବା ପରେ, ଲାନିଂ ନେତୃତ୍ୱାଧୀନ ଦିଲ୍ଲୀ ଚଳିତ ସଂସ୍କରଣର ଶୀର୍ଷ ମୁକାବିଲାରେ ହରମନପ୍ରୀତ କୌରଙ୍କ ମୁମ୍ବାଇ ସହିତ ମୁକାବିଲା କରିବ। ଦିଲ୍ଲୀ ଏପର୍ଯ୍ୟନ୍ତ ପ୍ରଥମ ଟାଇଟଲ ଖୋଜୁଛି କାରଣ ସେମାନେ ଉଦଘାଟନୀ ସଂସ୍କରଣ ଚାମ୍ପିଅନ୍ ମୁମ୍ବାଇ ବିପକ୍ଷରେ ପରାଜୟ ବରଣ କରିଥିଲେ। ପ୍ରଥମ ସିଜିନରେ ମୁମ୍ବାଇ ଇଣ୍ଡିଆନ୍ସ ଗ୍ରାଣ୍ଡ ଫାଇନାଲରେ ଦିଲ୍ଲୀ କ୍ୟାପିଟାଲ୍ସକୁ ସାତ ୱିକେଟରେ ପରାସ୍ତ କରିଥିଲା। ତେଣୁ ଏଥର ଦିଲ୍ଲୀ ସମାନ ଘଟଣାର ପୁନରାବୃତ୍ତି କରିବାକୁ ଚାହିଁବ ନାହିଁ।
ଦିଲ୍ଲୀ କ୍ୟାପିଟାଲ୍ସ ମହିଳା ଏକାଦଶ: ମେଗ ଲାନିଙ୍ଗ (ଅଧିନାୟକ), ଶେଫାଳି ବର୍ମା, ଜେସ ଜୋନାସେନ୍, ଜେମିମା ରୋଡ୍ରିଗୁସ୍, ଆନ୍ନାବେଲ ସଦରଲ୍ୟାଣ୍ଡ, ମାରିଜାନେ କାପ, ସାରା ବ୍ରାଇସ (ଉଇକେଟ ରକ୍ଷ), ନିକି ପ୍ରସାଦ, ମିନୁ ମଣି, ଶିଖା ପାଣ୍ଡେ, ନାଲାପୁରେଡି ଚରଣୀ।
ମୁମ୍ବାଇ ଇଣ୍ଡିଆନ୍ସ ମହିଳା ଏକାଦଶ: ୟସ୍ତିକା ଭାଟିଆ (ଉଇକେଟ ରକ୍ଷକ), ହେଲି ମାଥ୍ୟୁସ୍, ନାଟ୍ ସ୍କିଭର-ବ୍ରଣ୍ଟ, ହରମାନପ୍ରୀତ କୌର(ଅଧିନାୟକ), ସଜୀବାନ ସାଜନା, ଆମେଲିଆ କେର, ଅମାନଜୋଟ କୌର, ଜି କମଲିନି, ସଂସ୍କୃତ ଗୁପ୍ତା, ଶବ୍ନିମ ଇସମାଇଲ, ସାଇକା ଇସ୍କେକ୍।
🚨 Toss 🚨
🆙 goes the coin and lands in favour of @DelhiCapitals as they elect to bowl against @mipaltan
Updates ▶️ https://t.co/2dFmlnwxVj #TATAWPL | #DCvMI | #Final pic.twitter.com/PJnQtNqInR
— Women’s Premier League (WPL) (@wplt20) March 15, 2025