fbpx

ସମସ୍ୟାରେ ରେସଲର ବିନେଶ! ନ୍ୟାସନାଲ ଆଣ୍ଟି ଡୋପିଂ ଏଜେନ୍ସିର ନୋଟିସ ଜାରି, କ’ଣ କାରଣ?

ନୂଆଦିଲ୍ଲୀ: ବିଶ୍ୱ ଚମ୍ପିଆନସିପରେ ଦୁଇଥର ପଦକ ବିଜେତା ରେସଲର୍ ବିନେଶ ଫୋଗାଟ ଏବେ ଏକ ଅଡୁଆ ଭିତରେ ଫସି ଯାଇଛନ୍ତି । ନ୍ୟାସନାଲ ଆଣ୍ଟି-ଡୋପିଂ ଏଜେନ୍ସି (ନାଡା) ତରଫରୁ ବିନେଶଙ୍କୁ ଏକ ନୋଟିସ ଜାରି କରାଯାଇଛି । ବିନେଶ କେଉଁ କାରଣରୁ ଖେଳରେ ବିଫଳ ହେଉଛନ୍ତି ଏହାର କାରଣ ଦର୍ଶାଇବା ପାଇଁ ଏହି ନୋଟିସ ଜାରି କରଶଛି ନାଡା ।

ସୂଚନା ଅନୁସାରେ, ଜଣେ ଡୋପ କଣ୍ଟ୍ରୋଲ ଅଫିସର ଗତ ଜୁନ୨୭ ତାରିଖରେ ବିନେଶ ଫୋଗାଟଙ୍କ ସୋନିପତର ପ୍ରତାପ କଲୋନୀସ୍ଥିତ ଘରକୁ ଯାଇଥିଲେ । ହେଲେ ସେଠାରେ ଅଧିକାରୀ ଜଣକ ବିନେଶଙ୍କୁ ପାଇନଥିଲେ । ତେବେ ଫୋନ ମାଧ୍ୟମରେ ବିନେଶଙ୍କୁ ଯୋଗାଯୋଗ କରିବାକୁ ଚେଷ୍ଟା କରାଯାଇଥିଲେ ମଧ୍ୟ ଏହା ସମ୍ଭବ ହୋଇନଥିଲା । ଏହାସହିତ ତାଙ୍କ ସ୍ୱମୀ ସୋମବୀର ରାଠୀଙ୍କୁ ମଧ୍ୟ ଫୋନ କରାଯାଇଥିଲା କିନ୍ତୁ କୌଣସି ପ୍ରତିକ୍ରିୟା ମିଳି ପାରିନଥିଲା । ନାଡାର ପ୍ରକଳ୍ପ ଅଧିକାରୀ ଅଙ୍କୁଶ ଗୁପ୍ତା, ବିନେଶଙ୍କୁ ‘ଏଡିଆରର ଆଦେଶ ପାଳନରେ ବିଫଳତା’ ଉପରେ ଜବାବ ରଖିବାକୁ କହିଛନ୍ତି । ଯେଉଁ ଖେଳାଳିମାନେ ରେଜିଷ୍ଟେଡ ଟେଷ୍ଟିଙ୍ଗ ପୁଲର ସଭ୍ୟ ଅଟନ୍ତି, ସେମାନଙ୍କୁ ପ୍ରତି ୩ ମାସରେ ନିଜର ତଥ୍ୟ ଅପଡେଟ କରିବା ପାଇଁ ଆଣ୍ଟି ଡୋପିଂ ଆଡମିନିଷ୍ଟ୍ରେସନ ମ୍ୟାନେଜମେଣ୍ଟ ସିଷ୍ଟମର ବ୍ୟବହାର କରିବାକୁ ପଡିଥାଏ । ଏଥିରେ ଖେଳାଳିମାନେ ନିଜର ଠିକଣା, ଇମେଲ, ଫୋନ ନମ୍ବର, କାର୍ୟ୍ୟସୂଚୀ, ପ୍ରଶିକ୍ଷଣ ସ୍ଥାନ ଓ କାର୍ୟ୍ୟକ୍ରମକୁ ସାମିଲ କରିବାକୁ ପଡିଥାଏ ।

ତେବେ ଏକ ରିପୋର୍ଟରେ କୁହାଯାଇଛି ଯେ, ନୋଟିସର ଉତ୍ତର ଦେବା ପାଇଁ ବିନେଶଙ୍କୁ ୧୪ ଦିନର ସମୟ ଦିଆଯାଇଛି । ଗତ ବର୍ଷକ ମଧ୍ୟରେ ପ୍ରଥମ ଥର ପାଇଁ ବିନେଶଙ୍କ ସହ ଏମିତି ଘଟିଛି । କିନ୍ତୁ ଏହାକୁ ଆଣ୍ଟି ଡୋପିଂ ନିୟମ ଉଲ୍ଲଘଂନ ଭାବରେ ବିବଚେନା କରାଯିବ ନାହିଁ । ତେବେ ବର୍ଷକ ମଧ୍ୟରେ ଜଣେ ଖେଳାଳି ତିନୋଟି ଇଭେଣ୍ଟରେ ବିଫଳତା ହେଲେ ଏହାକୁ ଆଣ୍ଟି ଡୋପିଂ ଉଲ୍ଲଘଂନ ବୋଲି ଧରାଯାଏ, ଏଥିପାଇଁ ଦୁଇ ବର୍ଷ ନିଲମ୍ବନ ହେବାର ଦଣ୍ଡବିଧାନ କରାଯାଇଥାଏ ।

Get real time updates directly on you device, subscribe now.