fbpx

ପାନ୍ କାର୍ଡ ସହ ଭୁଲ ଆଧାର ନମ୍ବର ଲିଙ୍କ ହୋଇଯାଇଛି କି? ଜାଣନ୍ତୁ କଣ କରିବେ

ନୂଆଦିଲ୍ଲୀ: ପାନ୍ କାର୍ଡକୁ ଆଧାର ନମ୍ବର ସହ ଯୋଡିବାର ଶେଷ ତାରିଖ ଜୁନ ୩୦ ଥିଲା । ଯେଉଁ ବ୍ୟକ୍ତିମାନେ ନିର୍ଦ୍ଧାରିତ ସମୟ ସୀମା ମଧ୍ୟରେ ନିଜର ପାନ୍ କାର୍ଡକୁ ଆଧାର ସହ ଲିଙ୍କ୍ କରିବାରେ ବିଫଳ ହୋଇଛନ୍ତି ,ସେମାନେ ବ୍ୟାଙ୍କ କାରବାର ସହିତ ବିଭିନ୍ନ ଆର୍ଥିକ ସେବା ପାଇବାରେ ସମସ୍ୟାର ସମ୍ମୁଖୀନ ହୋଇପାରନ୍ତି । ପାନ୍ କାର୍ଡକୁ ଆଧାର ସହ ଲିଙ୍କ୍ କରିବାରେ ବିଫଳତା ପାଇଁ ପାନ୍ କାର୍ଡ ଅଚଳ ମଧ୍ୟ ହୋଇପାରେ, ଯାହା ଦ୍ୱାରା ଆୟକର ରିଟର୍ଣ୍ଣ କରିବା ସମୟରେ ସମସ୍ୟା ହୋଇପାରେ ।

କେତେକ ଟିକସଦାତା ନିଜର ପାନ୍ କାର୍ଡକୁ ଆଧାର ସହ ଲିଙ୍କ୍ କରିବା ସମୟରେ ଏକ ସମସ୍ୟାର ସାମ୍ନା କରିବାକୁ ପଡିଥାଏ, ଯେଉଁଥିରେ ପାନ୍ କାର୍ଡ ଭୁଲ ଆଧାର ସହ ଲିଙ୍କ୍ ହୋଇଯାଇଥାଏ । ଏପରି ସ୍ଥିତିରେ ଆପଣଙ୍କୁ ଜାଣିବାକୁ ହେବ ଯେ, ଭୁଲ ଆଧାର ନମ୍ବରକୁ ପାନ୍ କାର୍ଡରୁ କିପରି ଡିଲିଟ କରିବେ ।  ଏହି ସମସ୍ୟାର ସମ୍ମୁଖୀନ ହେଉଥିବା ଟିକସଦାତାମାନେ ପ୍ରଥମରୁ ସେମାନଙ୍କର ପାନ୍ କାର୍ଡ ଏବଂ ଆଧାର ନମ୍ବରକୁ ଅଲଗା କରିବା ଉଚିତ୍ । ଏହାପରେ ସଠିକ୍ ଆଧାର ନମ୍ବରକୁ ପାନ ସହିତ ଲିଙ୍କ୍ କରିବା ପାଇଁ ଆବଶ୍ୟକ ପଦକ୍ଷେପ ନେବା ଉଚିତ୍।

ଆୟକର ବିଭାଗ ଅନୁସାରେ, ନ୍ୟାୟାଳୟ ମୂଲ୍ୟାଙ୍କନ ଅଧିକାରୀ (JAO) ଙ୍କୁ ଏକ ଅନୁରୋଧ ପତ୍ର ଦାଖଲ କରିବା ଉଚିତ । ଏହି ପ୍ରକ୍ରିୟା ଅଫଲାଇନ ମାଧ୍ୟମରେ କରାଯାଇପାରିବ । ଇ-ଫାଇଲ୍ ପୋର୍ଟାଲରେ ଲଗ ଇନ କରି JAO କୁ ଯୋଗାଯୋଗ କରିବାର ସୂଚନା ମିଳିପାରିବ । ଆୟକର ବ୍ୟବସାୟ ଆବେଦନରୁ ଅଡିଟ ଲଗ୍ ପାଇଁ ଆଞ୍ଚଳିକ କମ୍ପ୍ୟୁଟର କେନ୍ଦ୍ରକୁ ଏକ ଅନୁରୋଧ ପତ୍ର ଦାଖଲ କରନ୍ତୁ । ଏହାସହ ଆପଣ ସମ୍ମୁଖୀନ ହେଇଥିବା ସମସ୍ୟାର କାରଣ ବିଷୟରେ ଜଣାନ୍ତୁ ।

JAO ଦ୍ୱାରା ପ୍ରଦାନ କରାଯାଇଥିବା ଆବେଦନ ପତ୍ରକୁ ପୂରଣ କରନ୍ତୁ । ଏହାସହ ନିଶ୍ଚିନ୍ତ କରନ୍ତୁ ଯେ, ଆପଣ ନିଜର ପାନ ଓ ଆଧାରକୁ ଅଲଗା କରିବା ପ୍ରକ୍ରିୟାକୁ ଆରମ୍ଭ କରିବା ପାଇଁ ଆବଶ୍ୟକୀୟ ସମସ୍ତ ଡକ୍ୟୁମେଣ୍ଟ ଅନ୍ତର୍ଭୁକ୍ତ କରିଛନ୍ତି।

ପାନ କାର୍ଡ ସହ ଆଧାରକୁ ଲିଙ୍କ୍ କରିବାକୁ ଆବଶ୍ୟକ ଥିବା ଡକ୍ୟୁମେଣ୍ଟ ଗୁଡିକ ହେଉଛି :

୧. ଓର୍ଜିନାଲ ଆଧାର କାର୍ଡ ଓ ଏହାର ଏକ କପି ।
୨. ପାନ କାର୍ଡ ଓ ଏହାର ଏକ କପି ।
୩. ପାନ କାର୍ଡକୁ ଭୁଲ ଆଧାର ସହ ଲିଙ୍କ୍ ବିରୋଧରେ କରିଥିବା ଅଭିଯୋଗ ପତ୍ର ।

Get real time updates directly on you device, subscribe now.