fbpx

ଭୁଲ୍ ମୋବାଇଲ ନମ୍ବରରେ UPI ପେମେଣ୍ଟ କରିଦେଇଛ କି ? ଏପରି ପାଇପାରିବେ ରିଫଣ୍ଡ, ଜାଣନ୍ତୁ ପ୍ରୋସେସ୍

ନୂଆଦିଲ୍ଲି: ଦେଶରେ ଗତ କିଛି ବର୍ଷ ମଧ୍ୟରେ ଡିଜିଟାଲ୍ ପେମେଣ୍ଟ ବହୁତ ତୀବ୍ର ହେବାରେ ଲାଗିଛି । ୟୁପିଆଇ ଆଧାରିତ ପେମେଣ୍ଟ ସିଷ୍ଟମ ଆସିବା ପରେ ଏଥିରେ କ୍ରାନ୍ତିକାରୀ ତୀବ୍ରତା ଆସିଛି, କୌଣସି ଭୁଲର ପ୍ରଶ୍ନ ହିଁ ଉଠୁନି । କିନ୍ତୁ ବେଳେବେଳେ ଲୋକମାନେ ତରବରରେ ଭୁଏ ମୋବାଇଲ ନମ୍ବରରେ ପେମେଣ୍ଟ କରିଦିଅନ୍ତି ବା ଭୁଏ କ୍ୟୁଆର ସ୍କାନ କରି ଆଉ କାହା ଆକାଉଣ୍ଟକୁ ଟଙ୍କା ପଠାଇଦିଅନ୍ତି । ଯଦି ଆପଣ ସହ ଏପରି କିଛି ହୋଇଛି, ତେବେ ଚିନ୍ତା କରନ୍ତୁ ନାହିଁ । ଏପରି ପରିସ୍ଥିତିରେ ଆପଣଙ୍କୁ ଏକ ପ୍ରୋସେସ୍ ଫଲୋ କରିବାକୁ ପଡିବ, ଯାହା ଦ୍ୱାରା ଆପଣ ନିଜ ଟଙ୍କାକୁ ରିଫଣ୍ଡ କରିପାରିବେ ।

ପ୍ରଥମେ କରନ୍ତୁ ଏହି କାମ :-

ଯଦି ଆପଣ ଏକ ଭୁଲ ଆକାଉଣ୍ଟରେ UPI Payment କରିଛନ୍ତି, ତେବେ ଆପଣ ପ୍ରଥମେ ସେହି ଆକାଉଣ୍ଟ ଧାରକଙ୍କୁ ଯୋଗାଯୋଗ କରିପାରିବେ ଏବଂ ତାଙ୍କୁ ଟଙ୍କା ଫେରସ୍ତ କରିବାକୁ ଅନୁରୋଧ କରିପାରିବେ । ଯଦି ଆପଣ ଭୁଲ ମୋବାଇଲ୍ ନମ୍ବରରେ ପେମେଣ୍ଟ କରିଛନ୍ତି, ତେବେ ତୁରନ୍ତ ସେହି ନମ୍ବରୁ କଲ୍ କରି କଥା ହୁଅନ୍ତୁ ଓ ଟଙ୍କା ଫେରାଇବାକୁ ଅନୁରୋଧ କରନ୍ତୁ । କିନ୍ତୁ ଯଦି ଆପଣ QR Code ମାଧ୍ୟମରେ ପେମେଣ୍ଟ କରିଛନ୍ତି, ଆପଣ ବ୍ୟାଙ୍କ ସହିତ ଯୋଗାଯୋଗ କରିପାରିବେ ।

ଯଦି ଆକାଉଣ୍ଟ୍ ଧାରକ ଟଙ୍କା ନଦିଏ ,ତେବେ କଣ କରିବେ ?
ଭୁଲ ଆକାଉଣ୍ଟରେ ଟଙ୍କା ପେମେଣ୍ଟ କରିବା ପରେ ଯଦି ଆକାଉଣ୍ଟ୍ ଧାରକ ଟଙ୍କା ଫେରସ୍ତ ନକରେ, ତେବେ ଆପଣ ସଂପୃକ୍ତ ବ୍ୟାଙ୍କ ଏବଂ ଆରବିଆଇଙ୍କ ଦ୍ୱାରା ସ୍ଥିର ହୋଇଥିବା ନିର୍ଦ୍ଦେଶାବଳୀ ଅନୁଯାୟୀ ଏକ ଅଭିଯୋଗ କରିପାରିବେ । ଏହା ବ୍ୟତୀତ ଖାତା ଧାରକ ଆପଣଙ୍କ ଟଙ୍କା ତାଙ୍କ ଆକାଉଣ୍ଟରୁ ଉଠାଇଦେଇଥିଲେ, ଆପଣ ନିଜ ଅଭିଯୋଗ ଆରବିଆଇ ସହିତ ନ୍ୟାସନାଲ ପେମେଣ୍ଟ କୋରପୋରେସନ୍ ଅଫ୍ ଇଣ୍ଡିଆରେ ମଧ୍ୟ କରିପାରିବେ ।
ଆରବିଆର ଏହି ୱେବସାଇଟରେ ଅଭିଯୋଗ କରିପାରିବେ :-
ଭଲ୍ ଟ୍ରାଞ୍ଜାକ୍ସନ୍ ହେବା ପରିସ୍ଥିତିରେ ଯଦି ସେହି ବ୍ୟକ୍ତି ଯଦି ସେହି ବ୍ୟକ୍ତି ଟଙ୍କା ଉଠାଇ ନାହାଁନ୍ତି, ତେବେ ଆପଣ ଆରବିଆଇର ୱେବସାଇଟ୍ bankingombudsman.rbi.org.inରେ ନିଜର ଅଭିଯୋଗ କରିପାରିବେ । ଏହା ପରେ ବି ଯଦି ବ୍ୟକ୍ତି ଟଙ୍କା ନଫେରାନ୍ତି, ତେବେ NPCIର ୱେବସାଇଟ Dispute Redressal Mechanism ସେକ୍ସନର ଟ୍ରାଞ୍ଜାକ୍ସନ ଟ୍ୟାବରେ ଅଭିଯୋଗ କରିପାରିବେ । ଏହା ସହ ୟୁପିଆଇ ଆଧାରିତ ପେମେଣ୍ଟ ଆପ୍ ଯେପରିକିର PayTM, Phonepe, Google Payର ଆସିଷ୍ଟାଣ୍ଟ ସେକ୍ସନରେ ଯାଇ ଅଭିଯୋଗ କରିପାରିବେ ।

Get real time updates directly on you device, subscribe now.