fbpx

(Video) ନର୍ସ ଦିଦିଙ୍କର ଗୋଟିଏ ଭୁଲ୍ ଇଞ୍ଜେକସନ କରିଦେଲା ମାଆର କୋଳ ଶୂନ୍ୟ, ଆଖି ବୁଜିଦେଲା ୬ ବର୍ଷର ପୁତ୍ର

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ସାମାନ୍ୟ ଭୁଲ୍ ପାଇଁ ଚାଲିଗଲା ଗୋଟିଏ ୬ ବର୍ଷର ନିରୀହ ଶିଶୁର ଜୀବନ । ଡାକ୍ତରଙ୍କ ଅନୁପସ୍ଥିତିରେ ନର୍ସଙ୍କର ଏହି ଭୁଲ୍ ପାଇଁ ଆଜି ଗୋଟିଏ ମାଆ ତା’ର ସନ୍ତାନକୁ ହରାଇଛି । ଚିକିତ୍ସା ଅବହେଳା କାରଣରୁ ଗୋଟିଏ ପରିବାରକୁ ହଠାତ୍ ମାଡ଼ି ଆସିଛି ଏକ ଶୋକର ଲହରୀ । ଗଜପତି ଜିଲ୍ଲାରେ ଦେଖିବାକୁ ମିଳିଛି ଏଭଳି ଏକ ହୃଦୟଥରା ଘଟଣା ।

ସୂଚନା ମୁତାବକ, ପାରଳାଖେମୁଣ୍ଡି ଚିକିତ୍ସାଳୟରେ ଏଭଳି ଏକ ଘଟଣା ଦେଖିବାକୁ ମିଳିଛି । ପେଟ ବ୍ୟଥା ପାଇଁ କେଉଁ ଇଞ୍ଜେକସନ ଦେବେ ତାହା ନର୍ସ ଦିଦି ଜାଣି ପାରିଲେନି । ଆଉ ଦିଦିଙ୍କର ଏଇ ଭୁଲ ପାଇଁ ଗୋଟିଏ ମାଆ ହରାଇଲା ତା’ର ସନ୍ତାନକୁ । ଚିକିତ୍ସା ଅବହେଳାରୁ ଶିଶୁଟିର ଜୀବନ ଯାଇଥିବା ଅଭିଯୋଗରେ ପାରଳାଖେମୁଣ୍ଡି ଚିକିତ୍ସାଳୟରେ ଆରମ୍ଭ ହୋଇଥିଲା ପ୍ରବଳ ଉତ୍ତେଜନା । ଡାକ୍ତର ନଥିବାରୁ ନର୍ସ କରିଥିଲେ ଶିଶୁର ଚିକିତ୍ସା । ଦିଦିଙ୍କ ଭୁଲ ଚିକିତ୍ସାରେ ଶିଶୁଟିର ହଠାତ ଜୀବନ ଚାଲିଗଲା ବୋଲି ଅଭିଯୋଗ ହୋଇଛି । ଏହି ଘଟଣାକୁ ନେଇ ଗ୍ରାମବାସୀ ଓ ପରିବାର ଲୋକେ ମୃତଦେହକୁ ହସ୍ପିଟାଲ ପରିସରରେ ରଖି ପ୍ରତିବାଦ କରିଥିଲେ ।

ଗୁରାଣ୍ଡି ଗ୍ରାମର ଅନୀଲ ବିଶୋଇଙ୍କ ୬ ବର୍ଷର ଶିଶୁ ଆୟୁଷ ଚିକିତ୍ସା ଅବହେଳାରୁ ପ୍ରାଣ ହରାଇଛି । ବିଳମ୍ବିତ ରାତିରେ ୬ ବର୍ଷର ଆୟୁଷର ପେଟରେ ବ୍ୟଥା ହେଉଥିଲା । ପ୍ରଥମେ ଗୁରାଣ୍ଡି ପ୍ରାଥମିକ ଚିକିତ୍ସାଳୟକୁ ନେଇଥିଲେ ପରିବାର ଲୋକେ । ସେଠାରେ ଡାକ୍ତର ନଥିବାରୁ ପାରଳାଖେମୁଣ୍ଡି ମୁଖ୍ୟ ଚିକିତ୍ସାଳୟକୁ ଆଣିଥିଲେ । ସେଠାରେ ମଧ୍ୟ ସମାନ ପରିସ୍ଥିତି, ରହିଥିଲା ଡକ୍ତର ନଥିଲେ । କିନ୍ତୁ ପେଟ ବ୍ୟଥା ବଢ଼ିବାରୁ ପୁଅକୁ ପରିବାର ଲୋକେ ଚିକିତ୍ସା କରାଇଥିଲେ । କୌଣସି ଡାକ୍ତର ନଥିବା ବେଳେ ଡ୍ୟୁଟିରେ ଥିବା ନର୍ସ ଆୟୁଷକୁ କିଛି ଇଞ୍ଜେକସନ ଦେଇଥିଲେ । ଇଞ୍ଜେକସନ ଦେବା ପରେ ହଠାତ୍ ଆୟୁଷର ଜୀବନ ଚାଲିଯାଇଥିବା ଗ୍ରାମବାସୀ ଓ ପରିବାର ଲୋକେ ଅଭିଯୋଗ କରିଛନ୍ତି ।

Get real time updates directly on you device, subscribe now.