WTAର ବଡ଼ ନିଷ୍ପତ୍ତି, ପ୍ରଜନନ ପ୍ରକ୍ରିୟା ସମୟରେ ସୁରକ୍ଷିତ ରହିବ ମହିଳା ଖେଳାଳିଙ୍କ Ranking
ଓମେନ୍ସ ଟେନିସ ଆସୋସିଏସନ ମହିଳା ଖେଳାଳିଙ୍କୁ ବଡ଼ ଆଶ୍ୱସ୍ତି ଦେଇଛି, ଜାଣନ୍ତୁ
ନୂଆଦିଲ୍ଲୀ: ମହିଳାଙ୍କ ପାଇଁ ଯେକୌଣସି ଫିଲ୍ଡରେ କ୍ୟାରିୟର କରିବା ଏତେ ସହଜ ନୁହେଁ। ସେମାନଙ୍କୁ ଅନେକ ପ୍ରକାରର ଚ୍ୟାଲେଞ୍ଜ ଫେସ୍ କରିବାକୁ ପଡିଥାଏ। ଯେତେବେଳେ କୌଣସି ମହିଳା ଖେଳାଳି ପ୍ରଜନନ ପ୍ରକିୟା ଦେଇ ଗତି କରେ, ସେତେବେଳେ ତା’ର କ୍ୟାରିୟରରେ ପ୍ରଭାବ ପଡିଥାଏ।
ହେଲେ ବର୍ତ୍ତମାନ ଓମେନ୍ସ ଟେନିସ ଆସୋସିଏସନ ଏକ ବଡ଼ ପଦକ୍ଷେପ ଗ୍ରହଣ କରିଛି, ଯେଉଁଥିରେ WTA ରାଙ୍କିଂରେ ଟପ-୭୫୦ ମହିଳା ପ୍ଲେୟର୍ସଙ୍କୁ ଆଶ୍ୱସ୍ତି ମିଳିବ। WTA ମୁତାବକ ଯେଉଁ ମହିଳା ଖେଳାଳି ପ୍ରଜନନ ପ୍ରୋସେସରେ ଯିବାକୁ ଚାହିଁବେ, ସେମାନଙ୍କୁ ଖେଳରୁ କିଛି ସମୟ ପାଇଁ ଖେଳଠାରୁ ଦୂରେଇ ରହିବା ଏବଂ ସୁରକ୍ଷିତ ରାଙ୍କିଂ ସହ ପୁଣି ପ୍ରତ୍ୟାବର୍ତ୍ତନ କରିବାର ସୁଯୋଗ ଦିଆଯିବ।
ଏଗ୍ ଫ୍ରିଜିଂ ସମୟରେ ଖେଳାଳିଙ୍କର ସୁରକ୍ଷିତ ରହିବ ରାଙ୍କିଂ: ଡବ୍ଲୁଟିଏ ଏକ ବିବୃତ୍ତିରେ କହିଛନ୍ତି ଯେ, ଖେଳାଳି ବର୍ତ୍ତମାନ ପ୍ରଜନନ ସୁରକ୍ଷା ପ୍ରକ୍ରିୟା ଭଳି ଏଗ୍ ଫ୍ରୀଜିଙ୍ଗକୁ କରିବା ଲାଗି ପ୍ରଫେସନାଲ ଟେନିସଠାରୁ କିଛି ସମୟ ଦୂରେଇ ରହିପାରିବେ ଏବଂ ଏହାପରେ ସେ ସୁରକ୍ଷିତ ରାଙ୍କିଂଙ୍କ ସହ ପୁନଶ୍ଚ ଆସିପାରିବେ।
ଏଥିପାଇଁ ଏହି ପ୍ଲେୟର୍ସଙ୍କୁ ଏକ ସ୍ପେଶାଲ ଏଣ୍ଟ୍ରୀ ରାଙ୍କିଂ ପ୍ରାପ୍ତ ହେବ। ଯାହାର ଉପଯୋଗ ତିନୋଟି ଟୁର୍ଣ୍ଣାମେଣ୍ଟରୁ ବାହାରି ଥିଲେ। ତା’ ପୂର୍ବରୁ WTA ରାଙ୍କିଂର ୧୨ ସପ୍ତାହ ଉପରେ ଆଧାରିତ ରହିବ।