fbpx

WTC Final: ପ୍ରଥମ ଇନିଂସରେ ୪୬୯ ରନ୍‌ରେ ଅଟକିଲା ଅଷ୍ଟ୍ରେଲିଆ, ଆରମ୍ଭରୁ ଭାରତର ବ୍ୟାଟିଂ ବିପର୍ଯ୍ୟୟ

ନୂଆଦିଲ୍ଲୀ: ବିଶ୍ୱ ଟେଷ୍ଟ୍ ଚାମ୍ପିୟନସିପ୍ ଫାଇନାଲ ମ୍ୟାଚ୍ ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଏବେ ଇଂଲଣ୍ଡରେ ଚାଲିଛି। ଭାରତୀୟ ଅଧିନାୟକ ରୋହିତ ଶର୍ମା ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତି ନେଇଥିଲେ। ପ୍ରଥମେ ବ୍ୟାଟିଂ କରି ଅଷ୍ଟ୍ରେଲିଆ ଦ୍ୱିତୀୟ ଦିନର ଦ୍ୱିତୀୟ ସେସନ୍ ସୁଦ୍ଧା ସମସ୍ତ ଉଇକେଟ୍ ହରାଇ ୪ ୪୬୯ ରନ୍ ସଂଗ୍ରହ କରିଛି। ଅଷ୍ଟ୍ରେଲିଆ ପାଇଁ ଟ୍ରାଭିସ୍ ହେଡ୍ ୧୬୩ ଏବଂ ଷ୍ଟିଭ୍ ସ୍ମିଥ୍ ୧୨୧ ରନ୍ ସର୍ବାଧିକ ରନ୍ ସ୍କୋର କରିଥିଲେ। ଭାରତ ପାଇଁ ମହମ୍ମଦ ସିରାଜ ୪ଟି ଉଇକେଟ୍ ନେଇଥିଲେ।

ଭାରତୀୟ ଦଳଠାରୁ ଭଲ ବ୍ୟାଟିଂ ଆଶା ଥିଲେ ମଧ୍ୟ ଆରମ୍ଭରୁ ଭାରତକୁ ଝଟକା ଲାଗିଛି । ଆଇପିଏଲ୍ ଖେଳି ଯାଇଥିବା ଭାରତୀୟ ଅଧିନାୟକ ରୋହିତ ଶର୍ମା ଏବଂ ଶୁଭମନ ଗିଲ୍ ଆରମ୍ଭରୁ ଆକ୍ରାତ୍ମକ ସଟ୍ ମାନ ଖେଳିଥିଲେ । କିନ୍ତୁ ଷଷ୍ଠ ଓଭରରେ ଅଷ୍ଟ୍ରେଲିଆ ଅଧିନାୟକ ପ୍ୟାଟ୍ କୁମିନ୍ସ ରୋହିତଙ୍କ ଏଲ୍‌ବିଡବ୍ଲ୍ୟୁ ଆଉଟ୍ କରିଥିଲେ । ଏହା ପର ଉଭରରେ ଶୁଭମନ ଗିଲ୍‌ଙ୍କୁ ସ୍ଟ ବୋଲାଣ୍ଡ କ୍ଲିନ୍ ବୋଲ୍ଡ କରି ପ୍ୟାଭିଲିୟନ ଫେରାଇ ଦେଇଥିଲେ ।

Get real time updates directly on you device, subscribe now.