ବାଜିରେ WTC ଫାଇନାଲ ଟିକେଟ… 3rd ଟେଷ୍ଟ ପାଇଁ ନୂଆ ଚାଲ୍ ଖେଳିବେ ଗୁରୁ ଗମ୍ଭୀର? ବଦଳିବ ଟିମ ଇଣ୍ଡିଆ

ନୂଆଦିଲ୍ଲୀ: ବର୍ଡର ଗାଭାସ୍କର ଟ୍ରଫିର ଦ୍ୱିତୀୟ ଟେଷ୍ଟ ପରାଜୟ ଟିମ ଇଣ୍ଡିଆ ପାଇଁ ଖୁବ ମହଙ୍ଗା ପଡ଼ିଛି । ବିଶ୍ୱ ଟେଷ୍ଟ ଚମ୍ପିଆନସିପ୍ ଫାଇନାଲ ମ୍ୟାଚ ପାଇଁ ଟିକେଟ ପାଇବା ଆଶା ଧିରେ ଧିରେ କ୍ଷୀଣ ହେବାରେ ଲାଗିଛି । ତେବେ ବର୍ତ୍ତମାନ ସୁଦ୍ଧା ଏହି ଫାଇନାଲ ଖେଳିବା ପାଇଁ ଭାରତ ପାଖରେ ସୁଯୋଗ ରହିଛି । ସେଥିପାଇଁ ଅଷ୍ଟ୍ରେଲିଆ ବିପକ୍ଷ ସିରିଜରେ ବାକି ସବୁତକ ମାଚ୍ ଭାରତକୁ ବିଜୟୀ ହେବାକୁ ପଡ଼ିବ । ତେଣୁ ତୃତୀୟ ଟେଷ୍ଟରେ ନୂଆ ରଣନୀତି ସହିତ ମଇଦାନକୁ ଓହ୍ଲାଇବ ରୋହିତ ସେନା । ଅଧିନାୟକ ରୋହିତ ଶର୍ମା ଏବଂ ଗୁରୁ ଗମ୍ଭୀର ତୃତୀୟ ଟେଷ୍ଟ ପାଇଁ କିଛି ନୂଆ ପ୍ଲାନ କରୁଥିବା ଆଶା କରାଯାଉଛି । ଟିମ ଇଣ୍ଡିଆ ଏହି ମ୍ୟାଚ ପାଇଁ ପ୍ଲେଇଙ୍ଗ-୧୧ରେ କିଛି ପରିବର୍ତ୍ତନ କରିପାରେ ।

ଆଡିଲେଡ ଟେଷ୍ଟରେ ରୋହିତ ମିଡିଲ ଅର୍ଡରରେ ବ୍ୟାଟିଂ କରି କେ.ଏଲ ରାହୁଲଙ୍କୁ ଓପନିଙ୍ଗ କରିବାର ସୁଯୋଗ ଦେଇଥିଲେ । କିନ୍ତୁ ରାହୁଲ ଏଥିରେ ବିଫଳ ହୋଇଛନ୍ତି । ପିଙ୍କ ବଲ ଟେଷ୍ଟରେ ରାହୁଲ ବଡ଼ ପାଳି ଖେଳିବାରେ ଫେଲ ହୋଇଥିବା ବେଳେ ରୋହିତ ମଧ୍ୟ ମିଡିଲ ଅର୍ଡରରେ ନିରାଶ କରିଛନ୍ତି । ତେଣୁ ତୃତୀୟ ଟେଷ୍ଟରେ ନିଜ ସ୍ଥାନକୁ ଫେରିପାରନ୍ତି ଅଧିନାୟକ ରୋହିତ ଶର୍ମା । ପୁଣିଥରେ ଯଶସ୍ୱୀ ଜଏସ୍ୱାଲଙ୍କ ସହ ଓପନିଙ୍ଗ କରିବାକୁ ମଇଦାନକୁ ଆସିପାରନ୍ତି ରୋହିତ ।

ଦୀର୍ଘ ଦିନରୁ ନିଜ ଫର୍ମକୁ ନେଇ ଚିନ୍ତାରେ ଥିବା ରୋହିତ ତୃତୀୟ ଟେଷ୍ଟ ପୂର୍ବରୁ ଦମଦାର ଅଭ୍ୟାସ କରିଛନ୍ତି । ଜଶପ୍ରୀତ ବୁମରାହ, ମହମ୍ମଦ ସିରାଜ ଏବଂ ଆକାଶଦୀପଙ୍କ ବୋଲିଂରେ ନିଜକୁ ଶାଣିତ କରିବାକୁ ଚେଷ୍ଟା କରିଛନ୍ତି ରୋହିତ । ଗତ ୧୨ଟି ଇନିଂସରେ ଅଧିନାୟକ ରୋହିତ ମାତ୍ର ୨ ଥର ୨୦ରୁ ଅଧିକ ରନ୍ କରିବାରେ ସଫଳ ହୋଇଛନ୍ତି । ଏହାବ୍ୟତୀତ ୮ ଥର ଦୁଇ ଅଙ୍କ ଛୁଇଁବାରେ ଫେଳ ହୋଇଛନ୍ତି ରୋହିତ । ତେଣୁ ଗାବା ଟେଷ୍ଟରେ ନିଜ ପୁରୁଣା ଲୟକୁ ପେରି ପାଇବା ପାଇଁ ପୁଣିଥରେ ଓପନିଙ୍ଗ କରିବାକୁ ନିଷ୍ପତ୍ତି ନେଇପାରନ୍ତି ବୋଲି କୁହାଯାଉଛି । ଏମିତି ହେଲେ, ରାହୁଲ ପୁଣିତରେ ମିଡିଲ ଅର୍ଡରରେ ଖେଳିପାରନ୍ତି ।

ପ୍ରଥମ ଦୁଇଟି ଟେଷ୍ଟରେ ଓପନିଙ୍ଗ କରିଥିବା କେ.ଏ ରାହୁଲ ଏହି ସ୍ଥାନ ହରାଇପାରନ୍ତି । ତୃତୀୟ ଟେଷ୍ଟରେ ରୋହିତ ଜଏସ୍ୱାଲଙ୍କ ସହ ଓପନିଙ୍ଗ କଲେ ରାହୁଲ ପୁଣିତରେ ମିଡିଲ ଅର୍ଡରକୁ କମବ୍ୟାକ କରି ପାରନ୍ତି । ତେବେ ଏ ନେଇ କୌଣସି ସୂଚନା ମିଳିନାହିଁ । ପ୍ରଥମ ଟେଷ୍ଟରେ ରାହୁଲଙ୍କ ପ୍ରଦର୍ଶନ ବେଶ୍ ପ୍ରଶଂସନୀୟ ରହିଥିଲା । ଏହାକୁ ଆଧାର କରି ରୋହିତ ପୁଣିଥରେ ରାହୁଲଙ୍କୁ ଓପନିଙ୍ଗ ଦାତ୍ତ୍ୱ ଦେଇପାରନ୍ତି । ତେବେ ଯେକୌଣସି ପରିସ୍ତିତିରେ ଭାରତ ଏହି ସିରିଜ ବିଜୟୀ ହୋଇ ବିଶ୍ୱ ଟେଷ୍ଟ ଚମ୍ପିଅନସିପ୍ ଫାଇନାଲରେ ପହଞ୍ଚିବା ପାଇଁ ଚେଷ୍ଟା କରିବ ।