fbpx

X(Twitter) ର ଡାଟା ହେଉଛି ଲିକ୍: ବିପଦରେ ୨୦ କୋଟିରୁ ଅଧିକ ୟୁଜର, ସୁରକ୍ଷା ପାଇଁ କରନ୍ତୁ ଏହି କାମ

ନୂଆଦିଲ୍ଲୀ: ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଏକ୍ସ’ରେ ଏବେ ଡାଟା ଲିକ୍ ହେବା ମାମଲା ସାମନାକୁ ଆସିଛି । କୋଟି କୋଟି ଏକ୍ସ ୟୁଜରଙ୍କ ଡାଟା ଲିକ୍ ହୋଇଥିବା ସୂଚନା ମିଳିଛି । ଏକ ରିପୋର୍ଟ ଅନୁସାରେ, ଏକ୍ସରେ ଡାଟା ବ୍ରିଚ ହେଉଥିବା ନେଇ ଅଭିଯୋଗ ହୋଇଛି । ପ୍ରାୟ ୨୦୦ ମିଲିୟନ୍ ବା ୨୦ କୋଟିରୁ ଅଧିକ ୟୁଜର ପ୍ରଭାବିତ ହୋଇଛନ୍ତି । ତେବେ ଏ ନେଇ ଏକ୍ସ ପକ୍ଷରୁ କୌଣସି ସ୍ପଷ୍ଟ ସୂଚନା ଦିଆଯାଇ ନାହିଁ । ସାଇବର ପ୍ରେସରେ ଦାବି ହୋଇଛି ଯେ, ଲିକ୍ ହୋଇଥିବା ରେକର୍ଡର ସାଇଜ ପ୍ରାୟ ୯.୪ଜିବି ରହିଛି । ଏଥିରେ ୟୁଜରମାନଙ୍କର ଇ-ମେଲ ଆଇଡି, ନାମ ଏବଂ ଅନ୍ୟାନ୍ୟ ଆକାଉଣ୍ଟ ମଧ୍ୟ ସାମିଲ ରହିଛି । ଏହି ଡାଟା ବ୍ରିଚ କୋଟି କୋଟି ୟୁଜର୍ସଙ୍କୁ ପ୍ରଭାବିତ କରିପାରେ ବୋଲି ଆଶଙ୍କା କରାଯାଉଛି ।

ଏ ମାମଲା ନେଇ କୁହାଯାଉଛି ଯେ, ପ୍ରଭାବିତ ୟୁଜର୍ସ ଏବେ ଫିଶିଙ୍ଗ, ପରିଚୟ ଚୋରି ଏବଂ ଅନ୍ୟାନ୍ୟ ଅନଲାଇନ ଆଟାକ ଭଳି ସମସ୍ୟା ସୃଷ୍ଟି କରିପାରେ । ଏଭଳି ସ୍ଥିତିରେ ୟୁଜର୍ସମାନଙ୍କୁ ସାବଧାନ ରହିବା ଉଚିତ୍ । ଏହି ଡାଟା ଜରିଆରେ ହ୍ୟାକର୍ସ ସେହିସବୁ ଆକାଉଣ୍ଟ ବା ଡିଭାଇସ ପ୍ରତି ବିପଦ ଆଣିପାରନ୍ତି । ଡାଟା ଏକ ହ୍ୟାକିଙ୍ଗ ଫୋରମରେ ଟାଇଟଲ “୯.୪ ଜିବି- ଟ୍ୱିଟର ଲିକ୍ ଡାଟାବେସ୍ ଲାଷ୍ଟ ୱନ୍-ଇମେଲ ଆଡ୍ରେସ, ନାମ ଏବଂ ଟ୍ୱିଟର ଆକାଉଣ୍ଟ ଡିଟେଲ୍ସ ଥିବା ୨୦ କୋଟିରୁ ଅଧିକ ରେକର୍ଡର ଖୁଲାସା” ରେ ଦେଖିବାକୁ ମିଳିଛି । ଗତ ୭ ତାରିଖରେ ‘ମିଚୁପା’ ନାମକ ଏକ ନୂଆ ଆକାଉଣ୍ଟରେ ଲିକ୍ ହୋଇଥିବା ଡାଟାବେସ୍ ଜାରି ହୋଇଛି ।

ଲିକ୍ ହୋଇଥିବା ଏହି ଡାଟାରେ ଡାଉନଲୋଡ ହୋଇ ପାରୁଥିବା ଏକ ଲିଙ୍କ ରହିଛି । ଏହା ୟୁଜର୍ସମାନଙ୍କ ପାଇଁ ଏକ ବଡ଼ ବିପଦ ହୋଇପାରେ । ଲିକ୍ ହୋଇଥିବା ଏହି ଇ-ମେଲ ଆକାଉଣ୍ଟ ଗୁଡ଼ିକୁ ଫିସିଙ୍ଗ ଆଟାକ ଏବଂ ନ୍ୟ ମଲିସିୟସ ଆକ୍ଟିଭିଟି ପାଇଁ ବ୍ୟବହାର କରିପାରନ୍ତି ସ୍ପାମ ୟୁଜର । ଏହାସହିନ୍ନାମ ଏବଂ ଅନ୍ୟାନ୍ୟ ପରିଚୟ ଭଳି ପ୍ରୋଫାଇଲ ଇନଫରମେସନ୍ ମଧ୍ୟ ଲିକ୍ ହେବାର ଯଥେଷ୍ଟ ସମ୍ଭାବନା ରହିଛି ।

ତେବେ ୟୁଜର୍ସମାନେ କିଛି ଷ୍ଟେପ୍ସ ଦ୍ୱାରା ନିଜକୁ ସୁରକ୍ଷିତ ରଖିପାରିବେ । ପାସୱାର୍ଡ ପରିବର୍ତ୍ତନ, ଟୁ-ଫ୍ୟାକ୍ଟର ଅଥେର୍ଟିକେସନ ଏନେବଲ କରିବା ସହ ସନ୍ଦିଗ୍ଧ ଇମେଲ ଏବଂ ମେସେଜ ଇତ୍ୟାଦିରୁ ଦୂରେଇ ରୁହନ୍ତୁ । ,ହାବ୍ୟତୀତ ୟୁଜର୍ସଙ୍କୁ ଆକାଉଣ୍ଟ ଆକ୍ଟିଭିଟି ସହିତ ଲଗ୍ ଇନ୍ ଥିବା ଡିଭାଇସ ଉପରେ ମଧ୍ୟ ଧାନ ଦେବାକୁ ପଡ଼ିବ । ବିଭିନ୍ନ ସଂସ୍ଥା ଉଚିତ ସିକ୍ୟୁରିଟି ଏବଂ ଡାଟା ସେଫ୍ଟି ଉପାୟ ଲାଗୁ କରିପାରିବେ ।

Get real time updates directly on you device, subscribe now.