fbpx

ଆରମ୍ଭ ହେଲା ବାତ୍ୟା ‘ୟଶ୍’ର ଲ୍ୟାଣ୍ଡଫଲ୍ ପ୍ରକ୍ରିୟା: ୩ ଘଣ୍ଟାରୁ ଅଧିକ ସମୟ ଜାରି ରହିବ ତାଣ୍ଡବ

Advertisement

ଭୁବନେଶ୍ୱର, (ଓଡିଶା ଭାସ୍କର): ସାମୁଦ୍ରିକ ଝଡ଼ ‘ୟଶ୍’ର ଲ୍ୟାଣ୍ଡଫଲ୍ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । ତେବେ ଏହି ସମୟରେ ପବନର ବେଗ ୧୩୦ରୁ ୧୪୦ କିମି ରହିଥିବା ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଧାମରାର ଉତ୍ତର ଦିଗ ଓ ବାହାନଗା ନିକଟରେ ଲ୍ୟାଣ୍ଡଫଲ ହୋଇଛି । ଏହି ଲ୍ୟାଣ୍ଡଫଲ ପ୍ରକ୍ରିୟା ୩ରୁ ୪ ଘଣ୍ଟା ପର୍ଯ୍ୟନ୍ତ ଜାରି ରହିବା ସହ ବାତ୍ୟା ପ୍ରବଳ କ୍ଷୟକ୍ଷତି ଘଟାଇବ । ବର୍ତ୍ତମାନ ବାତ୍ୟା ବାଲେଶ୍ୱରଠାରୁ ୫୦ କିମି ଦୂରରେ ରହିଥିବା ବେଳେ ମଧ୍ୟାହ୍ନ ୧ଟା ସୁଦ୍ଧା ଏହା ଉତ୍ତର ଧାମରା ଓ ଦକ୍ଷିଣ ବାଲେଶ୍ୱର ଦେଇ ଅତିକ୍ରମ କରିବ ବୋଲି ଜଣାପଡ଼ିଛି । ତେବେ ବାତ୍ୟା ‘ୟଶ୍’ର ଲ୍ୟାଣ୍ଡଫଲ୍ ପ୍ରକ୍ରିୟା ଆଜି ଦିନ ୧ଟା ସୁଦ୍ଧା ସରିବ ବୋଲି ସ୍ପେଶାଲ ରିଲିଫ୍ କମିଶନର (ଏସଆରସି) ପ୍ରଦୀପ କୁମାର ଜେନାଙ୍କ ସୂତ୍ରରୁ ଜଣାପଡ଼ିଛି ।

Get real time updates directly on you device, subscribe now.