fbpx

ୟାକୁବ ହତ୍ୟାକାଣ୍ଡ ମାମଲା: ୭ ବର୍ଷ ପରେ ବନ୍ଧା ହେଲା ମୁଖ୍ୟ ଅଭିଯୁକ୍ତ ଶଙ୍କର

କଟକ (ଭାସ୍କର ନ୍ୟୁଜ୍‌): ଦୀର୍ଘ ୭ ବର୍ଷ ପରେ କଟକ ମାଲଗୋଦାମ ଡାଲି ବ୍ୟବସାୟୀ ମହମ୍ମଦ ୟାକୁବ ହତ୍ୟାକାଣ୍ଡ ଘଟଣାର ମୁଖ୍ୟ ଅଭିଯୁକ୍ତ ଗିରଫ କରିବାରେ ସଫଳ ହୋଇଛି କମିଶନରେଟ୍‌ ପୋଲିସ । ଅଭିଯୁକ୍ତ ରାଜ୍ୟ ବାହାରକୁ ପଳାଇବାକୁ ଉଦ୍ୟମ କରୁଥିବା ବେଳେ ପୋଲିସ କାବୁ କରିନେଇଛି । ତା ନିକଟରୁ ପୋଲିସ ଗୋଟିଏ ପିସ୍ତଲ ଓ ଗୁଳି ଜବତ କରିଛି । ସେ ଧଳସାମନ୍ତ ବ୍ରଦର୍ସରେ ସହଯୋଗୀ ଥିବା ପୋଲିସ କମିଶନରେ ସୌମେନ୍ଦ୍ର ପ୍ରିୟଦର୍ଶି କହିଛନ୍ତି । ୨୦୧୪ ମସିହାରେ ମାଲଗୋଦାମ ଡାଲି ବ୍ୟବସାୟୀ ମହମ୍ମଦ ୟାକୁବ ଓରଫ ଫାରୁକଙ୍କୁ ତାଙ୍କ ଗୋଦାମ ଆଗରେ ଗୁଳି କରି ହତ୍ୟା କରାଯାଇଥିଲା । ଏହି ମାମଲାର ମୁଖ୍ୟ ଅଭିଯୁକ୍ତ ଦୀପକ ନାୟକ ଓରଫ ଶଙ୍କର ଫେରାର ଥିଲା । ଦୀର୍ଘ ୭ ବର୍ଷ ପରେ ତାକୁ କମିଶନରେଟ୍‌ ପୋଲିସ ଷ୍ଟେସନ୍‌ ଅଞ୍ଚଳରୁ ବୁଧବାର ଗିରଫ କରିବାରେ ସଫଳ ହୋଇଛି ।

Get real time updates directly on you device, subscribe now.