fbpx

ରାଜଧାନୀରେ ୟେଲୋ ୱାର୍ଣ୍ଣିଂ ଜାରି, ଜାଣନ୍ତୁ କ’ଣ ଖୋଲା ଓ କ’ଣ ରହିବ ବନ୍ଦ?

ନୂଆଦିଲ୍ଲୀ: କରୋନାର ନୂଆ ଭାରିଆଣ୍ଟ ଓମିକ୍ରନ ମାମଲା ବଢ଼ିବାରେ ଲାଗିଛି । ଦେଶର ମହାରାଷ୍ଟ୍ର, ଦିଲ୍ଲୀ ଭଳି ସ୍ଥାନରେ ଅଧିକ ବ୍ୟାପୁଛି ମହାମାରୀ । ଏହାରି ମଧ୍ୟରେ ଓମିକ୍ରନ ଯୋଗୁଁ ଦିଲ୍ଲୀର ଜିଆରଏପି ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । ଦିଲ୍ଲୀରେ ରାତି ୧୦ଟାରୁ ସକାଳ ୮ଟା ଯାଏଁ ନାଇଟ କର୍ଫ୍ୟୁ ଜାରି ରହିବ । ସକାଳ ୧୦ରୁ ରାତି ୮ଟା କର୍ଯ୍ୟନ୍ତ ଦୋକାନ ଖୋଲା ରହିବ ।

ଓମିକ୍ରନ ସଂକ୍ରମଣ ବୃଦ୍ଧିକୁ ନଜରରେ ରଖି ଦିଲ୍ଲୀରେ ସ୍କୁଲ, କଲେଜ, ସେଲୁନ, ବ୍ୟୁଟି ପାର୍ଲର, ସ୍ପା ବନ୍ଦ, ସାମାଜିକ ଉତ୍ସବ ଉପରେ କଟକଣା ଲଗାଯାଇଛି । ସ୍କୁଲ, କଲେଜ ସହ ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ରହିବ । ସାମାଜିକ, ରାଜନୈତିକ ଏବଂ ଧାର୍ମିକ ସଭା ଉପରେ ରୋକ୍ ଲଗାଯାଇଛି । ଧାର୍ମିକ ସ୍ଥଳ ଖୋଲା ରହିବ କିନ୍ତୁ ଶ୍ରଦ୍ଧାଳୁଙ୍କୁ ପ୍ରବେଶ ମନା ହୋଇଛି ।

କେବଳ ଘର ଭିତରେ ନହେଲେ କୋର୍ଟରେ ହୋଇପାରିବ ବିବାହ । ବାହାଘର, ଅନ୍ତେଷ୍ଟିରେ ସର୍ବାଧିକ ୨୦ ଜଣଙ୍କୁ ଅନୁମତି ଦିଆଯିବ । ୫୦% ଯାତ୍ରୀଙ୍କୁ ନେଇ ଚାଲିବ ମେଟ୍ରୋ । ଅନ୍ତଃରାଜ୍ୟ ବସରେ ୫୦% ଯାତ୍ରୀଙ୍କୁ ଅନୁମତି ଦିଆଯିବ । ବସ୍ ଏବଂ ମେଟ୍ରୋରେ ଯାତ୍ରୀ ଛିଡ଼ା ହୋଇ ଯିବା ମନା କରାଯାଇଛି । ଅଟୋ ରିକ୍ସାରେ କେବଳ ୨ ଜଣ ଲୋକ ଯାଇପାରିବେ । ନିର୍ମାଣ କାର୍ଯ୍ୟ ଜାରି ରହିବ । ଶିଳ୍ପାନୁଷ୍ଠାନ ଖୋଲା ରହିବ । ୫୦% କ୍ଷମତାରେ ରେଷ୍ଟୁରାଣ୍ଟ ଓ ବାର୍ ଖୋଲା ରହିବ । ଓମିକ୍ରନ ସଂକ୍ରମଣକୁ ଦୃଷ୍ଟି ରଖି ଦିଲ୍ଲୀ ସରକାର ଏପରି ନିଷ୍ପତ୍ତି ନେଇଛନ୍ତି ।

Get real time updates directly on you device, subscribe now.