fbpx

ଆହୁରି ୨ ଦିନ ପ୍ରବଳ ଶୀତ: ୧୪ ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

Advertisement

ଭୁବନେଶ୍ୱର: ଉତ୍ତର ପଶ୍ଚିମରୁ ଶୁଷ୍କ ବାୟୁ ପ୍ରବାହ ଯୋଗୁଁ ରାଜ୍ୟରେ ଜାରି ରହିଛି ଶୀତ ଲହର । ପ୍ରବଳ ଥଣ୍ଡାରେ ଥରୁଛି ସାରା ଓଡ଼ିଶା । ସେପଟେ ଆହୁରି ୨ ଦିନ ଶୀତ ଲହରୀ ଜାରି ରହିବା ନେଇ ସତର୍କ ସୂଚନା ଜାରି କରିଛନ୍ତି ଏସଆରସି ।

ଶୀତ ପାଇଁ ୧୪ ଟି ଜିଲ୍ଲାକୁ ପାଣିପାଗ ବିଭାଗର ୟେଲୋ ୱାର୍ଣ୍ଣିଂ । ନବରଙ୍ଗପୁର, କଳାହାଣ୍ଡି, କନ୍ଧମାଳ, ନୂଆପଡ଼ା, ବରଗଡ଼, ବଲାଙ୍ଗିର, ସୁବର୍ଣ୍ଣପୁର, ବୌଦ୍ଧ, ସମ୍ବଲପୁର, ଦେବଗଡ଼, ଝାରସୁଗୁଡ଼ା, ସୁନ୍ଦରଗଡ, ଅନୁଗୁଳ, କେନ୍ଦୁଝର ଜିଲ୍ଲାର କିଛି ସ୍ଥ୍ାନରେ ଅଧିକ ଶୀତ ଅନୁଭୂତ ହେବା ନେଇ ଜାରି ହୋଇଛି ସତର୍କ ସୂଚନା ।

Get real time updates directly on you device, subscribe now.