fbpx
BJD SKY
BJD SKY

ଆଉ ଦୁଇଦିନ କାଳବୈଶାଖୀ, ଆସନ୍ତାକାଲି ୧୧ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

BJD

ଭୁବନେଶ୍ୱର, ୧୪ା୪ (ଓଡିଶା ଭାସ୍କର): ରାଜ୍ୟରେ ତାତି ବଢ଼ିବାରେ ଲାଗିଛି । ରାଜ୍ୟର ୫ଟି ସହରର ତାମାତ୍ରା ୪୦ ଡିଗ୍ରୀ ଅତିକ୍ରମ କରିଛି । ତେବେ ଆସନ୍ତା ଦୁଇଦିନ ଧରି ରାଜ୍ୟର କିଛି ଜିଲ୍ଲାରେ କାଳବୈଶାଖୀ ସମ୍ଭାବନା ରହିଛି । କିଛି ସ୍ଥାନରେ ପବନ ଜୋରରେ ବହିବା ସହିତ ପ୍ରବଳ ବର୍ଷା ସମ୍ଭାବନା ରହିଛି । ତେଣୁ ଆସନ୍ତା ୧୫ ତାରିଖରେ ୧୧ଟି ଜିଲ୍ଲାରେ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।

ପାଣିପାଗ ବିଭାଗ ସୂଚନା ଅନୁଯାୟୀ, ଆସନ୍ତା ୪ରୁ ୫ ଦିନ ରାଜ୍ୟରେ ତାତି ଜାରି ରହିବ । ଆସନ୍ତାକାଲି ପାଇଁ କୋରାପୁଟ, ନବରଙ୍ଗପୁର, ନୂଆପଡ଼ା, ବଲାଙ୍ଗୀର, ବରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ଦେବଗଡ଼, ସୁନ୍ଦରଗଡ଼, ମୟୁରଭଞ୍ଜ ଓ କେନ୍ଦୁଝର ଆଦି ଜିଲ୍ଲାମାନଙ୍କରେ ୩୦ରୁ ୪୦ କିମି ବେଗରେ ପବନ ବହିବା ସହ ଝଡ଼ବର୍ଷା ହେବ । ତେଣୁ ଏହିସବୁ ଜିଲ୍ଲାମାନଙ୍କୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।

Get real time updates directly on you device, subscribe now.