Yes Bank ଆଣିଲା ଶାନଦାର ସ୍କିମ: ଗ୍ରାହକଙ୍କୁ ମିଳିବ ଜବରଦସ୍ତ ସୁଧ

ନୂଆଦିଲ୍ଲୀ: ଯଦି ଆପଣ ବ୍ୟାଙ୍କରୁ ଅଧିକ ସୁଧ ପାଇବାକୁ ଚାହୁଁଛନ୍ତି ତେବେ ଏଥିପାଇଁ ଏକ ଭଲ ସ୍କିମ ଆସିଯାଇଛି । ନିକଟରେ ୟେସ ବ୍ୟାଙ୍କ ତରଫରୁ ଏକ ବଢ଼ିଆ ସ୍କିମ ଲଞ୍ଚ କରାଯାଇଛି । ଏହି ସ୍କିମ ମାଧ୍ୟମରେ ଆପଣମାନେ ଅଧିକ ବେନିଫିଟ୍ ପାଇ ପାରିବେ । ବ୍ୟାଙ୍କ ପକ୍ଷରୁ ୨ କୋଟି ଟଙ୍କା ପର୍ଯ୍ୟନ୍ତ ଫିକ୍ସଡ ଡିପୋଜିଡ (ଏଫଡି)ରେ ପରିବର୍ତ୍ତନ କରାଯାଇଛି । ଏହି ନୂଆ ରେଟ୍ ଚଳିତ ମାସ ୯ ତାରିଖରୁ ଲାଗୁ ହୋଇଥିବା ବ୍ୟାଙ୍କ ୱେବସାଇଟରୁ ଜଣାପଡ଼ିଛି ।

ୟେସ ବ୍ୟାଙ୍କ ବରିଷ୍ଠ ନାଗରିକଙ୍କ ପାଇଁ ଏଫଡି ସୁଧ ହାର ୮ ପ୍ରତିଶତକୁ ବୃଦ୍ଧି କରିଛି । ଏହି ୮ ପ୍ରତିଶତ ସୁଧ ହାର ପ୍ରାପ୍ତ କରିବା ପାଇଁ ୩୦ ମାସ ପାଇଁ ସ୍ପେଶାଲ ଏଫଡି ସ୍କିମରେ ନିବେଶ କରିବାକୁ ପଡ଼ିବ । ତେବେ ସାଧାରଣ ଲୋକଙ୍କ ପାଇଁ ଏଫଡି ଉପରେ ୭.୫୦ ପ୍ରତିଶତ ସୁଧ ହାର ପ୍ରଦାନ ନେଇ ବ୍ୟାଙ୍କ ପକ୍ଷରୁ ସ୍ଥିର ହୋଇଛି । ସେହିପରୁ ୭ ଦିନରୁ ୧୦ ବର୍ଷରେ ମାଚ୍ୟୁର ହେବାକୁ ଥିବା ଏଫଡିରେ ୩.୨୫ ପ୍ରତିଶତରୁ ୬.୭୫ ପ୍ରତିଶତ ସୁଧ ହାର ମିଳିବ ।

ସେହିପରି ୭ ଦିନରୁ ୧୪ ଦିନର ଏଫଡିରେ ୩.୨୫ ପ୍ରତିଶତ, ୧୫ରୁ ୪୫ ଦିନର ଏଫଡି ଉପରେ ୩.୭୦ ପ୍ରତିଶତ, ୪୬ ଦିନରୁ ୯୦ ଦିନର ଏଫଡିରେ ୪.୧୦ ପ୍ରତିଶତ, ୯୧ରୁ ୧୮୦ ଦିନର ଏଫଡି ଉପରେ ୪.୭୫ ପ୍ରତିଶତ, ୧୮୧ ଦିନରୁ ୨୭୧ ଦିନର ଏଫଡି ଉପରେ ୫.୫୦ ପ୍ରତିଶତ, ୨୭୨ ଦିନରୁ ୧ ବର୍ଷର ଏଫଡି ଉପରେ ୫.୭୫ ପ୍ରତିଶତ, ୧ ବର୍ଷରୁ ୩୬ ମାସର ଏଫଡି ଉପରେ ୭ ପ୍ରତିଶତ, ୩୬ ମାସରୁ ୧୨୦ ମାସର ଏଫଡି ଉପରେ ୬.୭୫ ପ୍ରତିଶତ ସୁଧ ହାର ପ୍ରଦାନ କରାଯିବ ।