Yes ବ୍ୟାଙ୍କ ନେଲା ଖର୍ଚ୍ଚ କମେଇବାର ପଦକ୍ଷେପ, ଚାଲିଗଲା ୫୦୦ କର୍ମଚାରୀଙ୍କ ଚାକିରି

ନୂଆଦିଲ୍ଲୀ: ପ୍ରାଇଭେଟ ସେକ୍ଟରର ବ୍ୟାଙ୍କ ୟେସ୍ ବ୍ୟାଙ୍କର କର୍ମଚାରୀମାନଙ୍କ ପାଇଁ ଏକ ଖରାପ ଖବର ରହିଛି । ୟେସ୍ ବ୍ୟାଙ୍କ ନିଜର ଅନେକ କର୍ମାଚରୀଙ୍କର ଛଟେଇ କରିଛି ଏବଂ ସେମାନଙ୍କୁ ଚାକିରି ବାହାରିବା ପାଇଁ ନିର୍ଦ୍ଦେଶ ଦେଇଛି । କିଛି ଖବରରେ ଏପରି ଦାବି କରାଯାଉଛି ।

ରିପୋର୍ଟ ଅନୁସାରେ, ୟେସ୍ ବ୍ୟାଙ୍କ ନିଜ ଖର୍ଚ୍ଚକୁ କମ କରିବାକୁ ଚାହୁଁଛି, ସେଥିପାଇଁ ବ୍ୟାଙ୍କ ଛଟେଇର ସାହାରା ନେଇଛି । ରିପୋର୍ଟରେ ମାମଲା ସହ ଜଡିତ ଅନେକ ଲୋକଙ୍କ ପକ୍ଷରୁ କୁହାଯାଇଛି ଯେ, ୟେସ୍ ବ୍ୟାଙ୍କ ଇନଫ୍ରାଷ୍ଟ୍ରକ୍‌ଚର ଉପାୟ ଅନୁଯାୟୀ, ୫୦୦ କର୍ମଚାରୀଙ୍କୁ କାମରୁ ବାହାର କରିବା ଆଦେଶ ଦେଇଛି । ଆଗକୁ ଆହୁରି କର୍ମଚାରୀଙ୍କୁ ବାହାର କରିବାର ଆଶଙ୍କା ରହିଛି ।

କାମରୁ ବାହାର କରାଯାଇଥିବା କର୍ମାଚାରୀମାନଙ୍କୁ ବ୍ୟାଙ୍କ ୩ ମାସର ଦରମା ଦେଇ ଆଶ୍ୱସ୍ତି ପ୍ରଦାନ କରିଛି । କୁହାଯାଉଛି ଯେ, ଏହି ଛଟେଇର ସବୁଠାରୁ ଅଧିକ ପ୍ରଭାବ ବ୍ରାଞ୍ଚ ବ୍ୟାଙ୍କିଙ୍ଗ ଉପରେ ପଡିବାକୁ ଯାଉଛି, କାରଣ ସବୁଠାରୁ ଅଧିକ କର୍ମଚାରୀ ଏହି ସେଗମେଣ୍ଟରୁ ବାହାର କରାଯାଇଛି । ଏହି ଛଟେଇ ହୋଲସେଲ ବ୍ୟାଙ୍କିଙ୍ଗଠାରୁ ଖୁଚୁରା ବ୍ୟାଙ୍କିଙ୍ଗ ପର୍ଯ୍ୟନ୍ତ ପାଖାପାଖି ସମସ୍ତ ଭର୍ଟିକାଲ ଉପରେ ପ୍ରଭାବ ପକାଇଛି ।