fbpx

ମୋଦୀଙ୍କୁ ନେଇ ଏ କ’ଣ କହିଦେଲେ ବାବା ରାମଦେବ, ଏକଜିଟ୍ ପୋଲ୍ ପରେ କହିଦେଲେ ଏହି ବଡ କଥା

 ନୂଆଦିଲ୍ଲୀ:ଉତ୍ତରପ୍ରଦେଶ ନୋଏଡାରେ ମିଡିଆ ସହ ଏକ ଆଲୋଚନା ସମୟରେ ଯୋଗଗୁରୁ ବାବା ରାମଦେବ ଏପରି କିଛି କଥା କହି ଦେଇଛନ୍ତି ଯାହା ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ହିମାଳୟ ପର୍ବତ ସହ ତୁଳନା କରିଛନ୍ତି । ପତଞ୍ଜଳି ଆୟୁର୍ବେଦର ପ୍ରତିଷ୍ଠାତା ବାବା ରାମଦେବ କହିଛନ୍ତି ନରେନ୍ଦ୍ର ମୋଦୀଙ୍କ ମଧ୍ୟରେ ହିମାଳୟ ପରି ମହାନତା ରହିଛି ।

ରାମଦେବଙ୍କ ଅନୁଯାୟୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସାମ୍ନାରେ କେହି ବି ଛିଡା ହୋଇପାରିବେ ନାହିଁ । ତାଙ୍କ ବ୍ୟକ୍ତିତ୍ୱ ହିମାଳୟ ପରି ଆକାଶଛୁଆଁ । ସେ କହିଛନ୍ତି ମୋଦୀଙ୍କ ନେତୃତ୍ୱ, ନୀତି, ଚରିତ୍ର ଓ ବ୍ୟକ୍ତିତ୍ୱ ବହୁତ ବିରାଟ । ଏହା ପଛରେ ତାଙ୍କର ବର୍ଷ ବର୍ଷର ସାଧନା ରହିଛି ।  ସେ କହିଛନ୍ତି ଦେଶର ଜନତା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ବିଶ୍ୱାସ କରନ୍ତି । ଏକଜିଟ୍ ପୋଲ୍ ଏହା ହିଁ ଦର୍ଶାଇଛି । ପରିଣାମ ମଧ୍ୟ ଏହା ହିଁ ହେବ ।

Get real time updates directly on you device, subscribe now.