fbpx

ପ୍ରୟାଗରାଜ ହିଂସା: ମୁଖ୍ୟ ଅଭିଯୁକ୍ତ ଘରେ ଚଢ଼ିଲା ବୁଲଡୋଜର

ଲକ୍ଷ୍ନୌ: ପ୍ରୟାଗରାଜରେ ନୂପୁର ଶର୍ମାଙ୍କ ବୟାନକୁ ବିରୋଧ କରି ହୋଇଥିବା ହିଂସାକାଣ୍ଡ ମାମଲାରେ ପୋଲିସର ଆକ୍ସନ ଜାରି ରହିଛି । ଏହିକ୍ରମରେ ପ୍ରୟାଗରାଜ ଅଟାଲାରେ ହୋଇଥିବା ହିଂସାର ମୁଖ୍ୟ ଅଭିଯୁକ୍ତ ଜାବେନ୍ଦ ପମ୍ପ ଘରେ ଭାଙ୍ଗିବା ପାଇଁ କାର୍ଯ୍ୟାନୁଷ୍ଠାନ ଆରମ୍ଭ ହେଇଛି । ବ୍ୟାପକ ପୋଲିସ ଫୋର୍ସ ସହ ପ୍ରଶାସନ ବୁଲଡୋଜର ଧରି ଜାଭେଦ ପମ୍ପର ଘର ଉଚ୍ଛେଦ ପାଇଁ ପହଞ୍ଚିଛନ୍ତି ।

ପୋଲିସ ଜାଭେଦକୁ ପଚରାଉଚରା ପରେ ଜେଲ ପଠାଇଛି । ଜାଭେଦ ଉପରେ ହ୍ୱାଟ୍ସଆପ୍ ଗ୍ରୁପ୍ ଜରିଆରେ ଲୋକଙ୍କ ଜମା କରିବା ଏବଂ ସେମାନଙ୍କୁ ଉସ୍କାଇବା ଅଭିଯୋଗ ରହିଛି । ପୋଲିସର ସୂଚନା ଅନୂଯାୟୀ ଜାଭେଦର ପରିବାର ଲୋକ ନୋଟିସ ପରେ ବି ଘର ଖାଲି କରିନାହାଁନ୍ତି । ଫଳରେ ପ୍ରଶାସନର ଲୋକମାନେ ତାଙ୍କ ଘରୁ ସମସ୍ତ ଜିନିଷ ବାହାରକୁ ବାହର କରୁଛନ୍ତି ।

ପୋଲିସର କହିବା ଅନୂଯାୟୀ ଜାଭେଦ ପମ୍ପଙ୍କ ଉସ୍କାଇବା ପରେ ହିଁ ଅଧିକ ଲୋକ ଅଟାଲା ପହଞ୍ଚିଥିଲେ ଏବଂ ପରେ ଉପଦ୍ରବୀମାନେ ପୋଲିସ ଉପରକୁ ଆକ୍ରମଣ କରିଥିଲେ । ଜାଭେଦ ପମ୍ପ ମୋବାଇଲ ଫୋନ୍ ଯାଞ୍ଚରୁ ପୋଲିସକୁ ଦଙ୍ଗା ଘଟାଇଥିବାର ଅନ୍ୟ ପ୍ରମାଣ ମଧ୍ୟ ମିଳିଛି ।

 

Get real time updates directly on you device, subscribe now.