fbpx

UPରେ ଐତିହାସିକ ବିଜୟ ପରେ ବଢ଼ିଲା ଦମ୍: ମୋଦୀ-ଶାହଙ୍କ ପରେ BJP ପାୱାର କରିଡରର ତିନି ନମ୍ବର ନେତା ହେଲେ ଯୋଗୀ

ନୂଆଦିଲ୍ଲୀ: ନିକଟରେ ପ୍ରକାଶ ପାଇଥିବା ପାଞ୍ଚଟି ରାଜ୍ୟର ବିଧାନସଭା ନିର୍ବାଚନର ଫଳାଫଳ ଅନେକ ସନ୍ଦେଶ ଦେଉଛି । ଉତ୍ତରପ୍ରଦେଶର କ୍ରମାଗତ ଦ୍ୱିତୀୟ ଥର ପାଇଁ ବିଜେପିକୁ କ୍ଷମତାସୀନ କରାଇବା ପରେ ଯୋଗୀ ଆଦିତ୍ୟନାଥଙ୍କର କାଟତି ଏବେ ଆକାଶ ଛୁଇଁଛି । ମୋଦୀ- ଶାହଙ୍କ ପରେ ବିଜେପି ପାୱାର କରିଡରର ଏବେ ତିନି ନମ୍ବର ନେତା ଭାବେ ପରିଗଣିତ ହେବାକୁ ଯାଉଛନ୍ତି ଯୋଗୀ । ଚଳିତ ନିର୍ବାଚନର ଫଳାଫଳ ଯୋଗୀଙ୍କୁ ପାୱାରଫୁଲ ଯୋଗୀ ବନାଇ ଦେଇଛନ୍ତି ।

ପୂର୍ବରୁ ବିଜେପିର ଏକ ନମ୍ବର ଲିଡର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଦୁଇ ନମ୍ବର ନେତା ଗୃହମନ୍ତ୍ରୀ ଅମିତ ଶାହ ଥିଲେ । ମାତ୍ର ରାଜାରୁ ସମ୍ରାଟ ପାଲଟିଥିବା ଯୋଗୀ ଏବେ ଭାଜପାର ୩ ନମ୍ବର ସିଟ ଅକ୍ତିଆର କରିନେଇଛନ୍ତି । ପୂର୍ବରୁ ବିଜେପିର ୩ ନମ୍ବର ସ୍ଥାନ ନଥିଲା । ବିଭିନ୍ନ ମହଲରେ ଯୋଗୀଙ୍କୁ ନେଇ କାହିଁରେ କ’ଣ ଚର୍ଚ୍ଚା ହେବାରେ ଲାଗିଛି । ଯୋଗୀ ଏତେ ବଡ଼ ସଫଳତା ହାସଲ କରିଛନ୍ତି ଯେ, ମୁଖ୍ୟମନ୍ତ୍ରୀ ଆସନ ମଧ୍ୟ ତାଙ୍କ ପାଇଁ ଛୋଟ ଜଣାପଡ଼ୁଛି ।

ବିଜେପିରେ ମୋଦୀଙ୍କ ପରେ ଯୋଗୀ ହେଉଛନ୍ତି ହିନ୍ଦୁତ୍ୱର ଏକ ବଡ଼ ଚେହେରା । ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ସମୟରେ ଲାଲକୃଷ୍ଣ ଆଡଭାନୀ ହିନ୍ଦୁତ୍ୱର ଏକ ବଡ଼ ଚେହେରା ଭାବେ ପରିଗଣିତ ହେଉଥିଲେ । ମୋଦୀଙ୍କ ପରେ ‘ସବକା ସାଥ ସବକା ବିଶ୍ୱାସ’ ନାରା ଦେଇ ଯୋଗୀ ସମସ୍ତଙ୍କର ପ୍ରିୟ ହୋଇପାରିଛନ୍ତି । ଯୋଗୀଙ୍କୁ ଏବେ ମାତ୍ର ୪୯ ବର୍ଷ ହୋଇଥିବା ବେଳେ ସେ ମୋଦୀ, ଶାହ ଓ ରାହୁଲ ଗାନ୍ଧୀଙ୍କ ପରି ଶୀର୍ଷସ୍ତରୀୟ ନେତାଙ୍କ ଠାରୁ ବୟସରେ ଛୋଟ ଅଟନ୍ତି ।

Get real time updates directly on you device, subscribe now.