fbpx

ଏବେ ଘରେ ବସି-ବସି ବଦଳାଇପାରିବେ ବ୍ୟାଙ୍କର ବ୍ରାଞ୍ଚ, ଜାଣନ୍ତୁ କିପରି?

ନୂଆଦିଲ୍ଲୀ: ଚାକରିଆ ହୁଅନ୍ତୁ ବା ବ୍ୟବସାୟୀମାନେ ପ୍ରାୟତଃ ନିଜର କାମ ଯୋଗୁଁ ରହିବା ସ୍ଥାନ ପରିବର୍ତ୍ତନ କରନ୍ତି । ଏପରି ପରିସ୍ଥିତିରେ ବାରମ୍ବାର ବ୍ୟାଙ୍କର ହୋମ୍ ବ୍ରାଞ୍ଚକୁ ଯିବା ସମ୍ଭବ ହୋଇନଥାଏ । ଯଦି ଆପଣଙ୍କ ବି ଅନ୍ୟ ସ୍ଥାନକୁ ବଦଳି ହୋଇଛି ଓ ଆପଣ ବ୍ୟାଙ୍କର ହୋମ୍ ବ୍ରାଞ୍ଚ ବଦଳାଇବାକୁ ଚାହୁଁଛନ୍ତି, ତେବେ ଚିନ୍ତା କରନ୍ତୁ ନାହିଁ । ଏଣିକି ଆପଣ ଘରେ ବସି ବସି ବ୍ୟାଙ୍କର ବ୍ରାଞ୍ଚ ଅତି ସହଜରେ ବଦଳାଇ ପାରିବେ । ଏଥିପାଇଁ ଆପଣଙ୍କର ଇଣ୍ଟରନେଟ୍ ବ୍ୟାଙ୍କିଙ୍ଗ ବ୍ୟବହାର କରୁଥିବା ନିହାତି ଜରୁରୀ । ଆସନ୍ତୁ ଜାଣିବା ଏହାର ପ୍ରୋସେସ…

SBIରେ ବ୍ରାଞ୍ଚ ବଦଳିବାର ପ୍ରକ୍ରିୟା:

– ସର୍ବପ୍ରଥମେ ଆପଣ http://www.onlinesbi.com ୱେସାଇଟକୁ ଯାଆନ୍ତୁ ।

– ଯଦି ଆପଣ ଇଣ୍ଟରନେଟ୍ ବ୍ୟାଙ୍କିଙ୍ଗର ବ୍ୟବହାର କରୁଛନ୍ତି, ତେବେ ପର୍ସନାଲ ବ୍ୟାଙ୍କିଙ୍ଗର ଅପସନକୁ ଯାଇ ଲଗଇନ୍ କରନ୍ତୁ ।

– ଯଦି ପ୍ରଥମରୁ ରେଜିଷ୍ଟର ହୋଇନାହିଁ, ତେବେ ଆଇଡିକୁ ଯାଇ ରେଜିଷ୍ଟର କରନ୍ତୁ ।

– ଏବେ ଆପଣ ‘ଇ-ସର୍ଭିସେସ୍’ର ଅପସନ୍ ଉପରେ କ୍ଲିକ୍ କରନ୍ତୁ ।

– ଏହାପରେ ଟ୍ରାନ୍ସଫର ଅଫ୍ ସର୍ଭିସିଂ ଆକାଉଣ୍ଟକୁ ଯାଆନ୍ତୁ ।

– ଏସବିଆଇର ଆକାଉଣ୍ଟ ହୋଇଥିଲେ ଆପେ ଆପେ ଟ୍ରାନ୍ସଫର କରାଯାଉଥିବା ଆକାଉଣ୍ଟ ସିଲେକ୍ଟ ହୋଇଯିବ ।

– ଏବେ ଯେଉଁ ବ୍ରାଞ୍ଚରେ ଆକାଉଣ୍ଟ ଟ୍ରାନ୍ସଫର କରିବାକୁ ଚାହୁଁଛନ୍ତି, ତାର ବ୍ରାଞ୍ଚ କୋଡ ଦିଅନ୍ତୁ ।

– ପରେ ‘ଗେଟ୍ ବ୍ରାଞ୍ଚ ନେମ’ର ବିକଳ୍ପ ବାଛନ୍ତୁ ଓ ନୂଆ ବ୍ରାଞ୍ଚ ସିଲେକ୍ଟ କରନ୍ତୁ ।

– ଏବେ ନୂଆ ବ୍ରାଞ୍ଚର ନାଁ ଦେବା ସହ ସବମିଟ୍ କରନ୍ତୁ ।

– ସବମିଟ ହେବା ପରେ ଆପଣଙ୍କ ଅନୁରୋଧ ରେଜିଷ୍ଟର ହେବ ।

PNBରେ ବ୍ରାଞ୍ଚ ବଦଳାଇବାର ପ୍ରକ୍ରିୟା:

-ଏଥିରେ ଆପଣ ରିଟେଲ ଇଣ୍ଟରନେଟ୍ ବ୍ୟାଙ୍କିଙ୍ଗ ମାଧ୍ୟମରେ ଲଗଇନ୍ କରନ୍ତୁ ।

– ଏହା ପରେ ଅନ୍ୟ ସେବାଗୁଡିକର ବିକଳ୍ପ ଉପରେ କ୍ଲିକ୍ କରନ୍ତୁ ଓ ହୋମ୍ ବ୍ରାଞ୍ଚ ପରିବର୍ତ୍ତନ ବିକଳ୍ପ ଚୟନ କରନ୍ତୁ ।

– ଏବେ ଯେଉଁ ବ୍ରାଞ୍ଚରେ ଆକାଉଣ୍ଟ ଟ୍ରାନ୍ସଫର କରିବାକୁ ଚାହୁଁଛନ୍ତି, ସେ ବ୍ରାଞ୍ଚର ଆଇଡିକୁ ଚୟନ କରନ୍ତୁ ।

– ବ୍ରାଞ୍ଚ ଆଇଡିକୁ ଚୟନ ପରେ ଆଗକୁ ଯାଆନ୍ତୁ ଓ ଟ୍ରାଞ୍ଜାକ୍ସନର ପାସୱାର୍ଡ ଏଣ୍ଟର କରନ୍ତୁ ।

– ସମ୍ପୂର୍ଣ୍ଣ ପ୍ରୋସେସ୍ ପରେ ଆପଣଙ୍କ ଅନୁରୋଧ ରେଜିଷ୍ଟର ହୋଇଯିବ ।

Get real time updates directly on you device, subscribe now.