fbpx

Cholesterol କୁ କମ୍ କରିବା ପାଇଁ ପ୍ରତିଦିନ କରନ୍ତୁ ଏହି ଏକ୍ସରସାଇଜ୍: ମିଳିବ ଅଧିକ ଫାଇଦା

ନୂଆଦିଲ୍ଲୀ: କୋଲେଷ୍ଟ୍ରୋଲ ଏବେ ଏକ ସାଧାରଣ ସମସ୍ୟା ପାଲଟିଗଲାଣୀ । କୋଲେଷ୍ଟ୍ରୋଲ ବଢ଼ିବା ଯୋଗୁଁ  ଡାଇବେଟିସ୍ ଏବଂ ହାର୍ଟ ସମସ୍ୟା ମଧ୍ୟ ହୋଇଥାଏ । କୋଲେଷ୍ଟ୍ରୋଲ ବୟସ ବଢ଼ିବା ସହ ବଢ଼ିଥାଏ । ଏହାକୁ ନିୟନ୍ତ୍ରଣ କରିବା ପାଇଁ ଉତ୍ତମ ଖାଦ୍ୟ ସହ ବ୍ୟାୟାମ କରିବା ଆବଶ୍ୟକ ହୋଇଥାଏ । ଖାସକରି ମୋଟାପଣରେ ପୀଡ଼ିତ ଲୋକଙ୍କୁ ଡେଲି ରୁଟିନରେ ବ୍ୟାୟାମକୁ ନିଶ୍ଚୟ ସାମିଲ କରିବା ଆବଶ୍ୟକ । ହାଇ କୋଲେଷ୍ଟ୍ରୋଲ ଲେବୁଲ ଥିବା ଲୋକଙ୍କୁ ଅଧିକ ବ୍ୟାୟମ କରିବା ଆବଶ୍ୟକ ହୋଇଥାଏ । କାରଣ ଏହାଦ୍ୱାରା ଅଧିକ ଫ୍ୟାଟ୍ ଏବଂ କ୍ୟାଲୋରୀ ବର୍ଣ୍ଣ ହୋଇଥାଏ । ଯାହା ହାର୍ଟ ପାଇଁ ଭଲ ହୋଇଥାଏ । ତେବେ ଆସନ୍ତୁ ଜାଣିବା କୋଲେଷ୍ଟ୍ରୋଲ କମ୍ କରିବା ପାଇଁ କେଉଁ ହାଇ ଇଣ୍ଟେସିଟି ବ୍ୟାୟାମର ବାଛିବା ଦରକାର ।

ରନିଂ ଏବଂ ଜଗିଂ କରିବା ଏକ ଭଲ ଏକ୍ସରସାଇଜ୍ ଯାହା କମ୍ ସମୟରେ ଅଧିକ କ୍ୟାଲୋରୀ ବର୍ଣ୍ଣ କରିଥାଏ । ଯେଉଁ ଲୋକଙ୍କୁ ହାଇ କୋଲେଷ୍ଟ୍ରୋଲ ସମସ୍ୟା ରହିଛି ତାଙ୍କୁ ଜଗିଂ ଏବଂ ରନିଂ ଭଳି ହାଇ ଇଣ୍ଟେସିଟି ବ୍ୟାୟାମ କରିବା ଦରକାର । ୩୦ ମିନିଟ୍ ଏହି ବ୍ୟାୟମ କରିବା ଦ୍ୱାରା ୨୫୦ ରୁ ୩୦୦ କ୍ୟାଲୋରୀ ବର୍ଣ୍ଣ ହୋଇଥାଏ ।

ଏରୋବିକ୍ସ ଡାନ୍ସ: ଯେଉଁ ଲୋକଙ୍କୁ ଡାନ୍ସ କରିବା ପସନ୍ଦ ସେମାନେ ଏରୋବିକ୍ସ ଡାନ୍ସ ଏକ୍ସରସାଇଜ କରିପାରିବେ । ଏହା ଏକ ହାଇ ଇଣ୍ଟେସିଟି ଏକ୍ସରସାଇଜ । ଏରୋବିକ୍ସ ଡାନ୍ସ ଏକ୍ସରସାଇଜ୍ ଶରୀର ପାଇଁ ଲାଭଦାୟକ ହୋଇଥାଏ । ଏହା କୋଲେଷ୍ଟ୍ରୋଲ୍ ସହ ମୋଟାପଣକୁ ମଧ୍ୟ କମ୍ କରିଥାଏ । ୩୦-୪୫ ମିନିଟ୍ ଏହି ଏକ୍ସରସାଇଜ୍ କରାଯାଇପାରେ ।

ସ୍କିପିଂ ରୋପ୍: ପିଲାଦିନେ ସ୍କିମିଂ ରୋପ୍ ସମସ୍ତେ ଖେଳିଥିବେ । ଖାସ୍ କରି ମହିଳାମାନେ । ସ୍କିପିଂ ରୋପ୍ ଏକ ହାଇ ଇଣ୍ଟେସିଟି ବ୍ୟାୟାମ । ଯାହା ଶରୀରକୁ ମଜବୁତ କରିବା ସହ କୋଲେଷ୍ଟ୍ରୋଲକୁ କମ୍ କରିବା ପାଇଁ ସହାୟକ ହୋଇଥାଏ । ଏହି ବ୍ୟାୟାମ ଦ୍ୱାରା ଗୋଡ଼ର ମାଂସପେଶୀକୁ ମଜବୁତ ହୋଇଥାଏ । ଏହା ସହ ହାର୍ଟରେଟ୍ ବଢ଼ିଥାଏ । ଯାହା ଫ୍ୟାଟ୍ କମାଇବାରେ ସହାୟକ ହୋଇଥାଏ ।

ସାଇକେଲିଂ: ସାଇକେଲ ଚଲାଇବା ଏବେ ଲୋକଙ୍କ ଡେଲି ରୁଟିନ୍ ରେ ସାମିଲ ହୋଇଥାଏ । ଖାସକରି ସହରରେ ଲୋକଙ୍କ ଫିଟନେସ ପାଇଁ ସାଇକେଲିଂର ସାହାରା ନେଉଛନ୍ତି । ସାଇକେଲିଂ ମଧ୍ୟ ଏକ ହାଇ ଇଣ୍ଟେସିଟି ଏକ୍ସରସାଇଜ୍ ଯାହା କୋଲେଷ୍ଟ୍ରୋଲ, ଡାଇବେଟିସ୍, ମୋଟାପଣ ଏବଂ ହାର୍ଟରେଟ୍ ଭଳି ରୋଗକୁ କଣ୍ଟ୍ରୋଲ କରିବାରେ ସହାୟକ ହୋଇଥାଏ । ହାଇ କୋଲେଷ୍ଟ୍ରୋଲକୁ କମ୍ କରିବା ପାଇଁ ପ୍ରାୟ ୩୦ ମିନିଟ୍ ସାଇକେଲିଂ କରିପାରିବେ ।

Get real time updates directly on you device, subscribe now.