fbpx

ମାତ୍ର ୪୯ ଟଙ୍କା ଖର୍ଚ୍ଚ କଲେ ଦିନ ସାରା ୬ GB ଡାଟା ବ୍ୟବହାର କରିପାରିବେ, ଏବେ ରିଚାର୍ଜ କରନ୍ତୁ

ନୂଆଦିଲ୍ଲୀ: ଦିନକୁ ଦିନ ଇଣ୍ଟରନେଟର ବ୍ୟବହାର ବଢ଼ିବାରେ ଲାଗିଥିବା ବେଳେ ଗ୍ରାହକମାନେ ଅଧିକ ସମୟ ମୋବାଇଲ ଧରି ବସୁଛନ୍ତି । ଫେସବୁକ, ଇନଷ୍ଟାଗ୍ରାମ, ୟୁଟ୍ୟୁବରେ ବିଭିନ୍ନ ପ୍ରକାରର ଭିଡିଓ, ଶର୍ଟ ଭିଡିଓ ଓ ରିଲ୍ସ ଦେଖି ୟୁଜର୍ସଙ୍କର ଡାଟା ସରିଯାଉଛି । ଅଧିକ ପ୍ୟାକ ପକାଇବାକୁ ହେଲେ ସେମାନଙ୍କୁ ଅଧିକ ପଇସା ଖର୍ଚ୍ଚ କରିବାକୁ ପଡ଼ୁଛି । ତେବେ ଏହି ସମସ୍ୟାରୁ ଏବେ ମୁକ୍ତି ମିଳିବ । ଏନେଇ ବଜାରକୁ ଆସିଯାଇଛି ଏକ ବଢ଼ିଆ ଶସ୍ତା ପ୍ଲାନ୍ ।

ନିକଟରେ ଟେଲିକମ୍ କମ୍ପାନୀ ଏୟାରଟେଲ ପକ୍ଷରୁ ଏକ ଶାନଦାର ପ୍ଲାନ ଲଞ୍ଚ କରାଯାଇଛି । ଏହି ପ୍ଲାନରେ ଆପଣମାନେ କମ୍ ଅର୍ଥ ଖର୍ଚ୍ଚରେ ଅଧିକ ଡାଟା ପାଇ ପାରିବେ । ଏଥିରେ ଆପଣମାନେ ମାତ୍ର ୪୯ ଟଙ୍କାର ରିଚାର୍ଜ କରି ଦିନସାରା ଇଣ୍ଟରନେଟ୍ ବ୍ୟବହାର କରିପାରିବେ । ଏଥିରେ ଆପଣଙ୍କୁ ମିଳିବ ୬ ଜିବିର ଡାଟା । ଏହି ପ୍ଲାନରେ ଆପଣମାନଙ୍କୁ କଲିଂ, ମେସେଜ୍ ଆଦି ସୁବିଧା ମିଳିବ ନାହିଁ । ସବୁଠାରୁ ବଡ଼ କଥା ହେଉଛି, ଏହି ପ୍ଲାନର ଅବଧି କେବଳ ଗୋଟିଏ ଦିନ ପାଇଁ ରହିଛି ।

ଏହା ହେଉଛି ଏକପ୍ରକାରର ଅତିରିକ୍ତ ଡାଟା ପ୍ଲାନ । ଏହାର ଅର୍ଥ ହେଉଛି ଯଦି ଆପଣମାନେ ପୂର୍ବରୁ ଏୟାରଟେଲର କୌଣସି ଅନଲିମିଟେଡ ପ୍ୟାକର ରିଚାର୍ଜ କରିଥିବେ ତେବେ ଏହାର ଫାଇଦା ଉଠାଇ ପାରିବେ । ଯଦି ଆପଣଙ୍କ ପାଖରେ କୌଣସି ଅନଲିମିଟେଡ ରିଚାର୍ଜ ପ୍ଲାନ ଆକ୍ଟିଭ ନାହିଁ ତେବେ ଏହି ପ୍ଲାନର ବେନିଫିଟ ଆପଣମାନେ ଉଠାଇ ପାରିବେ ନାହିଁ । କମ୍ପାନୀର ପୋର୍ଟୋଫୋଲିଓରେ ଏଭଳି ଅନେକ ଶସ୍ତା ପ୍ଲାନ ରହିଛି ।

Get real time updates directly on you device, subscribe now.