fbpx

ଦୈନିକ ମାତ୍ର ୩ ସେକେଣ୍ଡ ବ୍ୟାୟାମ କରି ଆପଣ ପାଇପାରିବେ ମଜବୁତ୍ ମାଂସପେଶୀ

ନୂଆଦିଲ୍ଲୀ: ଆଜିକାଲିର ଯୁବପୀଢ଼ି ନିଜର ସ୍ୱାସ୍ଥ୍ୟ ପ୍ରତି ଅଧିକ ଯତ୍ନବାନ ହେଉଛନ୍ତି । ବିଶେଷ କରି ଜିମ୍ ଯାଇ ଶକ୍ତିଶାଳୀ ମାଂସପେଶୀ ଉପରେ ଅଧିକାଂଶ ଫୋକସ୍ କରୁଛନ୍ତି । ଏଥିପାଇଁ ସେମାନେ ବିଭିନ୍ନ ପ୍ରକାର ପ୍ରୋଟିନଯୁକ୍ତ ଖାଦ୍ୟ ସେବନ କରିଥାନ୍ତି । ତେବେ ଆପଣ ଚାହିଁଲେ ଦୈନିକ ମାତ୍ର ୩ ସେକେଣ୍ଡ ମଧ୍ୟରେ ମଜବୁତ୍ ମାଂସପେଶୀ ବନାଇ ପାରିବେ । ଏକ ରିସର୍ଚ୍ଚରୁ ଏହା ପ୍ରମାଣିତ ହୋଇଛି ।

ଅଷ୍ଟ୍ରେଲିଆର ଏଡିଥ କୋୱାନ ୟୁନିଭରସିଟି ଓ ଜାପାନର ନିଗାତା ୟୁନିଭରସିଟି ଅଫ୍ ହେଲଥ ଆଣ୍ଡ ୱେଲଫେୟର ପକ୍ଷରୁ ଏହି ଷ୍ଟଡି କରାଯାଇଥିଲା । ଏଥିରେ ୟୁନିଭରସିଟିର ୫୨ ଜଣ ଛାତ୍ରଙ୍କୁ ସାମିଲ କରାଯାଇଥିଲା । ଏହାପରେ ସେମାନଙ୍କୁ ୨ଟି ଗ୍ରୁପରେ ବିଭକ୍ତ କରାଯାଇଥିଲା । ପ୍ରଥମ ଗ୍ରୁପରେ ବ୍ୟାୟାମ କରୁଥିବା ୩୯ ଜଣଙ୍କୁ ରଖାଯାଇଥିବା ବେଳେ ଓ ଅନ୍ୟ ଗ୍ରୁପରେ ବ୍ୟାୟାମ କରୁନଥିବା ୧୩ ଜଣଙ୍କୁ ରଖାଯାଇଥିଲା ।

ପ୍ରଥମ ଗ୍ରୁପର ସଦସ୍ୟମାନେ ୫ ଦିନ ପର୍ଯ୍ୟନ୍ତ ଦୈନିକ ୩ ସେକେଣ୍ଡ ପାଇଁ ପୂରା ଶକ୍ତି ଲଗାଇ ମାଂସପେଶୀ ସମ୍ବନ୍ଧୀୟ ବ୍ୟାୟାମ କରିଥିଲେ । ଏହି ପ୍ରକ୍ରିୟା ୪ ସପ୍ତାହ ପର୍ଯ୍ୟନ୍ତ ଚାଲିଥିଲା । ଛାତ୍ରମାନେ ଦୈନିକ ୩ ସେକେଣ୍ଡ ପାଇଁ ଆଇସୋମେଟ୍ରିକ, କନସେଣ୍ଟ୍ରିକ ବା ଏକ୍ସୋଣ୍ଟ୍ରିକ ବାଇସେପ କର୍ଲ ୱାର୍କ ଆଉଟ୍ କରିଥିଲେ । ରିସର୍ଚ୍ଚରୁ ଜଣାପଡ଼ିଥିଲା ଯେ, ଯେଉଁ ଗ୍ରୁପର ସଦସ୍ୟମାନେ ବ୍ୟାୟାମ କରିଥିଲେ ସେମାନଙ୍କର ମସଲ ଷ୍ଟ୍ରେନଥ ୧୦ ପ୍ରତିଶତ ବୃଦ୍ଧି ପାଇଥିଲା । ଦ୍ୱିତୀୟ ଗ୍ରୁପର ଯେଉଁ ସଦସ୍ୟମାନେ ୪ ସପ୍ତାହ ପର୍ଯ୍ୟନ୍ତ ବ୍ୟାୟାମ କରିନଥିଲେ, ସେମାନଙ୍କର ମସଲ ଷ୍ଟ୍ରେନଥରେ କୌଣସି ପରିବର୍ତ୍ତନ ଦେଖିବାକୁ ମିଳିନଥିଲା ।

ତେବେ ରିସର୍ଚ୍ଚର ଦାୟିତ୍ୱରେ ଥିବା ପ୍ରଫେସର କହିଛନ୍ତି ଯେ, ନିଜର ମାଂସପେଶୀର ଶକ୍ତି ବୃଦ୍ଧି ପାଇଁ ଅଧିକ ସମୟ ଦେବା ଜରୁରୀ ନୁହେଁ । ମାସକୁ କେବଳ ୬୦ ସେକେଣ୍ଡ ପାଇଁ ବ୍ୟାୟାମ କରି ଶକ୍ତିଶାଳୀ ମସଲ୍ସ ପ୍ରାପ୍ତ କରିହେବ । ୩୦ ସେକେଣ୍ଡ ମଧ୍ୟରେ ସମ୍ପୂର୍ଣ୍ଣ ବଡିର ଏକ୍ସରସାଇଜ୍ କରିପାରିବେ । ମାତ୍ର ଏ କ୍ଷେତ୍ରରେ ଉତ୍ତମ ଧରଣର ବ୍ୟାୟାମ ଉପରେ ଗୁରୁତ୍ୱ ଦେବା ଆବଶ୍ୟକ ।

Get real time updates directly on you device, subscribe now.