ଯଦି ଆପଣ ପୁରୁଣା ଜିନିଷ, ବିଶେଷକରି ପ୍ରାଚୀନ ମୁଦ୍ରା ସଂଗ୍ରହ କରିବାକୁ ଭଲ ପାଆନ୍ତି, ତେବେ ଆପଣଙ୍କ ପାଖରେ ରୋଜଗାର କରିବାର ଏକ ଭଲ ସୁଯୋଗ ଅଛି । ବଜାରରେ ଏପରି ଅନେକ ୱେବସାଇଟ୍ ଅଛି ଯେଉଁଥିରେ ଆପଣ ପୁରୁଣା ନୋଟ୍ କିମ୍ବା ମୁଦ୍ରା ବିକ୍ରୟ କରି ଭଲ ଲାଭ କରିପାରିବେ । ଯଦି ଆପଣଙ୍କ ପାଖରେ ପୁରୁଣା ୫ ଟଙ୍କିଆ ନୋଟ୍ ଅଛି, ଯାହା ସବୁଜ ରଙ୍ଗର ଏବଂ ଏଥିରେ ଏକ ଟ୍ରାକ୍ଟର ଅଛି । ତେବେ ଏହିପରି ନୋଟ୍ ବଦଳରେ ଆପଣ ୩୦ ହଜାର ଟଙ୍କା ପର୍ଯ୍ୟନ୍ତ ପାଇପାରିବେ ।
କଏନ ଡଟ କମ ୱେବସାଇଟ୍ ଅନୁଯାୟୀ, ଏହି ୫ ଟଙ୍କିଆ ନୋଟ୍ ବିରଳ ବର୍ଗର ଅଟେ । ଆନ୍ତର୍ଜାତୀୟ ବଜାରରେ ଏହାର ମୂଲ୍ୟ ଅଧିକ । ଏହା ବ୍ୟତୀତ ପ୍ରାଚୀନ ଜିନିଷକୁ ଭଲପାଉଥିବା ଲୋକମାନେ ଏହାକୁ ମନମୁତାବକ ଟଙ୍କା ଦେଇ କିଣିଥାନ୍ତି । ତେଣୁ, ଆପଣ ଏହି ନୋଟ୍ ବଦଳରେ ଭଲ ଟଙ୍କା ରୋଜଗାର କରିପାରିବେ ।
ଏମିତି ହୋଇଥିବା ଦାରକାର ଏହି ୫ ଟଙ୍କିଆ ନୋଟ:
୫ ଟଙ୍କା ମୂଲ୍ୟର ଏହି ପୁରୁଣା ନୋଟରେ କିଛି ଗୁରୁତ୍ୱପୂର୍ଣ୍ଣ ଜିନିଷ ରହିବା ଆବଶ୍ୟକ । ୱେବସାଇଟରେ ଦିଆଯାଇଥିବା ଷ୍ଟାଣ୍ଡାର୍ଡ ଅନୁଯାୟୀ ଟ୍ରାକ୍ଟରର ଚିତ୍ର ନୋଟରେ ରହିବା ଉଚିତ୍ । ଆହୁରି ମଧ୍ୟ, ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଆରବିଆଇ) ଦ୍ୱାରା ଦିଆଯାଇଥିବା ଏହି ନୋଟ୍ ଉପରେ ୭୮୬ ନମ୍ବର ଲେଖାଥିବା ଦରକାର । ଯେଉଁମାନଙ୍କ ପାଖରେ ଏପରି ନୋଟ୍ ଅଛି ସେମାନେ ଏକ ଅନଲାଇନ ଆକାଉଣ୍ଟ୍ କରି ଏହାକୁ ନିଲାମ କରିପାରିବେ ।
ଏମିତି ପାଇପାରିବେ ଲାଭ:
୧. ପୁରୁଣା ନୋଟ୍ ବଦଳରେ ଲାଭ ପାଇବା ପାଇଁ, ଆପଣ ଏହାକୁ ମକ୍ଟସଦ୍ଭଭବଚ୍ଛଚ୍ଛବକ୍ସ.ମକ୍ଟଜ୍ଞ ରେ ଅନଲାଇନରେ ବିକ୍ରି କରିପାରିବେ । ଏଥିପାଇଁ ନିଜକୁ ବିକ୍ରେତା ଭାବରେ ୱେବସାଇଟରେ ପଞ୍ଜିକରଣ କରିବାକୁ ପଡ଼ିବ ।
୨. ଏହାପରେ ନୋଟର ଏକ ଫଟୋ ଅପଲୋଡ କରି ନୋଟର ବିବରଣୀ ଲେଖିବାକୁ ହେବ । ଏହା କରିବା ଦ୍ୱାରା ଆପଣଙ୍କର ନୋଟର ବିଜ୍ଞାପନ ପ୍ଲାଟଫର୍ମରେ ଦେଖାଯିବ ।
୩. ଆଗ୍ରହୀ ବ୍ୟକ୍ତିମାନେ ଆପଣଙ୍କର ବିଜ୍ଞାପନ ଦେଖିବା ପରେ ଆପଣଙ୍କ ସହିତ ଯୋଗାଯୋଗ କରିବେ । ଆପଣ ସେମାନଙ୍କ ସହିତ କଥାବାର୍ତ୍ତା କରିପାରିବେ ଏବଂ ନୋଟ୍ ବିକ୍ରି କରିପାରିବେ ।
କଏନବାଜାର ପ୍ଲାଟଫର୍ମରେ ୧ ଟଙ୍କିଆ ନୋଟ୍ ରୁ ମଧ୍ୟ ଟଙ୍କା ରୋଜଗାର କରିପାରିବେ । ଏହି ନୋଟ୍ ୧୯୫୭ ମସିହାର ହେବା ଉଚିତ୍ । ଯେଉଁଥିରେ ତତ୍କାଳୀନ ରାଜ୍ୟପାଳ ଏଚଏମ ପଟେଲଙ୍କ ଦସ୍ତଖତ ରହିଥିବ ଏବଂ ଏହି ନୋଟର କ୍ରମିକ ସଂଖ୍ୟା ୧୨୩୪୫୬ ହେବା ଉଚିତ । ୨୬ ବର୍ଷ ପୂର୍ବେ ଭାରତ ସରକାର ଏକ ଟଙ୍କିଆ ନୋଟ ଉପରେ ପ୍ରତିବନ୍ଧକ ଲଗାଇଥିଲେ। ଏହାର ମୁଦ୍ରଣ ୧ ଜାନୁଆରୀ ୨୦୧୫ ରେ ପୁନଃ ଆରମ୍ଭ ହୋଇଥିଲା । ତଥାପି, ଅନେକ ଲୋକଙ୍କ ପାଖରେ ପୁରୁଣା ନୋଟ୍ ଅଛି ଯାହାକୁ ସେମାନେ ୱେବସାଇଟରେ ବିକ୍ରି କରିପାରିବେ ।