fbpx

ମାଗଣାରେ ମିଳିବ VIP ନମ୍ବର , ଏହି ଟେଲିକମ୍ କମ୍ପାନୀ ଦେଉଛି ଅଫର୍

ଅନେକ ଲୋକ ଭିଆଇପି ନମ୍ବର ବ୍ୟବହାର କରିବାକୁ ଚାହିଥାନ୍ତି । ଭିଆଇପି ନମ୍ବର ବା ଫ୍ୟାନ୍ସୀ ନମ୍ବର ଏଭଳି ନମ୍ବର ହୋଇଥାଏ ଯାହାକୁ ଅତି ସହଜରେ ମନେ ରଖିହୁଏ । ଏଭଳି ନମ୍ବର ସହଜରେ ମାର୍କେଟରେ ଉପଲବ୍ଧ ନଥାଏ । ଏଥିପାଇଁ ଅକ୍ସନ ହୋଇଥାଏ ଏବଂ ଅଧିକ ଟଙ୍କା ମଧ୍ୟ ଦେବାକୁ ପଡ଼ିଥାଏ । କିନ୍ତୁ ଅନେକ ମୋବାଇଲ କମ୍ପାନୀ ଏହାକୁ ଫ୍ରିରେ ବିକ୍ରି କରୁଛନ୍ତି । ଏହା ବ୍ୟତୀତ ଭର୍ଚୁଆଲ ଭିଆଇପି ମୋବାଇଲ ନମ୍ବରକୁ ମଧ୍ୟ ଅନଲାଇନରେ କିଣିପାରିବେ । ଅନେକ ୱେବସାଇଟ ଭର୍ଚୁଆଲ ଭିଆଇପି ମୋବାଇଲ ନମ୍ବର ଦେଇଥାନ୍ତି । ଅବଶ୍ୟ, ଏଥିପାଇଁ ସେମାନେ ଚାର୍ଜ କରିଥାନ୍ତି ।

ବିଏସଏନଏଲ ଜରିଆରେ ପ୍ରିମିୟମ ନମ୍ବର କିଣାଯାଇପାରେ । ଏଥିପାଇଁ ଆପଣଙ୍କୁ ଅକ୍ସନରେ ଭାଗ ନେବାକୁ ହେବ । ଆପଣଙ୍କୁ eauction.bsnl.co.in ସାଇଟକୁ ଯାଇ ରେଜିଷ୍ଟ୍ରେସନ କରିବାକୁ ହେବ । ଏହାପରେ  ଆପଣ ଫ୍ୟାନ୍ସ ନମ୍ବର ଲିଷ୍ଟ ମଧ୍ୟରୁ କୌଣସି ନମ୍ବର ଉପରେ ନିଲାମ ଲଗାଇପାରିବେ ।

ଆପଣ ଶସ୍ତାରେ ମଧ୍ୟ ଭିଆଇପି ନମ୍ବର ନେଇପାରିବେ । ଏହି ସୁବିଧା ଟେଲିକମ୍ କମ୍ପାନୀ Vi ଦେଇଛି । ଏଥିପାଇଁ ଆପଣଙ୍କୁ କମ୍ପାନୀର ୱେବସାଇଟ୍ https://www.myvi.in ଯାଇ  ନୂଆ କନେକ୍ସନ ବିକଳ୍ପକୁ ବାଛିବାକୁ ହେବ । ଏହାପରେ ଆପଣଙ୍କୁ ଅନ୍ୟ ଅପ୍ସନ ମଧ୍ୟରୁ ଫ୍ୟାନ୍ସୀ ନମ୍ବର ଅପ୍ସନକୁ ସିଲେକ୍ଟ କରିବାକୁ ହେବ । ଏହାପରେ ଆପଣଙ୍କୁ ପ୍ରିପେଡ୍ କିମ୍ବା ପୋଷ୍ଟପେଡ୍ ଅପ୍ସନ ବାଛିବାକୁ ହେବ । ଏହାପରେ ଏରିଆ କୋଡ୍ ଦେବାକୁ ହେବ । ଏହି ପ୍ରକ୍ରିୟା ପୂରା କରିବା ପାଇଁ ଆପଣଙ୍କୁ ଏକ ଆକ୍ଟିଭ ମୋବାଇଲ ନମ୍ବର ମଧ୍ୟ ଦେବାକୁ ହେବ । ଏହାପରେ ଆପଣଙ୍କୁ ଘରକୁ ଭିଆଇ ତରଫରୁ ଭିଆଇପି ମୋବାଇଲ ନମ୍ବର ଡେଳିଭରି କରିଦିଆଯିବ । ଯାହାକୁ ଆପଣ ରେଗୁଲାର ନମ୍ବର ଭଳି ବ୍ୟବହାର କରିପାରିବେ ।

 

Get real time updates directly on you device, subscribe now.