fbpx

SBI ଆଣିଲା ଏକ ଭଲ ଇନକମ୍ ସୁଯୋଗ, ଘରେ ବସି ମାସକୁ ୫୦ ହଜାର କମାନ୍ତୁ

ନୂଆଦିଲ୍ଲୀ: ଯଦି ଆପଣମାନେ ଅଧିକ ଅର୍ଥ ରୋଜଗାର କରିବାକୁ ଚାହୁଁଥାନ୍ତି ତେବେ ଆପଣଙ୍କ ପାଇଁ ଏକ ବଢ଼ିଆ ସୁଯୋଗ ଆସିଛି । ଏସବିଆଇ ପକ୍ଷରୁ ପ୍ରଦାନ କରାଯାଉଥିବା ଏହି ବିଜିନେସରେ ଆପଣମାନେ ଘରେ ବସି ରୋଜଗାର କରିପାରିବେ । ଏହା ମାଧ୍ୟମରେ ଆପଣମାନେ ମାସକୁ ସହଜରେ ୮୦ ହଜାର ପର୍ଯ୍ୟନ୍ତ ଟଙ୍କା ରୋଜଗାର କରିବାର ସୁଯୋଗ ରହିଛି ।

ଏସବିଆଇର ଏଟିଏମ୍ ଫ୍ରାଞ୍ଚାଇଜ୍ ନେଇ ଆପଣ ଏହି ବିଜିନେସ୍ ଆରମ୍ଭ କରିପାରିବେ । କୌଣସି ବ୍ୟାଙ୍କ ଦ୍ୱାରା ଏଟିଏମ୍ ସ୍ଥାପନ କରାଯାଏ ନାହିଁ । ଏଥିପାଇଁ ଅନ୍ୟ କମ୍ପାନୀ ରହିଥାଏ । ବ୍ୟାଙ୍କ ଉକ୍ତ କମ୍ପାନୀକୁ ଏଟିଏମ ବସାଇବା ପାଇଁ କଣ୍ଟ୍ରାକ୍ଟ ଦେଇଥାଏ । ଏସବିଆଇ ଏଟିଏମ୍ ଫ୍ରାଞ୍ଚାଇଜ୍ ନେବା ପାଇଁ ହେଲେ ଆପଣଙ୍କ ପାଖରେ ୫୦-୮୦ ବର୍ଗଫୁଟର ବିଶିଷ୍ଟ ଜାଗା ଥିବା ଦରକରା ।

ଅନ୍ୟ ଏଟିଏମ ଠାରୁ ଆପଣଙ୍କ ସ୍ଥାନର ଦୂରତା ଅତିକମରେ ୧୦୦ ହେବା ଦରକାର । ଏଟିଏମ୍ ବସିବା ସ୍ଥଳ ଗ୍ରାଉଣ୍ଡ ଫ୍ଲୋର ହେବା ସହ ଭଲ ବିଜିନେସ୍ କରୁଥିବା ସ୍ଥାନ ହୋଇଥିବା ଆବଶ୍ୟକ । ୨୪ ଘଣ୍ଟା ବିଜୁଳି ଯୋଗାଣ ବ୍ୟତୀତ ୧ କିଲୋୱାଟର ବିଜୁଳି ସଂଯୋଗ ବାଧ୍ୟତାମୂଳକ । ଏଟିଏମରେ ଦୈନିକ ଟ୍ରାଞ୍ଜାକସନ କ୍ଷମତା ୩୦୦ ହେବା ଦରକାର । ଏଟିଏମ୍ ସ୍ଥାନରେ କଂକ୍ରିଟର ଛାତ ହେବା ଦରକାର । ଏହାଛଡ଼ା ସୋସାଇଟି ବା ଅର୍ଥରିଟିଙ୍କର ନୋ ଅବଜେକସନ ସାର୍ଟିଫିକେଟ୍ ଜରୁରୀ ।

ଏସବିଆଇ ଫ୍ରାଞ୍ଚାଇଜ ପାଇଁ ଟାଟା ଇଣ୍ଡିକ୍ୟାଶ, ମୁଥୁଟ ଏଟିଏମ ଓ ଇଣ୍ଡିଆ ୱାନ ଏଟିଏମ କମ୍ପାନୀମାନେ କଣ୍ଟ୍ରାକ୍ଟ ପାଇଛନ୍ତି । କମ୍ପାନୀର ୱେବସାଇଟକୁ ଯାଇ ଆପଣ ଅନଲାଇନରେ ଆବେଦନ କରିପାରିବେ । ଫ୍ରାଞ୍ଚାଇଜ ପାଇଁ ଆପଣଙ୍କୁ ୨ ଲକ୍ଷ ସିକ୍ୟୁରିଟି ଡିପୋଜିଟ୍ କରିବାକୁ ପଡ଼ିବ । ଏହାସହିତ ୱାର୍କିଂ କ୍ୟାପିଟାଲ ଭାବେ ୩ ଲକ୍ଷ ଜମା କରିବାକୁ ପଡ଼ିବ । ଆପଣ ପ୍ରତି କ୍ୟାଶ ଟ୍ରାଞ୍ଜାକସନରୁ ୮ ଟଙ୍କା ଓ ନନ କ୍ୟାଶ ଟ୍ରାଞ୍ଜାକସନରୁ ୨ ଟଙ୍କା ପାଇବେ ।

Get real time updates directly on you device, subscribe now.