fbpx

ଅନଲାଇନରେ ମଗାଇପାରିବେ ଜରୁରୀ ସାମଗ୍ରୀ

Advertisement

ନୂଆଦିଲ୍ଲୀ, ୧୯ା୪: କରୋନା ସ୍ଥିତି ନେଇ ଦେଶ ଓ ରାଜ୍ୟ ଲକ୍ ଡାଉନ ରହିଛି । ଏହାସହ ସମସ୍ତ ଦୋକାନ ବଜାର ମଧ୍ୟ ବନ୍ଦ ରହିଛି । ତେଣୁ ଲୋକମାନେ ଜରୁରୀସାମଗ୍ରୀ ପାଇଁ ହଇରାଣ ମଧ୍ୟ ହେଉଛନ୍ତି । ତେଣୁ ଅନଲାଇନ କମ୍ପାନିଗୁଡ଼ିକୁ କେବଳ ଜରୁରୀକାଳୀନ ସାମଗ୍ରୀ ପଠାଇବା ପାଇଁ ଅନୁମତି ଦିଆଯାଇଛି । ଏହାସହ ଲକ୍ ଡାଉନରେ ଦେଶରେ ବନ୍ଦ ରହିବ ଇ-କମର୍ସ ସେବା । ଇ-କମର୍ସରେ ବନ୍ଦ ରହିବ ଅଣ ଜରୁରୀକାଳୀନ ସେବା । ତାଲାବନ୍ଦ ଯାଏଁ ଅନଲାଇନ ଡ଼େଲିଭରିରେ କଟକଣା ଲାଗୁ ହୋଇଛି । କିନ୍ତୁ କେବଳ ଜରୁରୀ ସାମଗ୍ରୀ ଅନଲାଇନରେ ମଗାଇପାରିବେ । କେନ୍ଦ୍ର ଗୃହମନ୍ତ୍ରାଳୟ ପକ୍ଷରୁ ଏନେଇ ନିର୍ଦ୍ଦେଶନାମା ଜାରି କରାଯାଇଛି ।

Get real time updates directly on you device, subscribe now.