ଇଣ୍ଟରନେଟର ବିନା ବ୍ୟବହାରରେ Googleର ଏହି ସବୁ ସେବା ବ୍ୟବହାର କରିପାରିବେ: ଦେଖନ୍ତୁ Video

ନୂଆଦିଲ୍ଲୀ: ଦୁନିଆର ସବୁଠୁ ବଡ ସର୍ଚ୍ଚ ଇଂଜିନ ହେଉଛି ଗୁଗୁଲ । ସମଗ୍ର ବିଶ୍ୱରେ ଗୁଗୁଲ ଅନେକ ସେବା ପ୍ରଦାନ କରିଥାଏ । ଟେକ୍ନୋଲୋଜୀ ବ୍ରାଣ୍ଡ ପୋର୍ଟଫୋଲିଓରେ ଏମିତି ଅନେକ ଆପ୍ସ ଅଛି, ଯାହା ଉନ୍ନତ ଫିଚର୍ସ ସହ ଆସେ । ଠିକ ଏମିତି ଏକ ଆପ ହେଲା ଗୁଗୁଲ ମାପସ । ଯାହା ବ୍ୟବହାରକାରୀଙ୍କୁ ରାସ୍ତା ଦେଖାଏ । ହେଲେ ଆପଣ ଜାଣିଛନ୍ତି କି ଏହି ଗୁଗୁଲ ମାପସକୁ ଆପଣ ଅଫଲାଇନ ବି ବ୍ୟବହାର କରିପାରିବେ । ବାସ୍ତବରେ ଏଥିରେ ମାପ ସେଭ ଫିଚର ରହିଛି, ଯାହା ସାହାଯ୍ୟରେ ଆପଣ ଏହାକୁ ଅଫଲାଇନ ବ୍ୟବହାର କରିପାରିବେ । ଆଉ ଏହି ଫିଚର ସେତେବେଳେ କାମରେ ଆସେ, ଯେତେବେଳେ ଆପଣ ରିମୋଟ ଏରିଆ ଦେଇ ଯାତ୍ରା କରୁଛନ୍ତି ଏବଂ ନେଟୱାର୍କ ଜନିତ ସମସ୍ୟା ରହିଛି । ଏମିତି ପରିସ୍ଥିତିରେ ଗୁଗୁଲ ମାପସର ଏହି ଫିଚର ଆପଣଙ୍କୁ ରାସ୍ତା ଦେଖାଇବ । ହୁଏତ ଆପଣଙ୍କୁ ଅଫଲାଇନ ମୋଡରେ ରିୟଲ ଟାଇମ ଅପଡେଟ ମିଳିନପାରେ । ଆପଣ କେବଳ ସେଭ କରିଥିବା ମାପରେ ଡାଇରେକସନ ପାଇପାରିବେ । ତେବେ ଅଫଲାଇନ ମୋଡରେ ଆପଣଙ୍କୁ ଅଲଟରନେଟିଭ ରୁଟସ ଓ ଅନ୍ୟ ଫିଚର୍ସ ମିଳିବନି ।

ଏହାକୁ ବ୍ୟବହାର କରିବା ପାଇଁ ସର୍ବପ୍ରଥମେ ଗୁଗୁଲ ମାପସ ଆପ ଓପନ କରି ପ୍ରୋଫାଇଲ ଆଇକନ ଉପର କ୍ଲିକ କରିବାକୁ ହେବ, ଯାହା ଟପ ରାଇଟ କର୍ଣ୍ଣରରେ ମିଳେ । ସେଠି ଆପଣ ଅଫଲାଇନ ମାପସର ଅପ୍ସନ ପାଇବେ, ଯାହା ଉପରେ କ୍ଲିକ କରିବାକୁ ହେବ । ଏହାପରେ ସିଲେକ୍ଟ ୟୋର ଓନ ମାପ ଅପ୍ସନକୁ ଯିବାକୁ ହେବ । ଏବେ ଆପଣ ପିଂଚ ଇନ କିମ୍ବା ଆଉଟ କରି ନିଜ ଇଚ୍ଛା ମୁତାବକ ମାପ ଡାଉନଲୋଡ କରିପାରିବେ । ମାପ ସିଲେକ୍ଟ କରିବା ପର ଆପଣଙ୍କୁ ଡାଉନଲୋଡ ଅପ୍ସନ ଉପରେ କ୍ଲିକ କରିବାକୁ ହେବ । ତେବେ ଏହା କରିବା ସମୟରେ ଆପଣଙ୍କୁ ଗୋଟିଏ କଥା ଉପରେ ଧ୍ୟାନ ଦେବାକୁ ହେବ । ତାହା ହେଲା ଯେଉଁ ଅଫଲାଇନ ମାପକୁ ଆପଣ ଡାଉନଲୋଡ କରୁଛନ୍ତି, ତାହା ଫୋନ କିମ୍ବା ଟାବଲେଟର ଆପଣଙ୍କ ଏରିଆରେ ଆସୁଥିବା ନୂଆ ରୁଟ ଦେଖାଇବ । ଏହାସହ ଅଫଲାଇନ ମାପସ କିଛି ସମୟ ପରେ ଅଟୋମେଟିକ ଏକ୍ସପାୟର ହୋଇଯିବ । ସେଥିପାଇଁ ଆପଣଙ୍କୁ ଡାଉନଲୋଡ କରିଥିବା ମାପକୁ ଏକ୍ସପାୟର ହେବା ପୂର୍ବରୁ ଅପଡେଟ କରିନବା ଦରକାର । ଦେଖନ୍ତୁ Video…..